ଫ୍ଲ ଲେସ୍‌ ସ୍କିନ୍‌ ପାଇଁ ଅଣ୍ଡା

ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ପ୍ରାୟ ଅନେକେ ପସନ୍ଦ କରନ୍ତି। ହେଲେ ଆପଣ ଜାଣନ୍ତି କି ଏଥିରେ ଭରି ରହିଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏହାକୁ ବ୍ୟବହାରକରି
ସୁନ୍ଦର, ବେଦାଗ ତ୍ୱଚା ପାଇବାକୁ ଚାହୁଁଥିଲେ
ଜାଣିରଖନ୍ତୁ ଟିପ୍ସ …
ସ୍କିନ୍‌ଟୋନ୍‌ ଡାର୍କ ହୋଇଗଲେ କିପରି ଗୋରା ତ୍ୱଚା ପାଇବେ ତାକୁ ନେଇ ଅନେକଙ୍କର ଚିନ୍ତା ବଢ଼ିଯାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାରେ ଖର୍ଚ୍ଚାନ୍ତ ହେଉଛନ୍ତି, ତେବେ ଖୁବ୍‌ କମ୍‌ ଖର୍ଚ୍ଚରେ ଘରୋଇ ଉପାୟରେ ନିଜ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ଖଣ୍ଡେ ପାଚିଲା କଖାରୁକୁ ଗ୍ରାଇଣ୍ଡ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ପରେ ନର୍ମାଲ ପାଣିରେ ଧୋଇଦିଅନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ, ଖୁବ୍‌ କମ୍‌ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଜାଣିପାରିବେ।
ଫ୍ଲ ଲେସ୍‌ ବା ବେଦାଗ ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଯଦି ଆପଣ ବି ବ୍ରଣ ଦାଗ କିମ୍ବା ସନବର୍ନ ଆଦି ଯୋଗୁ ଚିନ୍ତିତ ତେବେ ଘରୋଇ ଉପାୟରେ ଅଣ୍ଡା ବ୍ୟବହାର କରି ଦାଗମୁକ୍ତ ଗ୍ଲୋଇଂ ସ୍କିନ୍‌ ପାଇପାରିବେ। ଏଥିପାଇଁ ଅଣ୍ଟାର ଧଳା ଅଂଶରେ ମହୁ ଏବଂ ଅଲିଭ ଅଏଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ୧୫ମିନିଟ୍‌ ରଖିବା ପରେ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ।

ଏକ ପାତ୍ରରେ ଅଳ୍ପ ମହୁ ସହ ଅଣ୍ଡାର ଧଳା ଅଂଶ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ମୁହଁରେ ଥିବା ରିଙ୍କଲ୍‌ ମାର୍କ ଏବଂ ଏଜ୍‌ ଲାଇନ ଦୂରକରି ତ୍ୱଚାକୁ ଟାଇଟ୍‌ କରିବା ସହ ଆକର୍ଷଣୀୟ ୟଙ୍ଗ୍‌ ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କରନ୍ତୁ, ଆଉ ହେବନି କରୋନା…

ନୂଆଦିଲ୍ଲୀ,୨୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ କେତେକ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ବ୍ୟବହାର କଲେ କରୋନାରୁ ଦୂରେଇ ହୋଇ...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ସକାଳେ କପେ ପାନମଧୁରୀ ଚା’…

ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ...

ଘରୋଇ ଉପାୟରେ ଦୂର ହୁଏ ଆଣ୍ଠୁ, କହୁଣୀରେ ପଡୁଥିବା କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ...

ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ...

ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ...

ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ...

କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ...

Advertisement
Archives

Model This Week