Posted inଜାତୀୟ

ଝାଡ଼ଖଣ୍ଡରେ ‘ଦାନା’ର ପ୍ରଭାବ, ସ୍କୁଲ ବନ୍ଦ

ରାଞ୍ଚି,୨୫।୧୦: ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ଦାନା’ର ପ୍ରଭାବ ଦୃଶ୍ୟମାନ ହୋଇଛି। ଗୁରୁବାର ଠାରୁ ରାଜ୍ୟର କୋଲହାନ ଡିଭିଜନର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳର ଜଗନ୍ନାଥପୁର, ସଢେଇକଳା ଏବଂ ବରହାଗୋଡାରେ ରେକର୍ଡ ପରିମାଣର ବର୍ଷା ହୋଇଥିଲା। ଏହା ବ୍ୟତୀତ ଗିରିଡିହ, ଗୋଡ୍ଡା, ହଜାରିବାଗ, ରାଞ୍ଚି, ସାହିବଗଞ୍ଜ ଏବଂ ଲୋହରଦଗାରେ ମଧ୍ୟ ବର୍ଷା ହେଉଛି।

ଏହାପୂର୍ବରୁ ଗୁରୁବାର ରାଜ୍ୟରେ ସର୍ବାଧିକ ବର୍ଷା ପାକୁଡର ମହେଶପୁରରେ ୮୬ ମିଲିମିଟର ଏବଂ ରାଜମହଲରେ ୪୨.୨ ମିଲିମିଟର ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କୋଲହାନରେ ଅରେଞ୍ଜ ଆଲର୍ଟ ଓ ରାଞ୍ଚି ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ବର୍ଷା ଏବଂ ଝଡ଼କୁ ଦୃଷ୍ଟିରେ ରଖି କୋଲହାନ ଡିଭିଜନର ପୂର୍ବ ଏବଂ ପଶ୍ଚିମ ସିଂହଭୂମ ଏବଂ ସଢେଇକଳା-ଖରସୁଆଁ ଜିଲାର ସମସ୍ତ ବିଦ୍ୟାଳୟକୁ ଶୁକ୍ରବାର ଦିନ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏକ ଚିଠି ଜାରି କରିଛି।
ଚିଠିରେ କୁହାଯାଇଛି ଯେ ସମସ୍ତ ବର୍ଗର ସରକାରୀ ତଥା ଅଣ-ସରକାରୀ ସହାୟକ / ଅଣସଂରକ୍ଷିତ (ସଂଖ୍ୟାଲଘୁ ସମେତ) ଶ୍ରେଣୀରେ କେଜିରୁ ଦ୍ୱାଦଶ ଶ୍ରେଣୀ ଏବଂ ସମସ୍ତ ଘରୋଇ ବିଦ୍ୟାଳୟ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବନ୍ଦ ରହିବ। ଶୁକ୍ରବାର ରାଞ୍ଚିରୁ ଭୁବନେଶ୍ୱର ଏବଂ କୋଲକାତା ବିମାନ ଚଳାଚଳ ବାତିଲ କରାଯାଇଛି। ଝାଡ଼ଖଣ୍ଡ ଦେଇ ଯାଉଥିବା ପ୍ରାୟ ୧୦ଟି ଟ୍ରେନ ବାତିଲ ହୋଇସାରିଛି। ଝାଡ଼ଖଣ୍ଡର ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସତର୍କ ମୋଡରେ ଅଛି। ବିଦ୍ୟୁତ ବିଭାଗରେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ଅକ୍ଟୋବର ୨୬ରେ ମଧ୍ୟ ସମାନ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଞ୍ଚିରେ ଅବସ୍ଥିତ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଅଭିଷେକ ଆନନ୍ଦଙ୍କ ଅନୁଯାୟୀ ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ହୋଇପାରେ। ବର୍ଷା ପରେ ୨୬ ଓ ୨୭ ଅକ୍ଟୋବରରେ କୁହୁଡି ହେବାର ସମ୍ଭାବନା ଅଛି ଏବଂ ୨୮ ଅକ୍ଟୋବରରୁ ଥଣ୍ଡା ବୃଦ୍ଧି ପାଇବ। ଚାଷୀଙ୍କୁ କ୍ଷେତରୁ ଜଳ ନିଷ୍କାସନ ଏବଂ ପ୍ରସ୍ତୁତ ପନିପରିବା ତୋଳି ଦେବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତି ଜିତିଲା ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?