୩ ମାସରେ ୪ ହାତୀଙ୍କ ମୃତ୍ୟୁ

ପାଲଲହଡ଼ା,୨୬ା୧୨(ଡି.ଏନ.ଏ.) ଅନୁଗୋଳ ଜିଲାରେ ହାତୀ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। କେତେବେଳେ ବିଦ୍ୟୁତ୍‌ ଆଘାତରେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେବେ ଆବଶ୍ୟକ ଚିକିତ୍ସା ଅଭାବରୁ ଆହତ ହାତୀ ମୃତ୍ୟୁମୁଖରେ ପଡ଼ୁଛି। ଦେବଗଡ଼ ବନଖଣ୍ଡ ଅଧୀନ ପାଲଲହଡ଼ା ଉପଖଣ୍ଡରେ ଥିବା ପାଲଲହଡା ଏବଂ ଖମାର ବନାଞ୍ଚଳରେ ଗତ ୩ ମାସ ମଧ୍ୟରେ ୪ଟି ହାତୀ ଏପରି ଭାବେ ଜୀବନ ହରାଇଥିବା ସୂଚନା ମିଳିଛି। ବନ ବିଭାଗ ସୁରକ୍ଷା ଦେଇପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହେଉଛି।
ଗତ ସେପ୍ଟେମ୍ବର ୧୧ରେ ଖମାର ବନାଞ୍ଚଳ ରଜଡଙ୍ଗ ପଞ୍ଚାୟତ ବଦଗୁଣ୍ଡ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା ହାତୀ ପ୍ରାଣ ହରାଇଥିଲା। ନଭେମ୍ବର ୨୩ରେ ପାଲଲହଡା ବନାଞ୍ଚଳ ଜୋକପାଣି ଗ୍ରାମ କୋଲ୍ହସାହି ନିକଟ ଜଙ୍ଗଲରୁ ଏକ ଦନ୍ତା ହାତୀ ମୃତଦେହ ଜବତ କରାଯାଇଥିଲା। ସେହିପରି ଗତ ୧୫ ତାରିଖରେ ଖମାର ବନାଞ୍ଚଳ ଖେମଳା ପଞ୍ଚାୟତ ରାମହୁଳି ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଶନିବାର ମରିଥିବା ଆଉ ଏକ ହାତୀକୁ ନେଇ ୩ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇସାରିଛି। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ଦୁଇ ବନାଞ୍ଚଳରେ ୨ଟି ସ୍ବତନ୍ତ୍ର ଗାଡି ଓ ୫ ଜଣ ଲେଖାଏ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ହାତୀକୁ ସୁରକ୍ଷା ମିଳିପାରୁ ନାହିଁ। ଏ ସମ୍ପର୍କରେ ଦେବଗଡ଼ ଡିଏଫଓ ମଗନ ଧନଜି ରାଓସୋଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri