Posted inଖେଳ

ହାର୍ଦ୍ଦିକଙ୍କ ଅସନ୍ତୋଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ପ୍ରଶଂସକଙ୍କ ସହ ଉଭୟ ଟିମ୍‌ ଲାଗି ବହୁତ ନୈରାଶ୍ୟଜନକ ଥିଲା। କାରଣ ଏଥିରେ କେବଳ ବୋଲର୍‌ମାନେ ହିଁ ଖୁସି ହୋଇଥିଲେ।

ଏହି ଟି୨୦ ସିରିଜରେ ଉଭୟ ଟିମ୍‌ ୧୦୦ ରନ୍‌ ହିଁ କରିପାରିଥିଲେ। ଟି୨୦ ମ୍ୟାଚ୍‌ ସତ୍ତ୍ୱେ ମଇଦାନରେ କୌଣସି ଖେଳାଳି ଛକାଟିଏ ମାରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ଭାରତକୁ ଏଠାରେ ୧୦୦ ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଭାରତୀୟ ଟିମ୍‌ ବହୁ କଷ୍ଟରେ ଶେଷ ଓଭରରେ ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା।

ପିଚ୍‌କୁ ନେଇ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଥିଲେ। ମ୍ୟାଚ୍‌ ପରେ ସେ କହିଥିଲେ ଯେ, ‘ସତ କହିବାକୁ ଗଲେ ଏହି ଉଇକେଟ ଚକିତ କରିଥିଲା। ସମସ୍ତ ପିଚ୍‌ରେ ଖେଳିବାକୁ ମୁଁ ପ୍ରସ୍ତୁତ ଥାଏ। ହେଲେ ଏହି ପିଚ୍‌ ଟି୨୦ ପାଇଁ ନ ଥିଲା।’ ହାର୍ଦ୍ଦିକଙ୍କ ଅସନ୍ତୋଷ କାରଣରୁ ଇକାନା ଷ୍ଟାଡିୟମର ପରିଚାଳନା ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପିଚ୍‌ କ୍ୟୁରେଟରଙ୍କୁ ହଟାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

କୌଣସି ଟି୨୦ ମୁକାବିଲାରେ ଏଭଳି ପିଚ୍‌ ବହୁତ କମ୍‌ ଦେଖିବାକୁ ମିଳିଛି। ଇକାନାରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ୍‌ ପାଇଁ ସଂଘର୍ଷ କରିଥିଲେ। ଏପରିକି ଏହି ମ୍ୟାଚ୍‌ ଏକ ରେକର୍ଡ ବି କରିଥିଲା। ମୋଟ ୧୬ ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ରେ ବ୍ୟାଟିଂ କରିଥିଲେ ହେଁ ମାତ୍ର ୧୮୩ ରନ୍‌ କରିଥିଲେ। ଏଥିରେ ମାତ୍ର ୧୪ ଚୌକା ଥିଲା। ଗୋଟିଏ ବି ଛକା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି...

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି...

ସୁସ୍ଥ ଜୀବନ ପାଇଁ ବ୍ୟାୟାମ ଜରୁରୀ: ୬ କ୍ରୀଡ଼ା ଖବରଦାତା ସମ୍ମାନିତ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)-ସ୍ବାସ୍ଥ୍ୟ ହିଁ ସମ୍ପଦ। ଜଣେ ସୁସ୍ଥ ରହିଲେ ଯାଇ ସତେଜ ମାନସିକତାରେ କାର୍ଯ୍ୟ କରିପାରିବ। ତେଣୁ ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନରେ ପ୍ରତ୍ୟେକ...

୧୩ ଦଳର ୪୫୫ ବୋଲର୍‌ ଯାହା କରିପାରି ନ ଥିଲେ, ଜନ୍ମଦିନରେ ତାହା କରି ଦେଖାଇଲେ ଏହି କ୍ରିକେଟର୍‌

କଲମ୍ବୋ,୨୦।୭: ତୃତୀୟ ଟି -୨୦ ମ୍ୟାଚରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ରଣଜୀ ଟ୍ରଫି ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୯ା୨: କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଦାବିଦାରୀକୁ ଦୃଢ କରିଛି ସୌରାଷ୍ଟ୍ର। ପ୍ରଥମ ଇନିଂସରେ ୨୩୦...

କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ...

Advertisement
Archives

Model This Week