Posted inଜାତୀୟ

ଭୋଟ ନ ଦେଲେ, ବ୍ୟାଙ୍କ୍‌ ଆକାଉଣ୍ଟରୁ କଟିବ ଟଙ୍କା: ନକଲି ଖବର ପ୍ରସାରିତ ପରେ ପୋଲିସର ଦ୍ୱାରସ୍ଥ ହେଲା ନିର୍ବାଚନ କମିଶନ

ନୂଆଦିଲ୍ଲୀ,୫।୧୨: ଭାରତୀୟ ନିର୍ବାଚନ କମିଶନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଦିଆଯାଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆ ହ୍ବାଟସଆପ୍‌ରେ ଏକ ମିଥ୍ୟା ଖବର ପ୍ରଚାର କରାଯାଉଛି, ଯେଉଁଥିରେ କୁହାଯାଇଛି ଯେ, ଯଦି ଭୋଟ ନ ଦେବ, ତେବେ ବ୍ୟାଙ୍କ ଆକାଉଣ୍ଟରୁ ୩୫୦ ଟଙ୍କା କଟିବ। ଏହି ଖବର ସମ୍ପୂର୍ଣ୍ଣ ନକଲି ବୋଲି ନିର୍ବାଚନ ଆୟୋଗର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ଅଭିଯୋଗ ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର ୟୁନିଟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ନିର୍ବାଚନ ଆୟୋଗ ଦିଲ୍ଲୀ ପୋଲିସକୁ ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ଏବଂ ଏହି ବାର୍ତ୍ତା ପ୍ରଚାର କରିବାର କାରଣ ଜାଣିବାକୁ ଅନୁରୋଧ କରିଛନ୍ତି। ଖୁବ ଶୀଘ୍ର ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଏପରି ପରିସ୍ଥିତିରେ ନିର୍ବାଚନ କମିଶନ ମଧ୍ୟ ଏଭଳି ଖବର ଭାଇରାଲକୁ ଗମ୍ଭୀରତାର ସହ ନେଇଛନ୍ତି, ଯାହା ପରେ ଦିଲ୍ଲୀ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ...

ଗୋଆରେ ଡିଜିଟାଲ୍‌ ସେକ୍ସ ର଼୍ୟାକେଟ

ପଣଜୀ,୧୦।୯: ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ଗୋଆରେ ଆନ୍ତଃଦେଶୀୟ ସେକ୍ସ ର଼୍ୟାକେଟ ଚାଲୁଛି। ର଼୍ୟାକେଟ ଗୋଆରେ ଚାଲୁଛି, ହେଲେ କେନିୟାରୁ ଏହାକୁ ପରିଚାଳନା କରାଯାଉଥିବା...

ପୂଜା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୧୦: ରାଫାଲ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫ୍ରାନ୍ସରୁ ସ୍ବଦେଶ ଫେରି...

ବାରମୂଳାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଶନିବାର ବାରମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରେ ଜଣେ ଆତଙ୍କବାଦୀ...

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ...

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି।...

ଦୋକାନରୁ ଚୋରି ପରେ ଡାନ୍ସ କଲେ ଯୁବକ: ଭିଡିଓ ଭାଇରାଲ

ଭୋପାଳ,୫।୧: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଚୋରିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ନଗଦ ଟଙ୍କା...

୬୯୮ ପ୍ରବାସୀଙ୍କୁ ନେଇ ଭାରତ ମୁହାଁ ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

Advertisement
Archives

Model This Week