ଏହି କାରଣରୁ ପରସ୍ପରଠାରୁ ଅଲଗା ରହୁଥିଲେ ବୃଦ୍ଧ ଦମ୍ପତି, ଏକାଠି ହେବାର ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ

ଲଣ୍ଡନ,୧୬।୪: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆଖିରେ ଲୁହ ରହିବନି। କାରଣ କରୋନା ମହାମାରୀ ଯୋଗୁ ଦୀର୍ଘ ୮ ମାସ ଧରି ବୃଦ୍ଧ ଦମ୍ପତି ପରସ୍ପରଠାରୁ ଅଲଗା ରହୁଥିଲେ। ଯେତେବେଳେ ଦୁଇଜଣ ଏକାଠି ହେଲେ ସେତେବେଳେ କାହା ଆଖିରେ ଲୁହ ରହିଲାନି।

ଏକ ରିପୋର୍ଟ ଅନଯାୟୀ,  ଇଂଲଣ୍ଡର ୮୯ ବର୍ଷୀୟ ମ୍ୟାରି ଡେଭିସ୍‌ ଏବଂ ୬୮ ବର୍ଷୀୟା ସ୍ତ୍ରୀ ଗାର୍ଡନ ଫେବୃୟାରରୁ କରୋନା ମହାମାରୀ ଯୋଗୁ ଅଲଗା ରହୁଥିଲେ। ଏହି ସପ୍ତାହ ଆରମ୍ଭରେ ବୃଦ୍ଧ ଦମ୍ପତି ପରସ୍ପରକୁ ଭେଟିଥିଲେ। ତେବେ ଏହି ମିଳନ ସମୟର ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା।

କେୟାର ହୋମ୍‌ କର୍ମଚାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ମ୍ୟାରୀ ଏବଂ ଗାର୍ଡେନ୍‌ ପରସ୍ପରଙ୍କୁ ଜାବୁଡ଼ି ଧରି କାନ୍ଦୁଛନ୍ତି। ଉଭୟ ଉଭୟଙ୍କୁ ଆଇଲଭ୍‌ ୟୁ କହିବା ସହ ଚୁମ୍ବନ ମଧ୍ୟ ଦେଇଥିଲେ।

ଭିଡିଓଟିକୁ ରେକ୍ସ ଚାମ୍ପିୟନ ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ପୋଷ୍ଟରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମ୍ୟାନ୍‌ ଚେଷ୍ଟର’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ପୁନଃମିଳନ। ଭିଡିଓଟି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଲୋକେ ଏହାକୁ ବହୁ ପସନ୍ଦ କରିବା ସହ ହୃଦୟକୁ ଛୁଇଁଲା ପରି କମେଣ୍ଟ ବି ଦେଉଛନ୍ତି। ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…

ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ...

ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷିଆ

ଓ୍ବାଶିଂଟନ,୧।୩: ୟୁକ୍ରେନ ଉପରେ ଆକ୍ରମଣର ୬ଷ୍ଠ ଦିନ ତଥା ସୋମବାର ରୁଷିଆ ଭାକ୍ୟୁମ ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି। ଏହି ଅସ୍ତ୍ରକୁ ବ୍ୟବହାର କରି...

ବିରଳ ମହାଜାଗତିକ ଦୃଶ୍ୟ, ପାଖାପାଖି ହେଲେ ପୃଥିବୀ-ଶନି…

ଓ୍ବାଶିଂଟନ,୨।୮: ଆମର ସୌରମଣ୍ଡଳରେ ସୋମବାର ଏକ ବିରଳ ମହାଜାଗତିକ ଦୃଶ୍ୟ ଘଟିଛି। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଶନିଗ୍ରହ ପୃଥିବୀର ଅତି ନିକଟତର ହୋଇଛି।...

ଭାକ୍ସିନ୍‌ ବିକି ୯ ଜଣ ପାଲଟିଛନ୍ତି କୋଟିପତି: ମୋଡେର୍ନା ସିଇଓ ଶୀର୍ଷରେ..

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସାନିଟାଇଜର,...

ମୋଦିଙ୍କ ବିରୋଧରେ ସ୍ବର ନ ଉଠାଇବାକୁ ଇମ୍ରାନଙ୍କୁ କହିଲେ ମୁସଲମାନ ଦେଶ

ଇସ୍‌ଲାମାବାଦ,୧୬।୯: ବିଶ୍ୱର ପ୍ରଭାବଶାଳୀ ମୁସଲମାନ ଦେଶ ପାକିସ୍ତାନକୁ ଭାରତ ବିରୋଧରେ ସ୍ବର ଉଠାଇବାକୁ ବାରଣ କରିଛନ୍ତି। ସେମାନେ କହିଛନ୍ତି ଭାରତ ବିରୋଧରେ କହିବା ଅପେକ୍ଷା ଭାରତ...

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ଚନ୍ଦ୍ରରେ ମିଳିଲା ଜଳର ସନ୍ଧାନ

ନ୍ୟୁୟର୍କ,୨୭।୧୦: ଚନ୍ଦ୍ରରେ ମାନବ ବସତି ସ୍ଥାପନ କରିବାର ବୈଜ୍ଞାନିକ ଆଶା ଅଧିକ ଶକ୍ତିଶାଳୀ ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ର ପୃଷ୍ଠରେ ଜଳ ଆବିଷ୍କାର...

Advertisement
Archives

Model This Week