ଇ-ଯାନ କିଣିବାକୁ ୯୦% ଆଗ୍ରହୀ

ନୂଆଦିଲ୍ଲୀ, ୨୬।୭: ପେଟ୍ରୋଲ ଏବଂ ଡିଜେଲର ଲଗାତର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଏ କ୍ଷେତ୍ରରେ ଇ-ଯାନ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। କେନ୍ଦ୍ର ସରକାର ଫେମ୍‌-୨ ଯୋଜନା ଦ୍ୱାରା ସବ୍‌ସିଡି ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟଗୁଡ଼ିକ ସ୍ତରରେ ମଧ୍ୟ ସରକାର ସବ୍‌ସିଡି ପ୍ରଦାନ ଦ୍ୱାରା ଇ-ଯାନ ଦର ସୁଲଭ ହେଉଥିବା ଦେଖାଯାଇଛି। କନ୍‌ସଲ୍‌ଟିଂ ଫାର୍ମ ଇଓ୍ବାଇ ପକ୍ଷରୁ ଏକ ରିପୋର୍ଟ ମୁତାବକ, ୯୦% ଲୋକ ଇ-ଯାନ କ୍ରୟ କରିବାକୁ ଚାହୁଁଛନ୍ତି। ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ୧୩ ଦେଶର ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ଭାରତର ୧ ହଜାର ଲୋକ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ୯୯୦ ବା ୯୯% ଲୋକ ଇଲେକ୍ଟ୍ରିକ ଭେଇକିଲ କିଣିବାକୁ ଆଗ୍ରହୀ ବୋଲି ମତ ରଖିଛନ୍ତି।
ବିଶ୍ୱ ସ୍ତରରେ ଇ-ଯାନ ବିକ୍ରି ଆଗାମୀ ବର୍ଷଗୁଡ଼ିକରେ ଦ୍ରୁତ ଭାବେ ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ୪୦% ଲୋକ ଇ-ଯାନ ଲାଗି ୨୦% ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ ନିମନ୍ତେ ପ୍ରସ୍ତୁତ ଥିବା ଏଥିରୁ ସାମ୍ନାକୁ ଆସିଛି। ଭାରତରେ ପ୍ରତି ୧୦ ଜଣରେ ୩ ଜଣ ଇଲେକ୍ଟ୍ରିକ କାର କିଣିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ସର୍ଭେ ମୁତାବକ, ଭାରତରେ ଅଧିକାଂଶ ଲୋକ ଚାହାନ୍ତି ଯେ, ଯାନ ଗୋଟିଏ ଥର ଚାର୍ଜରେ ଅଧିକ ବାଟ ଗଡୁ। ୧୦୦ରୁ ୨୦୦ ମାଇଲ ବା ୧୬୦ କିମିରୁ ୩୨୦ କିମି ସିଙ୍ଗଲ ଚାର୍ଜରେ ଯାନ ଅତିକ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଭାରତୀୟମାନେ ମତ ପ୍ରକାଶ କରିଛନ୍ତି।
ଯାନବାହନଗୁଡ଼ିକ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ। ଏହାକୁ ଲୋକମାନେ ବିଚାର କରି ଇ-ଯାନ କ୍ରୟ କରିବାକୁ ଚାହୁଁଥିବା ରିପୋର୍ଟରୁ ଜଣାପଡ଼ିଛି। ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ି କ୍ରୟ ପରିବର୍ତ୍ତେ ନିଜର ଉତ୍ତରଦାୟିତ୍ୱକୁ ବୁଝି ଇ-ଯାନ କ୍ରୟ କରିବା ଆବଶ୍ୟକ ବୋଲି ୬୭% ଲୋକ ମତ ରଖିଛନ୍ତି। ଇ-ଯାନ ବ୍ୟବହାର ବଢ଼ିଲେ ପରିବେଶ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଜାରି କରାଯାଇପାରିବ ବୋଲି ଲୋକମାନେ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡ଼ିକ ଇ-ଯାନକୁ ବର୍ତ୍ତମାନ ପ୍ରୋତ୍ସାହନ କରୁଛନ୍ତି। ଏହାର ବହୁଳ ବ୍ୟବହାର ନେଇ କେବେ ବ୍ୟବସ୍ଥା ଆସୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri