Posted inଜାତୀୟ

ଶିବସେନା ଓ ଧନୁ-ତୀରକୁ ନେଇ ଇସିଙ୍କ ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଲେ ଠାକରେ ସେନା

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପ ନିର୍ବାଚନ କମିଶନଙ୍କ ଦୁଇଟି ଦଳର ନାମ ଓ ନିର୍ବାଚନ ଚିହ୍ନ ‘ଧନୁ-ତୀର’ର ବ୍ୟବହାର ଉପରେ ରୋକ ଲାଗାଇବା ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଛନ୍ତି । ଜୁନରେ ଶିବସେନା ଦୁଇଭାଗ ହେବାପରେ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜ ନିଜକୁ ଅସଲ ଶିବସେନା କହି ଦଳର ନାମ ଓ ନିର୍ବାଚନ ଚିହ୍ନର ବ୍ୟବହାର କରିବାକୁ ଅନୁମତି ମାଗିଥିଲେ ।
ସୂଚନାଯୋଗ୍ୟ, ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ୩ ନଭେମ୍ବରକୁ ହେବକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ଶନିବାର ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ନିର୍ବାଚନ କମିଶନ କହିଛନ୍ତି, ଏହି ନିର୍ବାଚନରେ ଦୁଇ ପକ୍ଷଙ୍କୁ ‘ଶିବାସନାର ନାମ ଓ ଧନୁ-ତୀର’ର ବ୍ୟବହାର କରିବାକୁ ଅନୁମତି ଦିଆଯାଇ ନାହିଁ । ଠାକରେଙ୍କ ଅନୁଗାମୀ ମହାରାଷ୍ଟ୍ର ବିଧାନପରିଷଦର ବିରୋଧୀ ନେତା ଅମ୍ବାଦାସ ଦାନବେ କହିଛନ୍ତି, ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଏକିକୃତ ନିଷ୍ପତ୍ତି ନେବା ଉଚିତ୍ । ତେଣୁ ଏହା ‘ଅନ୍ୟାୟ’ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଶକ୍ତଙ୍କୁ ରାସ୍ତା ଉପରେ ପିଟିବା ମହଙ୍ଗା ପଡ଼ିଲା

ଭୋପାଳ,୧୩।୩: ଇନ୍ଦୋରରେ ଅଭିଯୋଗ ଅନୁଯାୟୀ, ଦୁଇ ମଦ୍ୟପଙ୍କୁ ରାସ୍ତା ଉପରେ ନିର୍ଯାତନା ଦେବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେବା...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଜମ୍ମୁ,୧୭।୮: ଜମ୍ମୁ-କଶ୍ମୀରର ବାରମୂଳାରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବାରମୂଳାର କ୍ରେରି ଅଞ୍ଚଳରେ ସିଆର୍‌ପିଏଫ୍‌ ଓ ପୋଲିସର ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି...

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା...

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ...

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫...

ୟୁପି ବିଧାନସଭାରେ ନମାଜ, ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠକୁ ନେଇ କୋଠରି ଦାବି କଲେ ନେତା

କାନପୁର/ପାଟନା,୭ ।୯: ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି । ଏମିତି ବିବାଦ ଏବେ ଉତ୍ତର ପ୍ରଦେଶ ଓ...

ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର...

Advertisement
Archives

Model This Week