Posted inଖେଳ

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ ବିଦାୟ ନେଇସାରିଛନ୍ତି । ୨୦୨୪ ଟି-୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଥିବା ୱେଡ୍‌ ଏବେ ପୂର୍ଣ୍ଣକାଳୀନ କୋଚ୍‌ ଭାବେ ନୂଆ ଇନିଂସ୍‌ ଆରମ୍ଭ କରିବେ। ୱେଡ୍‌ ଅଷ୍ଟ୍ରେଲିଆର ହ୍ୱାଇଟ୍‌-ବଲ୍‌ ଟିମ୍‌ରେ ବ୍ୟାଟିଂ କୋଚ୍‌ ଭୂମିକାରେ ଦେଖାଯିବେ । BBLରେ ଖେଳିବା ସମୟରେ ମଧ୍ୟ ସେ ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ପରାମର୍ଶଦାତା ଭାବେ ଜଡ଼ିତ ଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପୂର୍ବରୁ ୱେଡ୍‌ ଅଷ୍ଟ୍ରେଲିଆ ପାଇଁ ତିନୋଟି ଫର୍ମାଟ୍‌ରେ ମୋଟ ୨୨୭ଟି ମ୍ୟାଚ୍‌ ଖେଳିଥିଲେ । ତାଙ୍କ ନାମରେ ମୋଟ ୪୬୮୨ ରନ୍‌ ରହିଛି । ୩୮ ବର୍ଷୀୟ ୱେଡ୍‌ଙ୍କ BBL କ୍ୟାରିୟର ମଧ୍ୟ ଦୀର୍ଘ ରହିଛି । ୨୦୧୧ରୁ ୨୦୨୬ ପର୍ଯ୍ୟନ୍ତ ସେ ମେଲବର୍ଣ୍ଣ ଷ୍ଟାର୍ସ, ମେଲବର୍ଣ୍ଣ ରେନେଗେଡ୍ସ ଓ ହୋବାର୍ଟ ହରିକେନ୍ସ ପାଇଁ ଖେଳିଥିଲେ। ଗତ ୯ଟି ସିଜନ୍‌ ଧରି ସେ ହରିକେନ୍ସର ଅଂଶ ଥିଲେ। BBLରେ ୧୧୯ଟି ମ୍ୟାଚ୍‌ ଖେଳି ୱେଡ୍‌ ୨୯୭୮ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୯ଟି ଅର୍ଦ୍ଧଶତକ ରହିଛି। ୱିକେଟ୍‌କିପର ଭାବେ ସେ ୭୦ଟି ଡିସ୍‌ମିସାଲ୍‌ ମଧ୍ୟ କରିଛନ୍ତି।

BBL ୨୦୨୫-୨୬ ସିଜନ୍‌ ୱେଡ୍‌ଙ୍କ ପାଇଁ ବିଶେଷ ସଫଳ ରହିନଥିଲା। ସେ ୧୧ଟି ମ୍ୟାଚ୍‌ରେ ମାତ୍ର ୧୬୧ ରନ୍‌ କରିଥିଲେ ଏବଂ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ତେବେ ହୋବାର୍ଟ ହରିକେନ୍ସ ସହ ତାଙ୍କର ଦୀର୍ଘ କ୍ୟାରିୟରରେ ସେ ଏକ ବଡ଼ ସଫଳତା ହାସଲ କରିଥିଲେ। ୨୦୨୪-୨୫ ସିଜନ୍‌ରେ ହରିକେନ୍ସ ସହ ସେ BBL ଟାଇଟଲ୍‌ ଜିତିଥିଲେ। ୱେଡ୍‌ଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ୨୦୨୧ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ ଅନ୍ୟତମ। ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ୱେଡ୍‌ ଦ୍ରୁତ ବ୍ୟାଟିଂ କରି ଶାହିନ୍‌ ଶାହ ଆଫ୍ରିଦିଙ୍କୁ ଲଗାତାର ୩ଟି ଛକା ମାରିଥିଲେ। ଏହି ଦମଦାର ଫିନିଶ୍‌ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇବା ସହ ଫାଇନାଲ୍‌ରେ ପହଞ୍ଚାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?