Posted inଖେଳ

କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍‌ ଇଣ୍ଡିଆର ୮ ଖେଳାଳି

ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ସ୍ଥଗିତ କରି ଦିଆଯାଇଛି। ଏହି ମ୍ୟାଚ୍‌ ବୁଧବାର ସମାନ ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ।

ତେବେ କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଥିବା ୮ ଖେଳାଳିଙ୍କୁ ମେଡିକାଲ ଟିମ୍‌ ଚିହ୍ନଟ କରିଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିଯୋଗୁ ମଙ୍ଗଳବାର ପୁଣି ଥରେ ଭାରତୀୟ ଖେଳାଳିଙ୍କ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଖେଳାଳି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। କ୍ରୁନାଲ ଆଇସୋଲେଶନରେ ଥିବା ବେଳେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟ ପାଇଁ ଆଇସୋସିଲେଶନରେ ରହିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡରେ ଥିବା ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳର ଥ୍ରୋଡାଉନ ବିଶେଷଜ୍ଞ ଦୟାନନ୍ଦ ଗରାନି ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବୋଲିଂ କୋଚ୍‌ ଭରତ ଅରୁଣ ଓ ଉଇକେଟକିପର ରିଦ୍ଦିମାନ ଶାହଙ୍କୁ ଆଇସୋଲେଶନରେ ରହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦୦ ଗ୍ରାଣ୍ଡସ୍ଲାମ ପୂରଣ ଆଶାରେ ଲିଆଣ୍ଡର

ନୂଆଦିଲ୍ଲୀ, ୬।୬(ପି.ଟି.)- ଗ୍ରାଣ୍ଡସ୍ଲାମ ଖେଳି ଶତକ ପୂରଣ କରିବାରେ ୩ ପାଦ ଦୂରରେ ଅଛନ୍ତି ଭାରତର ତାରକା ଟେନିସ ଖେଳାଳି ଲିଆଣ୍ଡର ପେସ୍‌। ୧୦୦ ଗ୍ରାଣ୍ଡସ୍ଲାମ...

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ...

କୋଚ୍‌ଙ୍କ୍‌ ୨ ଲକ୍ଷ ଟଙ୍କାର ପାଉଣା ସୀମାକୁ ହଟାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍‌ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି...

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର...

ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌; ଏବେ ଏହି ଟିମ୍‌ ସହ ଲଢ଼ିବ ‘ବିରାଟ ସେନା’

ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮...

ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍‌ଙ୍କଠାରୁ ପାଇଥିଲେ ଉପହାର

କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର...

ଯୁବରାଜଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ

ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଟିମ୍‌। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍‌ ଯୁବରାଜ...

ପାଟନା ପାଇରେଟ୍ସକୁ ହରାଇଲା ୟୁ ମୁମ୍ବା

ଅହମ୍ମଦାବାଦ,୧୭ା୮ (ପି.ଟି.)-ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶୁକ୍ରବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁ ମୁମ୍ବା ୩୪-୩୦ରେ ୩ଥର ଚାମ୍ପିୟନ ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ଏହି...

Advertisement
Archives

Model This Week