ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ,୧୩।୬(ଡି.ଏନ୍‌.ଏ.): ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ । ମୃତକ ହେଲେ ଅନୁପମ ବେହେରା (୪୧ ) । ପାରିବାରିକ ସମସ୍ୟା ନେଇ ଗତ ରାତିରେ ଦୁଇ ଭାଇଙ୍କ ଭିତରେ କଳହ ହେଇଥିଲା । ମଙ୍ଗଳବାର ସକାଳୁ ସାନ ଭାଇ ଏକ ଧାରୁଆ କଟୁରୀରେ ବଡ ଭାଇଙ୍କୁ ଆକ୍ରମଣ କରି ତାଙ୍କ ମୁହଁ ଓ ବେକରେ ଚୋଟ ଉପରେ ଚୋଟ ମାରିଥିଲେ । ଘଟଣା ସ୍ଥଳରେ ବଡ଼ ଭାଇ ଅନୁପଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାରୀ ସାନ ଭାଇ ସନାତନ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ କେସ ନଂ-୩୫୮/୨୦୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଦିନ ପ୍ରାୟ ସାଢେ ୧୨ଟରେ ଆସାମୀ ସନାତନକୁ ଖରିପାଳ ନିକଟରୁ ଗିରଫ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଅତିଥି ଭବନ ଏବେ ଅସ୍ଥାୟୀ ସିଏମ୍‌ଓ

ଭୁବନେଶ୍ୱର,୧୩।୬: ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ପାଲଟିଛି। ଅତିଥି ଭବନର ପ୍ରଥମ ମହଲାକୁ ଏଥିଲାଗି ପ୍ରସ୍ତୁତ କରାଯାଇଛି। ପୁରୀରୁ ଫେରିବା...

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ

ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର। ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର...

ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ

ଭୁବନେଶ୍ୱର,୧୩।୬: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ...

ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର,୧୩।୬: ନବୀନଙ୍କ ନିବାସରେ ଲାଗିଛି ବରିଷ୍ଠ ନେତାଙ୍କ ଭିଡ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଯିଏ କି, ୨୦୧୯ରେ...

ଜମ୍ମୁ-କଶ୍ମୀର ଆତଙ୍କୀ ହମ୍‌ଲାର କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୩ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍‌ ଯାଉଥିବା ସମୟରେ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ...

ବଦଳୁଛି ‘ନବୀନ ନିବାସ’ର ଚିତ୍ର: ପଦ ଯିବା ପରେ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲେ ସୁରକ୍ଷାକର୍ମୀ…

ଭୁବନେଶ୍ୱର,୧୩।୬: ଗଣତନ୍ତ୍ରରେ ହାରିବା-ଜିତିବା ନିୟମିତ ପ୍ରକ୍ରିୟା। ଜନତା ଜନାର୍ଦ୍ଦନଙ୍କ ଭୋଟ୍‌ ଆଧାରରେ ଗଠନ ହୁଏ ସରକାର। ହେଲେ ସରକାର ବଦଳିଲେ ବଦଳିଯାଏ ଚିତ୍ର। ପୂର୍ବ କ୍ଷମତାରେ...

ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ସାକ୍ଷୀଗୋପାଳ, ୧୩।୬(କିଶୋର ମହାପାତ୍ର): ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି ରାଜ୍ୟର ନୂଆ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri