Posted inଜାତୀୟ

‘ମହାରାଷ୍ଟ୍ରରେ ଚାଲିଛି ଶିବସେନା ଏବଂ ଭାଜପା ସରକାର’

ମୁମ୍ବାଇ,୩।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଏକ ବଡ଼ ମନ୍ତବ୍ୟ ଦେଇଥିଲେ।
ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଭାବରେ ଏଠାରେ ପହଞ୍ଚିଥିବା ଏକନାଥ ସିନ୍ଧେ କହିଛନ୍ତି ଯେ, ଏହି ସରକାର ହେଉଛି ଶିବସେନା ଏବଂ ଭାଜପା ମେଣ୍ଟ ସରକାର। ହିନ୍ଦୁତ୍ୱ ବିଷୟରେ ବାଲାସାହେବଙ୍କ ଧାରଣାକୁ ନେଇ ଏହି ସରକାର ଆଗକୁ ବଢୁଛି। ଉଦ୍ଧବ ଶିବିରର କିଛି ଲୋକ ଦାବି କରୁଥିଲେ ଯେ ମୋର କିଛି ସାଥୀ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ମୁଁ ସେମାନଙ୍କୁ କହିଲି ତୁମେ ମୋତେ ନାଁ ଦିଅ, ମୁଁ ସେମାନଙ୍କୁ ବିମାନରେ ପଠାଇବି। କୌଣସି ବିଧାୟକଙ୍କୁ ଜବରଦସ୍ତି ମୋ ଟିମ୍‌କୁ ଆଣି ନାହିଁ। ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏକନାଥ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଜେପି ନଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ନିଷ୍ପତ୍ତିର କୋଡ଼ିଏ ଦିନ ପରେ:କୁହୁଳୁଛି କଶ୍ମୀର, ନିଆଁକୁ ଡର

ଠିକ୍‌ କୋଡ଼ିଏ ଦିନ ତଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦...

ଭାଜପା ନେତାଙ୍କ ଅପିଲ୍‌: ହିନ୍ଦୁମାନେ ଅତିକମ୍‌ରେ ୫ ସନ୍ତାନ କରନ୍ତୁ ଜନ୍ମ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନକୁ ନେଇ ବିତର୍କ ତୀବ୍ର ଚାଲିଥିବାବେଳେ ମିରୁଟର ଜଣେ ଭାଜପା ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପା ନେତା...

କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି

ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୦।୧୦: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା ମିଳିଛି। ଶୋପିଆନ୍‌ର ମଲହୋରା ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେଶନ୍‌ରେ ୨ ଆତଙ୍କବାଦୀଙ୍କୁ...

ବୁଧବାର ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଏବେ ଏହାକୁ ବୁଧବାର ରାଜ୍ୟ ସଭାରେ ଉପସ୍ଥାପନ କରାଯିବ। ନାଗରିକତା ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା...

ନବାବ ମଲିକଙ୍କୁ ଆଇନଗତ ନୋଟିସ ପଠାଇଲେ ଫଡନଭୀସ୍‌ଙ୍କ ସ୍ତ୍ରୀ

ମୁମ୍ବାଇ,୧୧।୧୧: ମୁମ୍ବାଇ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ମଧ୍ୟରେ...

ନିଟ୍‌ ପିଜି କାଉନସେଲିଂ ଉପରେ ରୋକ…

ନୂଆଦିଲ୍ଲୀ,୨୫।୧୦: ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ୍‌ ପିଜି କାଉନସେଲିଂ ଉପରେ ରୋକ ଲଗାଯାଇଛି। ଏନେଇ ସୋମବାର ସୁପ୍ରିମ୍‌କୋର୍ଟ...

Advertisement
Archives

Model This Week