ଛାତିଥରା ଦୁର୍ଘଟଣା! ରାସ୍ତା ମଝିରେ ଜଳିଗଲେ ୩୧ ଜଣ ଲୋକ, ଟ୍ୟାଙ୍କର ଓଲଟିବାରୁ ଭୟଙ୍କର ଅଗ୍ନିକାଣ୍ଡ

କାହିରା, ୨୬।୧୧: ଇଜିପ୍ଟର ରାଜଧାନୀ କାହିରାର ଏକ ପ୍ରମୁଖ ହାଇୱେରେ ବୁଧବାର ଏକ ଇନ୍ଧନ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଆଖପାଖର ଅନେକ ଗାଡ଼ିକୁ ବ୍ୟାପିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀ କାହିରାକୁ ଚାରିପଟୁ ଘେରି ରହିଥିବା ଗୁରୁତ୍ୱପୂର୍ଣ୍ଣ ରିଙ୍ଗ ରୋଡ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଦୁଇ ଡଜନରୁ ଅଧିକ କାର୍‌ ଓ ବାଇକ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଗ୍ରେଟର କାହିରା ଅଞ୍ଚଳର ଗିଜା ପ୍ରଦେଶ ଅନ୍ତର୍ଗତ ଘନ ଜନବସତିପୂର୍ଣ୍ଣ ୱାରାକ ଅଞ୍ଚଳର ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଜଳୁଥିବା କାର୍‌ ଭିତରୁ ଲୋକଙ୍କୁ ବାହାର କରୁଥିବା ଦେଖାଯାଇଥିଲା। ଭାଇରାଲ ହୋଇଥିବା ଦୁର୍ଘଟଣାର ଭିଡିଓରେ ଦମକଳ କର୍ମଚାରୀମାନେ କାରଗୁଡ଼ିକ ମଧ୍ୟରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ନଜର ଆସିଛନ୍ତି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଦେଲେ ଏହି ଭାରତୀୟ କ୍ରିକେଟର, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ବାବା ଅପରାଜିତ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ କ୍ରିକେଟରେ ସେ ବେଶ ସକ୍ରିୟ ଥିଲେ। ଏପରିକି ଆଇପିଏଲ ଦଳରେ ମଧ୍ୟ…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଚିତ୍ର ସ୍ପଷ୍ଟ! IPL ୨୦୨୭ରେ ଏହି ଦିଗ୍ଗଜଙ୍କୁ ମିଳିବ ଦାୟିତ୍ୱ, ଫଟୋ ଶେୟାର କରି ଘୋଷଣା କଲା…

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକତ୍ୱକୁ ନେଇ ବଡ଼ ଚିନ୍ତା ଦେଖାଦେଇଛି। ଗତ ସିଜିନରେ ଦଳର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍‌…

ଟ୍ରମ୍ପଙ୍କ ନୂଆ ଟାରିଫ୍‌ ପ୍ରସ୍ତାବ; ଭାରତ ଉପରେ ୨୫% , ଚାଇନାକୁ ୪୦%…

ଓ୍ବାଶିଂଟନ,୨୫ା୧୧: ଆମେରିକା ପୁଣିଥରେ ଚାଇନା ଏବଂ ୟୁରୋପୀୟ ସଂଘ ସମେତ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ବାଣିଜ୍ୟ ଚୁକ୍ତି ହୋଇ ନ ଥିବାରୁ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂର୍ବ ପରି କାମ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ, ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି…

ଭୁବନେଶ୍ୱର,୨୫ା୧୧: ରାଜ୍ୟରେ ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାକିରିରୁ ବାଦ୍ ପଡ଼ିଥିବା ୩,୧୫୫…

ବଡ଼ ସୂଚନା; ଘୋଷଣା ହେଲା ପୋଲିସ SI ପରୀକ୍ଷା ତାରିଖ

ଭୁବନେଶ୍ୱର,୨୫।୧୧: ଦୀର୍ଘଦିନ ଧରି ପୋଲିସ SI ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ…

ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି…

ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଖବର ପରେ ବାଂଲାଦେଶରେ ପୁଣି ଅଶାନ୍ତି; ଘୋଷଣା ହେଲା ଲକଡାଉନ

ଢାକା,୨୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ବଦେଶ ଫେରିବାକୁ ଖବର ଆସିବା ପରେ, ସେଠାରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଓ ହିଂସା ଦେଖାଦେଇଛି। ହସିନାଙ୍କ…

ଟ୍ରମ୍ପଙ୍କ ନୂଆ ଟାରିଫ ବୋମା! ୧୬ ଦେଶ ଟାର୍ଗେଟ୍‌ରେ, ଭାରତ ଉପରେ କେଉଁ ପ୍ରଭାବ ପଡ଼ିବ ଜାଣନ୍ତୁ…

ନୂଆଦିଲ୍ଲୀ, ୨୫।୧୧: ବିଶ୍ୱର ସବୁଠାରୁ ବଡ଼ ବଜାର ଆମେରିକା ପକ୍ଷରୁ ଯେତେବେଳେ ଟାରିଫ ବୃଦ୍ଧି ନେଇ ଖବର ଆସେ, ସେତେବେଳେ ଏହାର ପ୍ରଭାବ କେବଳ ବଡ଼ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?