ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି ଗୃହ ଆରମ୍ଭରୁ କୋଟିଆ ପ୍ରସଙ୍ଗରେ ଆଲୋଚନା ନହେଲେ ସେ ବିଧାନସଭା ପରିସରରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, କୋଟିଆକୁ ନେଇ ବିଧାନସଭା ଆରମ୍ଭରୁ ସେ ସ୍ବତନ୍ତ୍ର ଆଲୋଚନା ଦାବି କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଏହି ପ୍ରସଙ୍ଗରେ ଆନ୍ତରିକତା ନାହିଁ। ଫଳରେ ଗୃହରେ ଏହା ଉପରେ ଆଲୋଚନା ହୋଇପାରୁନାହିଁ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କୋଟିଆର ୫୪ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ନିର୍ବାଚନ ପାଇଁ ଇତିମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି। ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବିଷୟ। କୋଟିଆର ସ୍ବାର୍ଥ ଓ ଓଡ଼ିଶାର ସୀମା ସୁରକ୍ଷା ପ୍ରସଙ୍ଗରେ ସରକାର ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ। ଆସନ୍ତାକାଲି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ତାରା। ନଚେତ୍‌ ସେ ଆତ୍ମାହୁତି ଦେବେ ବୋଲି କହିବା ପରେ ବିଧାନସଭାରେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୩ କୋଟି ଲିଟର ଜଳ ଶୋଷିବ ଡାଟା ସେଣ୍ଟର

ଭୁବନେଶ୍ୱର,୨୬ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି। ମୁଣ୍ଡଳିଠାରେ ଆଦାନୀ…

ସମାନ ସରକାରୀ ପଦବୀ ପାଇଁ ମିଳିତ ପରୀକ୍ଷା ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ସୁନିତ୍‌ ମିଶ୍ର): ବିଭିନ୍ନ ବିଭାଗରେ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟ ଏବଂ ଦାୟିତ୍ୱ ଆବଶ୍ୟକ କରୁଥିବା ସରକାରୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏକ ମିଳିତ ପରୀକ୍ଷା ଆୟୋଜନ…

ଟ୍ରମ୍ପଙ୍କ ନୂଆ ଟାରିଫ୍‌ ପ୍ରସ୍ତାବ; ଭାରତ ଉପରେ ୨୫% , ଚାଇନାକୁ ୪୦%…

ଓ୍ବାଶିଂଟନ,୨୫ା୧୧: ଆମେରିକା ପୁଣିଥରେ ଚାଇନା ଏବଂ ୟୁରୋପୀୟ ସଂଘ ସମେତ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ବାଣିଜ୍ୟ ଚୁକ୍ତି ହୋଇ ନ ଥିବାରୁ…

କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂର୍ବ ପରି କାମ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ, ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି…

ଭୁବନେଶ୍ୱର,୨୫ା୧୧: ରାଜ୍ୟରେ ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାକିରିରୁ ବାଦ୍ ପଡ଼ିଥିବା ୩,୧୫୫…

ଗଞ୍ଜାମରେ ବନ୍ୟା ସହାୟତା ବଣ୍ଟନ ମାସ ଶେଷ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି.…

ମହିଳାମାନେ ନିଜର ହକ୍‌ ପାଇଁ ନିର୍ଭୟରେ ସ୍ବର ଉଠାଇବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ‘ଜାଗୃତି’ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କମଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବ୍‌-ଇନ୍ସପେକ୍ଟର ବାସନ୍ତୀ ବେହେରା…

୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, କୋକସରାରେ ବିକ୍ଷୋଭ

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସେସିଏସନ୍ ପକ୍ଷରୁ ସୋମବାରଠାରୁ ୭ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?