Posted inଜାତୀୟ

ହଟିଲା ସସ୍‌ପେନ୍ସ, ଏହି ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ! ମଙ୍ଗଳବାର ଶିନ୍ଦେ ଦେବେ ଇସ୍ତଫା

ମୁମ୍ବାଇ,୨୫।୧୧: ମଙ୍ଗଳବାର ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ଇସ୍ତଫା ପରେ ହିଁ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହେବ। ନିୟମ ଅନୁଯାୟୀ ତାଙ୍କୁ ପ୍ରଥମେ ଇସ୍ତଫା ଦେବାକୁ ପଡିବ। ଏହା ପରେ ହିଁ ସରକାର ଗଠନ କରିବାକୁ ଦାବି କରାଯିବ। କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।

ଭାଜପା ନେତାମାନେ ଚାହୁଁଛନ୍ତି ଯେ ଏଥର ଦେବେନ୍ଦ୍ର ଫଡନ୍‌ଭିସ୍‌ଙ୍କୁ ରାଜ୍ୟର ସିଏମ କରାଯାଉ। ଦଳର ନେତା ତଥା ସମର୍ଥକମାନେ ଯୁକ୍ତି କରୁଛନ୍ତି ଯେ ଭାଜପା ରାଜ୍ୟରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛି ଏବଂ ଏଭଳି ପରିସ୍ଥିତିରେ ଭାଜପାର ସିଏମ ଚେୟାରରେ ଅଧିକାର ରହିଛି। ଅନ୍ୟପକ୍ଷରେ ଶିବସେନା କହିଛି ଯେ ବିହାର ଭଳି ଫର୍ମୁଲା ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବା ଉଚିତ୍‌।

ଏଥି ସହ ଅଜିତ ପାୱାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସିଏମ ପଦବୀ ସମ୍ପର୍କରେ କୌଣସି ଫର୍ମୁଲା ଉପରେ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ତିନି ଦଳର ନେତା ଏକାଠି ବସିବେ ଏବଂ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ: ଠିକାଦାର ସଂଘର କାର୍ଯ୍ୟାଳୟ ଘେରାଉ, ଭୟରେ ଲୁଚିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବଣାଇଁ, ୧୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗକୁ ନେଇ ଠିକାଦାର ମହାସଂଘ ପକ୍ଷରୁ ଶୁକ୍ରବାର କାର୍ଯ୍ୟାଳୟ…

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ…

ଟି୨୦ ବିଶ୍ୱକପ୍‌ରୁ ବାହାରିଗଲେ ଶ୍ରେୟଙ୍କା

ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ…

ବିଧାୟିକାଙ୍କ କର୍ଲାମୁଣ୍ଡା ବ୍ଲକ ପରିଦର୍ଶନ, ଅସହାୟ ପରିବାରଙ୍କୁ ଭେଟି ଦେଲେ ସହାୟତା

ରିଷିଡା,୧୯।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଶୁକ୍ରବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସେ କର୍ଲାମୁଣ୍ଡାର ଫଲସାପଡାଠାରେ…

ଆକ୍ସନମୋଡରେ ବନ୍ତ ପୋଲିସ: ୧୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବନ୍ତ, ୧୯।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ପୋଲିସ ଶୁକ୍ରବାର ଏକ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ‘G7ରେ ମେଲୋନି ଫଟୋ ଉଠାଇବାକୁ ପାଗଳ ହେଉଥିଲେ’, ଜବାବ ରଖିଲେ ଇଟାଲୀ ପିଏମ୍‌

ଓ୍ବାଶିଂଟନ,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଦ୍ଭୁତ ଦାବି କରିଛନ୍ତି ଯାହାକୁ ଇଟାଲୀ ପ୍ରଧାନମନ୍ତ୍ରୀ ମିଥ୍ୟା ବୋଲି କହି ଖାରଜ କରିଛନ୍ତି, ଫଳରେ ନୂତନ ବିବାଦ…

ଭିନ୍ନ ଢଙ୍ଗରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ, ଷ୍ଟାଲିନ କହିଲେ, ‘ଆଦରଣୀୟ ନେତା ପ୍ରତିପକ୍ଷ…’

ନୂଆଦିଲ୍ଲୀ,୧୯।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ସୁପରଷ୍ଟାର ଥଲାପତି ବିଜୟ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri