ଚାଇନାର ଏହି ଫଳ ରାମବାଣ ଭଳି କାମକରେ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ ତାଓ କୁହାଯାଏ। ତେବେ ବିଭିନ୍ନ ଦେଶ ତଥା ଜାପାନ, ଇଟାଲି, ନ୍ୟୁଜିଲାଣ୍ଡରେ ଏହି ଫଳର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଏହାର କିଓ୍ବି ନାମ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ ‘କିଓ୍ବି’ ନାମାନୁସାରେ ହୋଇଛି। ଏହାର କାରଣ ହେଉଛି କିଓ୍ବି ପକ୍ଷୀର ରଙ୍ଗ ଭଳି ଏହି ଫଳର ରଙ୍ଗ ହୋଇଥାଏ।
କିଓ୍ବି ଫଳ ସ୍ବାସ୍ଥ୍ୟ ପାଇଁ ଅନେକ ଉପକାରୀ। ଏହି ଫଳ ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ନିମ୍ନ ରକ୍ତଚାପଠାରୁ ଆରମ୍ଭ କରି ଷ୍ଟ୍ରୋକ୍‌, ମୋଟାପଣ ଏବଂ ଅଧିକ ବିପଦପୂର୍ଣ୍ଣ ରୋଗ ପାଇଁ ଏହା ମହୌଷଧି ପରି କାମ କରିଥାଏ। କ୍ୟାନ୍‌ସର ପାଇଁ ମଧ୍ୟ ଏହି ଫଳ ବରଦାନ ସଦୃଶ। ଚର୍ମରୋଗ ସମସ୍ୟା ସୃଷ୍ଟି ହେଉଥିବା ଲୋକେ ମଧ୍ୟ ଏହି ଫଳ ଖାଇବା ଉଚିତ। କମ୍‌ ରକ୍ତ, ସୁଗାରଠାରୁ ମଧ୍ୟ ମୁକ୍ତି ମିଳିଥାଏ। କିଓ୍ବିରେ- ମାଇକ୍ରୋବାଇଏଲ୍‌ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଗର୍ଭବତୀ ମହିଳାଙ୍କୁ ଆଇରନ ଅଧିକ ଆବଶ୍ୟକ ହୋଇଥାଏ। ତେବେ ଶରୀରରେ ଆଇରନ ମାତ୍ରା ବଢ଼ାଇବା ପାଇଁ ସେମାନଙ୍କୁ ଏହିଫଳ ଖାଇବାକୁ ଦିଆଯାଇଥାଏ। ଶ୍ୱାସରୋଗୀ ପାଇଁ ମଧ୍ୟ ଉକ୍ତ ଫଳ ଲାଭଜନକ ହୋଇଥାଏ। ଏହାକୁ ଖାଇଲେ ପାଚନ ଓ ସଂକ୍ରମଣ ଜନିତ ସମସ୍ୟା ଦୂରେଇ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri