ବିମୁଦ୍ରୀକରଣର ଆଠବର୍ଷ ପରେ

ଆଜକୁ ଠିକ୍‌ ୮ ବର୍ଷ ତଳେ ସରକାର ବିମୁଦ୍ରୀକରଣ ପଦକ୍ଷେପ ନେଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥିଲେ। ଏହା ଦୁର୍ନୀତି ଓ କଳାଟଙ୍କାର ବିଲୋପ ଘଟାଇବ, ଜାଲ୍‌ ନୋଟ୍‌ କାରବାର ରୋକିବ ବୋଲି କୁହାଯାଇଥିଲା। ପରେ ଏହା ନଗଦବିହୀନ ଅର୍ଥନୀତି ସୃଷ୍ଟି କରିବ ବୋଲି ଆଉ ଏକ ଲକ୍ଷ୍ୟ ଯୋଡ଼ାଯାଇଥିଲା। ଏହାପରେ ଲୋକେ ଅଚଳ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କରେ ଲମ୍ବାଧାଡ଼ି ଲଗାଇଥିଲେ। ଏହି ସମୟରେ ଅନେକ ଅସୁବିଧା ଲୋକେ ସାମ୍ନା କରିଥିଲେ। ନିତିଦିନିଆ ଜୀବନ ବିପର୍ଯ୍ୟସ୍ତ ହୋଇଥିଲା। ଆର୍ଥିକ ଅଭିବୃଦ୍ଧି ମଧ୍ୟ ମନ୍ଥର ହୋଇଯାଇଥିଲା। କିନ୍ତୁ ଆଜିସୁଦ୍ଧା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇନି ବରଂ ଦୁର୍ନୀତି ଓ କଳାଟଙ୍କା ବୃଦ୍ଧି ପାଇଛି। ବିମୁଦ୍ରୀକରଣ ସମୟରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୫.୪୧ ଲକ୍ଷ କୋଟି ଥିଲା। ଏହା ମୋଟ ପ୍ରଚଳିତ ମୁଦ୍ରା ପରିମାଣର ୮୬% । ସରକାର ଭାବିଥିଲେ ୩ରୁ ୪ ଲକ୍ଷ କୋଟି ଟଙ୍କା ଫେରିବ ନାହିଁ। ଏଣୁ ସମପରିମାଣର ଅର୍ଥ ସରକାର ରିଜର୍ଭ ବ୍ୟାଙ୍କରୁ ପାଇବେ। କିନ୍ତୁ ଜୁନ୍‌ ୨୦୧୭ ସୁଦ୍ଧା ୧୫.୩୧ ଲକ୍ଷ କୋଟି ଟଙ୍କା ବା ମୋଟ୍‌ ଅଚଳ ଟଙ୍କାର ୯୯.୯% ଫେରିଥିଲା। କେବଳ ୧୦,୭୨୦ କୋଟି ଟଙ୍କା ଫେରି ନ ଥିଲା।
ବିମୁଦ୍ରୀକରଣ ମାଧ୍ୟମରେ ସରକାରଙ୍କ କଳାଟଙ୍କା କାରବାର ରୋକିବାର ସିଦ୍ଧାନ୍ତକୁ ଅନେକେ ପ୍ରଶ୍ନ କରୁଛନ୍ତି। ହାଇଦ୍ରାବାଦର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆୟୋଜିତ ସମ୍ମିଳନୀରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରଥନା (ମାର୍ଚ୍ଚ ୨୦୨୪) କହିଥିଲେ ଯେ, ବିମୁଦ୍ରୀକରଣ କଳାଟଙ୍କାକୁ ଧଳାଟଙ୍କାରେ ପରିଣତ କରିବାର ଏକ ମାଧ୍ୟମ ହୋଇଥିଲା। ଅବଶ୍ୟ ବିମୁଦ୍ରୀକରଣ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲା। ଭାରତରେ କଳାଧନ ପରିମାଣ କେତେ, କେହି ଠିକ୍‌ ଭାବେ କହିପାରିବେ ନାହିଁ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ ଭାରତରେ କଳାଧନ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୫୦%। କିନ୍ତୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଅନୁସାରେ ଏହା ୨୮ ଲକ୍ଷ କୋଟି ଟଙ୍କା ହୋଇଥିଲା ବେଳେ ବିଶ୍ୱବ୍ୟାଙ୍କ ଅନୁସାରେ ଏହା ମୋଟ୍‌ ଘରୋଇ ଉତ୍ପାଦର ୨୦%। ଅଧିକାଂଶ କଳାଟଙ୍କା ନଗଦ ଆକାରରେ ନୁହେଁ ବରଂ ସୁନା, ରୁପା ଏବଂ ଜମିବାଡ଼ି, ଘରଦ୍ବାର(ରିୟଲ ଇଷ୍ଟେଟ) ତଥା ବିଦେଶର ଟିକସ ଭୂସ୍ବର୍ଗରେ ରଖା ଯାଇଥାଏ। ଏଣୁ ବିମୁଦ୍ରାୟନର କୌଣସି ପ୍ରଭାବ ପଡ଼ି ନ ଥିଲା।
ବାସ୍ତବରେ ବିମୁଦ୍ରୀକରଣ ପରେ ଦୁର୍ନୀତି ବୃଦ୍ଧି ପାଇଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲର ଦୁର୍ନୀତି ଧାରଣା ସୂଚକାଙ୍କ(ସିପିଆଇ) ୨୦୧୬ରେ ଭାରତର ସ୍ଥାନ ୭୯ ଥିଲା। ୨୦୨୩ ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରେ ଭାରତ ୮୫ତମ ସ୍ଥାନରେ ଥିଲା। ୨୦୨୪ ସୂଚକାଙ୍କରେ ଏହା ୯୩ ସ୍ଥାନକୁ ଖସିଆସିଛି। ଏହାର ଅର୍ଥ ଦୁର୍ନୀତି ହଟାଇବାରେ ଭାରତ ୨୦୧୬ରେ ୭୮ଟି ଦେଶ ତଳେ ଥିଲାବେଳେ ୨୦୨୪ରେ ୯୨ଟି ଦେଶ ପଛରେ ଅଛି। ଅର୍ଥାତ୍‌ ବିମୁଦ୍ରୀକରଣ ପରେ ଦୁର୍ନୀତି ଦୂର କରିବାରେ ଭାରତର ସ୍ଥିତି ଆହୁରି ନିମ୍ନଗାମୀ। ଦୁର୍ନୀତି ସହ ବ୍ୟାଙ୍କ ଜାଲିଆତି ବୃଦ୍ଧି ପାଇଛି। ଧନୀ ଋଣ ନ ଶୁଝିବା ଯୋଗୁ ବ୍ୟାଙ୍କର ଅଚଳ ସମ୍ପତ୍ତି ବା ଖରାପ ଋଣ ବୃଦ୍ଧି ପାଇଛି। ୨୦୨୩-୨୪ ସୁଦ୍ଧା ଗତ ୫ ବର୍ଷରେ ବ୍ୟାଙ୍କଗୁଡ଼ିକ ୯.୯ ଲକ୍ଷ କୋଟି ଟଙ୍କା ଖରାପ ଋଣ ‘ରାଇଟ୍‌ ଅଫ୍‌’ କରିଛନ୍ତି, ସେଥିରୁ ମାତ୍ର ୧୮% ବା ୧.୮୪ ଲକ୍ଷ କୋଟି ଟଙ୍କା ଉଦ୍ଧାର ହୋଇଛି। ଏହାର ଅର୍ଥ ଅବଶିଷ୍ଟ ଲୁଟ୍‌ ହୋଇଛି।
ବିମୁଦ୍ରୀକରଣର ଲକ୍ଷ୍ୟ ନଗଦ କାରବାର ହ୍ରାସ କରିବା। କିନ୍ତୁ ନଗଦ କାରବାର ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଉଛି । ୨୦୧୬ ନଭେମ୍ବର ୪ରେ ଭାରତରେ ଏହା ୧୭.୭୪ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଏହା ୨୦୨୩-୨୪ରେ ୩୫ ଲକ୍ଷ କୋଟିକୁ ବୃଦ୍ଧି ପାଇଲାବେଳେ ୨୫ ଅକ୍ଟୋବର ୨୦୨୪ ସୁଦ୍ଧା ୩୫.୩୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସଂଖ୍ୟାଦୃଷ୍ଟିରୁ ବୃଦ୍ଧିହେବା ସ୍ବାଭାବିକ ପ୍ରକ୍ରିୟା, କିନ୍ତୁ ଜିଡିପି ଅନୁସାରେ ଏହା ମଧ୍ୟ ବୃଦ୍ଧି ପାଇଛି। ଜିଡିପି ଅନୁସାରେ ନଗଦ ମୁଦ୍ରା ୨୦୧୬-୧୭ରେ ୮.୭% ଥିଲା। କରୋନା ମହାମାରୀ ସମୟ(୨୦୨୦-୨୧)ରେ ୧୪.୫% ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୩-୨୪ରେ ମଧ୍ୟ ୧୧.୫% ରହିଛି। ଅବଶ୍ୟ ଦୁର୍ନୀତି ସହ ନଗଦ ଟଙ୍କା କାରବାରର ସେମିତି ସମ୍ପର୍କ ନାହିଁ। ଏହା ଶାସନ ବ୍ୟବସ୍ଥାର ସ୍ବଚ୍ଛତା ଉପରେ ନିର୍ଭର କରେ। ଜାପାନ ପରି କିଛି ଦେଶରେ ନଗଦ କାରବାର ଅଧିକ ହେଲେ ମଧ୍ୟ ଦୁର୍ନୀତି କମ୍‌। ନାଇଜେରିଆ ପରି ଦେଶରେ ଏହା ୨% ପାଖାପାଖି ଥିଲାବେଳେ, ଏହା ଅପେକ୍ଷାକୃତ ଭାବେ ବହୁତ ଦୁର୍ନୀତିଗ୍ରସ୍ତ। ଜିଡିପି ଅନୁସାରେ ନଗଦ କାରବାର ଜାପାନରେ ୧୮.୬୧%, ହଂକଂ ୧୪.୬୫%, ଥାଇଲାଣ୍ଡ ୧୧.୩୭%, ସ୍ବିଜରଲାଣ୍ଡ, ୧୧.୧୪ %, ୟୁରୋଜୋନ୍‌ ୧୦.୦୯%, ତାଇୱାନ୍‌ରେ ୯.୩୭% ଥିଲା। ସେହିପରି ବିମୁଦ୍ରୀକରଣର ଏକ ଲକ୍ଷ୍ୟ ଥିଲା ଜାଲ୍‌ ନୋଟ କାରବାର ରୋକିବା। କିନ୍ତୁ ତାହା କ’ଣ ସମ୍ଭବ ହୋଇଛି? ୨୦୨୩-୨୪ର ସମସ୍ତ ନକଲି ନୋଟ୍‌ ପରିମାଣରୁ କେବଳ ୫୦%ରୁ ଅଧିକ ହେଉଛି ୨୦୧୬ ବିମୁଦ୍ରୀକରଣ ପରେ ପ୍ରଚଳିତ ହୋଇଥିବା ନୂତନ ସିରିଜ୍‌ର ୫୦୦ ଏବଂ ୨୦୦୦ ଟଙ୍କିଆର ନୋଟ୍‌। ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରୁ ୨୦୨୩-୨୪ ମଧ୍ୟରେ ଚିହ୍ନଟ ହୋଇଥିବା ନୂତନ ସିରିଜର ନକଲି ୫୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ପ୍ରାୟ ଚାରିଗୁଣ ବୃଦ୍ଧି ପାଇଛି।
ସରକାର ସର୍ବଦା ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରୁଛନ୍ତି ବୋଲି କହୁଛନ୍ତି। ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପ୍ରତିବର୍ଷ ଡିସେମ୍ବର ୯ରେ ପାଳନ କରାଯାଉଛି। ୨୦୨୪ରେ ୨୮ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ”ଏ ବର୍ଷର ଥିମ୍‌ ହେଉଛି ସାଧୁତା ସଂସ୍କୃତିରେ ରାଷ୍ଟ୍ରର ସମୃଦ୍ଧି। କିନ୍ତୁ ସାଧୁତା ଉପର ସ୍ତରରେ ଦେଖାଯାଉନି।“ ଯେଉଁମାନେ ଆଇନକାନୁନ୍‌ ପ୍ରଣେତା ଏବଂ ରକ୍ଷା କରିବାର ଦାୟିତ୍ୱ ନେଉଛନ୍ତି, ସେମାନେ ଠିକ୍‌ ବିପରୀତ କରୁଛନ୍ତି। ‘ଦୁର୍ନୀତି ପ୍ରକ୍ରିୟା ଆଜିର ନିର୍ବାଚନ ପ୍ରକ୍ରିୟାରୁ ସୃଷ୍ଟି ହେଉଛି।’ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ଓ ନେତା ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି। ‘ସେହି ଟଙ୍କା ବିଭିନ୍ନ ଅନୈତିକ ଉପାୟରେ ସଂଗ୍ରହ କରାଯାଉଥିବାରୁ ଦୁର୍ନୀତି ବୃଦ୍ଧି ପାଉଛି।’ ସରକାରୀ ଯୋଜନା, ପ୍ରକଳ୍ପ କାର୍ଯ୍ୟକାରୀ ହେଲାବେଳେ ଏକ ମୁଖ୍ୟ ଭାଗ ଦୁର୍ନୀତି ଆକାରରେ ବିଭିନ୍ନ ସ୍ତରରେ ବିଭିନ୍ନ ଲୋକ ବିଶେଷକରି ପ୍ରଶାସକ ଓ ନେତାଙ୍କ ହାତକୁ ଯାଉଛି। ବିଭିନ୍ନ ନିବେଶକ, କମ୍ପାନୀ ପ୍ରଚୁର ଚାନ୍ଦା ବିଭିନ୍ନ ରାଜନୈତିକ ନେତା ଓ ଦଳ ବିଶେଷକରି ଶାସକ ଶ୍ରେଣୀଙ୍କୁ ଦେଉଛନ୍ତି। ”ତାହାର ବଦଳରେ ସେମାନେ କୋଟି କୋଟି ଟଙ୍କା ଟିକସ ରିହାତି ପାଉଛନ୍ତି; ଋଣ ଛାଡ଼ ହେଉଛି; ଶାଗମାଛ ଦରରେ ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦ ପାଉଛନ୍ତି, ଯାହା ଦୁର୍ନୀତିର ମୂଳ କାରଣ ସାଜିଛି।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?