ଆଲିଆ-ରଣବୀରଙ୍କ ବିବାହ ହୋଇସାରିଥିବା କହିଲେ ମା’

ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କହାଯାଉଛି ଯେ , ଉଭୟ ଚଳିତ ମାସ ୧୪ ରୁ ୧୭ ଏପ୍ରିଲ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ସବୁ ଖବର ମଧ୍ୟରେ ବର୍ତ୍ତମାନ ରଣବୀରଙ୍କ ମା’ ତଥା ଅଭିନେତ୍ରୀ ନିତୁ କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପାପାରାଜି ନିତୁଙ୍କୁୁ ଆଲିଆ ଏବଂ ରଣବୀରଙ୍କ ବିବାହ ସମ୍ବନ୍ଧୀୟ ପ୍ରଶ୍ନ ପଚାରୁଛନ୍ତି, ନିତୁ ଉଭୟ ବିବାହ କରିସାରିଥିବା କହିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଶୁକ୍ରବାର ନିତୁ ତାଙ୍କ ଆଗାମୀ ଶୋ ‘ଡ୍ୟାନ୍ସ ଦିୱାନେ ଜୁନିଅର’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ, ନିିତୁ କପୁରଙ୍କୁ ଦେଖିବା ପରେ ପାପାରାଜି ତାଙ୍କୁ ଘେରି ଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ପାପାରାଜି ନିତୁଙ୍କୁ ରଣବୀର ଏବଂ ଆଲିଆଙ୍କ ବିବାହ ବିଷୟରେ ପଚାରୁଛନ୍ତି। ପାପାରାଜି କହୁଛନ୍ତି, ‘ନିତୁ ଜୀ ବିବାହ ତାରିଖ କୁହ। ନିତୁ କୁହନ୍ତି, ‘କାହାର’। ପାପାରାଜି କୁହନ୍ତି, ‘ଆର୍‌ କେ ସାରଙ୍କର। ପାପାରାଜିର ଏହି ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ନିତୁ କୁହନ୍ତି, ‘ତାରିଖ ପରମେଶ୍ୱର ଜାଣନ୍ତି। ‘ ନିତୁଙ୍କ ଉତ୍ତର ଶୁଣି ଏକ ପାପାରାଜି ମଧ୍ୟ ପଚାରିଛନ୍ତି, ‘କେହି କେହି ୧୪ ଏପ୍ରିଲରେ କହୁଛନ୍ତି, କେହି ଜଣେ ୧୫ ଏପ୍ରିଲରେ କହୁଛନ୍ତି। ତୁମେ କୁହ। ‘ନିତୁ ଉତ୍ତରରେ କହୁଛନ୍ତି ଏହା ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଲୋକପ୍ରିୟ ଅଭିନେତାଙ୍କୁ ଆକ୍ରମଣ: ଜୀବନରୁ ମାରିଦେବାକୁ ମିଳିଲା ଧମକ

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଓଲଟା ଚଶମା’ରେ ଗୋଗୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସମୟ ଶାହଙ୍କ ଉପରେ ଆକ୍ରମଣ ହୋଇଛି।...

୪୨ ବର୍ଷରେ ପଦାର୍ପଣ କଲେ ଶ୍ରୁତି: ଅର୍ଜୁନଙ୍କ ସହିତ ଅନ୍ତରଙ୍ଗ ସିନ୍‌ରେ ଶୁଟିଂସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬...

କିଆରା-ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ସାମିଲ ହେବେ ଏହି ସବୁ ଅଭିନେତା

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ମଧ୍ୟରୁ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ପ୍ରଶଂସକ। ବର୍ତ୍ତମାନ ଏହି ଯୋଡି ଖୁବ୍‌ଶୀଘ୍ର...

କ୍ୟାଟ୍ରିନାଙ୍କ ଭଉଣୀଙ୍କ ପ୍ରେମରେ ପଡିଛନ୍ତି ସଲମାନ!

ମୁମ୍ବାଇ: ବଲିଉଡ୍‌ର ହଟ୍ ତଥା ସୁନ୍ଦରୀ ନାୟିକା ହେଉଛନ୍ତି କ୍ୟାଟ୍ରିନା କୈଫ । ଲକ୍ଷେ ଦିଲ କି ଧଡକନ କ୍ୟାଟ୍ରିନାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନନ୍ୟାଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ରୁ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ ଅଭିନେତା ଚଙ୍କି...

ଆରାଧ୍ୟା ବଚ୍ଚନଙ୍କ ଉପରେ ବିଭ୍ରାନ୍ତିକର କଣ୍ଟେଣ୍ଟ କରିବା ମନା

ନୂଆଦିଲ୍ଲୀ,୨୧ା୪: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ବିଭ୍ରାନ୍ତିକର କଣ୍ଟେଣ୍ଟ ଦେଖାଯାଇପାରିବ ନାହିଁ...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା

ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା...

ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ...

Advertisement
Archives

Model This Week