ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷା

ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କହିଲେ ସରକାରୀ ଓ ଘରୋଇ ବିଦ୍ୟାଳୟ। ଏହି ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି। ଏହି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିରେ ପିଲାର ମୂଳଦୁଆ ପଡ଼ିଥାଏ, ଯାହା ପିଲାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଦୁଃଖର ବିଷୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିଗୁଡ଼ିକରେ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥା ରହିବା ସହ ଏସବୁ ଦଣ୍ଡମୁକ୍ତ ଅଞ୍ଚଳ। ଏହି କାରଣରୁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ର ଇଂଲିଶ୍‌ ଭାଷାରେ ପ୍ରାୟ ଦୁର୍ବଳ ଥିବା ଦେଖାଯାଏ। ଯେତେବେଳେ ଜଣେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ଛାତ୍ରୀଛାତ୍ର ଉଚ୍ଚ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରେ, ଇଂଲିଶ୍‌ ଭାଷା ବୁଝିବା କଷ୍ଟ ହୋଇଥାଏ। ବିଭିନ୍ନ ଚାକିରି ପାଇଁ ହେଉଥିବା ପରୀକ୍ଷା ମଧ୍ୟ ଇଂଲିଶ୍‌ ଭାଷାରେ ଦେବାକୁ ପଡ଼ିଥାଏ, ଯାହା ଜଣେ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ପିଲାକୁ ସହଜ କିମ୍ବା ସରଳ ହୋଇ ନ ଥାଏ। ପ୍ରାଥମିକ ଶିକ୍ଷାରେ ପିଲା ଯଦି ଇଂଲିଶ୍‌ ଭାଷାରେ ଦକ୍ଷ ହୋଇଥା’ନ୍ତା, ତାହେଲେ ଏ ସବୁ ତାକୁ ସହଜ କିମ୍ବା ସରଳ ହୋଇପାରିଥାନ୍ତା। ଏବେ ଦେଖିବାକୁ ଗଲେ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରିବା ଓ ସମସ୍ତ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀ ଉଠେଇବା ନିୟମ ଆସିବା ପରେ ଶିକ୍ଷାର ମାନଦଣ୍ଡ ଆହୁରି ଭୁଶୁଡ଼ି ପଡ଼ିଛି।

ମହାବିଦ୍ୟାଳୟରେ ପିଲା ପଢ଼ୁଥିଲେ ମଧ୍ୟ ଭଲ ଭାବରେ ଓଡ଼ିଆ ଭାଷାରେ ପଦେ ଲେଖି କିମ୍ବା କହି ପାରୁନାହିଁ, ଇଂଲିଶ୍‌ କହିବା ଓ ଲେଖିବା ତ ଦୂରର କଥା। ଏମିତି ଯଦି ଡିଗ୍ରୀ ପାଇ ପାଇ ପ୍ରତିବର୍ଷ ପିଲା ବାହାରିବେ ଓ ଚାକିରି ପାଇଁ ଯୋଗ୍ୟ ହୋଇ ପାରିବେ ନାହିଁ, ପରିସ୍ଥିତି କ’ଣ ହବ ଏ ପ୍ରଶ୍ନର ଉତ୍ତର ନାହିଁ। ପ୍ରଥମରୁ ଯୁକ୍ତତିନି ପର୍ଯ୍ୟନ୍ତ ପିଲା ଏମିତି ଅତି ସାଧାରଣ ଭାବରେ ପାଠପଢ଼ି ଯୁକ୍ତତିନି ପାସ କରିଦେଲା, କିନ୍ତୁ ଚାକିରି ପାଇଁ ଯୋଗ୍ୟ ହୋଇପାରିଲା ନାହିଁ କି ଘରୋଇ କାମ ପାଇଁ ବି ଯୋଗ୍ୟ ହୋଇପାରିଲା ନାହିଁ, ତେବେ ଜଣେ ପିଲାର ଭବିଷ୍ୟତ କ’ଣ? ଶେଷରେ ଦାଦନ ହିଁ ଭରସା।

ସେହିଭଳି ଘରୋଇ ବିଦ୍ୟାଳୟଗୁଡ଼ିକ କିଛି ଉଚ୍ଚମନା ଓ କିଛି ବ୍ୟକ୍ତି ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାପନ କରିଛନ୍ତି, ଯେଉଁ ବିଦ୍ୟାଳୟରେ ପିଲାଙ୍କୁ ଭଲ ଭାବରେ ଇଂଲିଶ୍‌ ଭାଷାରେ ଶିକ୍ଷା ଦିଆଯାଉଛି ସତ, କିନ୍ତୁ ଅଧିକ ପଇସା ନେଇ। ଯାହା ଜଣେ ମଧ୍ୟବିତ୍ତ ଓ ଗରିବ, କୁଲି ମୂଲିଆ ପିଲାଛୁଆଙ୍କ ପାଇଁ ସ୍ବପ୍ନ। ପ୍ରାୟ ଦେଖିବାକୁ ମିଳୁଛି ଘରୋଇ ବିଦ୍ୟାଳୟରେ ପ୍ରାଥମିକ ଅବସ୍ଥାରେ ପାଠ ପଢ଼ୁଥିବା ପିଲାମାନେ ଭଲ ଭଲ ସ୍ଥାନରେ ଭଲ ଚାକିରି ସହିତ ପ୍ରତିଷ୍ଠିତ ହେଉଛନ୍ତି, ଯାହା ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ପିଲାଙ୍କ କ୍ଷେତ୍ରରେ ବହୁ କମ୍‌ ଦେଖିବାକୁ ମିଳେ। ବର୍ତ୍ତମାନ ଶିକ୍ଷା ଏକ ଏମିତି ଅବସ୍ଥାରେ ପହଞ୍ଚତ୍ଛି ଭାବିଲେ ଦୁଃଖ ଲାଗୁଛି। ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଅଧିକାର ଥିବା ସତ୍ତ୍ୱେ ଜଣେ ଗରିବ ଘରର ପିଲା ଉପଯୁକ୍ତ ଶିକ୍ଷା ପାଇ ପାରୁନାହିଁ। କିଛି ଗରିବ ପିଲା ଯଦି ସଫଳ ହଉଛନ୍ତି ତାଙ୍କୁ ନେଇ ପ୍ରକଳ୍ପ କରି ସରକାରଙ୍କ ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି କି ଶିକ୍ଷା ବ୍ୟବସ୍ଥା ଖୁବ୍‌ ଭଲ ଚାଲିଛି, ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ବର୍ତ୍ତମାନ ଶିକ୍ଷାରେ ମଧ୍ୟ ଆର୍ଥିକ ଭାବରେ ଭେଦଭାବ ହେଉଥିବା ପରିଲକ୍ଷିତ ହେଉଛି। ଯାହାର ଯେତେ ଅଧିକ ପଇସା ସେ ସେତେ ଭଲ ଭାବରେ ଶିକ୍ଷା ପାଇ ପାରୁଛି। ଏଇଟା କ’ଣ ସମାନ ଶିକ୍ଷା ଅଧିକାର ଆଇନ? ଏ ଗୋଟେ ଆଜି ଦିନରେ ବଡ଼ ପ୍ରଶ୍ନ।

ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନଓ୍ବାଡ଼ି ଶିକ୍ଷା ବା ପ୍ରାଥମିକ ଶିକ୍ଷାରେ ଜଣେ କୋମଳମତି ଶିଶୁର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଓଡ଼ିଆ ମାଧ୍ୟମରେ ଗଁାରେ ଥିବା ଗରିବ, ମୂଲିଆ, ଖଟିଖିଆ ଓ ଆର୍ଥିକ ଭାବରେ ଦୁର୍ବଳ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯାଉଛି। ଫଳରେ ଭବିଷ୍ୟତରେ ଇଂଲିଶ୍‌ ପଢ଼ିବା ସେମାନଙ୍କ ପାଇଁ କଷ୍ଟ ହୋଇ ପଡ଼ୁଛି। ଆର୍ଥିକ ଭାବରେ ସବଳ ଥିବା ଅଭିଭାବକମାନଙ୍କ ପିଲାଛୁଆ ପ୍ଲେ ସ୍କୁଲ ଭଳିଆ ଭଲ ସ୍କୁଲରେ ପ୍ରାରମ୍ଭରୁ ହିଁ ଇଂଲିଶ୍‌ ଭାଷାରେ ଶିକ୍ଷା ଗ୍ରହଣ କଲେ। ଫଳରେ ଉଚ୍ଚ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଇଂଲିଶ୍‌ ପଢ଼ିଲା ବେଳେ ସହଜ ଓ ସରଳ ହୋଇ ପାରିଲା ଏବଂ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହଉଛନ୍ତି।

ମଧ୍ୟାହ୍ନଭୋଜନ ପାଇଁ ସରକାର ଯେପରି ଭାବରେ ସଚେତନ ଅଛନ୍ତି, ଯଦି ସେହିପରି ଭାବରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷା ଦେବା ସାର୍ବଜନୀନ କରନ୍ତି, ବହୁ ଗରିବ ଛାତ୍ରୀଛାତ୍ର ଉପକୃତ ହେବା ସହିତ ଇଂଲିଶ୍‌ ଭାଷାରେ ହେଉଥିବା ବିଭିନ୍ନ ଚାକିରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବହୁ ଭଲ ସ୍ଥାନରେ ନିଯୁକ୍ତି ପାଇ ଉଜ୍ଜ୍ୱଳମୟ ଭବିଷ୍ୟତ ଗଢ଼ିପାରିବା ସହିତ ସମାଜରେ ପ୍ରତିଷ୍ଠିତ ହୋଇ ପାରନ୍ତି। ଯେଉଁ ଅନୁଷ୍ଠାନରେ ଛାତ୍ରୀଛାତ୍ର ଗୁରୁଙ୍କର ବେତ ମାଡ଼ଖାଇ ଶିକ୍ଷା ଗ୍ରହଣ କରୁଥିଲେ ଓ ତା’ ସହିତ ଗୁରୁଜନମାନଙ୍କୁ ସମ୍ମାନ ଦେବା ଓ ଯୌଥ ପରିବାର ଚଳଣି ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ। ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଦଣ୍ଡମୁକ୍ତ ଅଞ୍ଚଳ ହେବାରୁ ଶିକ୍ଷକମାନେ ମଧ୍ୟ ପ୍ରାୟ ସମୟରେ ଛାତ୍ରମାନଙ୍କୁ ଭୟ କରୁଛନ୍ତି, କାଳେ କିଛି ମୋ ଭାଷା କିମ୍ବା ବ୍ୟବହାର ଛାତ୍ରୀଛାତ୍ରମାନଙ୍କୁ ଖରାପ ଲାଗିଲେ ମୋ ଜୀବନ ଜୀବିକା (ଚାକିରି) ଉପରେ ଆଞ୍ଚ ଆସିବ। ଏହି ଭୟରେ ଶିକ୍ଷକ ଭୟଭୀତ। ଏଣୁ ଶିକ୍ଷାର ମାନ କମିବାକୁ ଲାଗିଲାଣି। ବର୍ତ୍ତମାନ ଉଚିତ ଶିକ୍ଷାରୁ ବଞ୍ଚତ୍ତ ହୋଇ ଛାତ୍ରୀଛାତ୍ରମାନେ ପ୍ରାପ୍ତବୟସ୍କ ହେଲା ପରେ ଯେତେବେଳେ କୌଣସି ଚାକିରି କରି ରୋଜଗାର କରୁଛନ୍ତି, ସେମାନେ ଚାହୁଁନାହାନ୍ତି ଆମେ ଆମ ଅଜା ଆଈ, ମା’ବାପାଙ୍କ ସହିତ ରହିବୁ। ସେମାନେ ଚାହୁଁଛନ୍ତି କେବଳ ମୋ ସ୍ତ୍ରୀ ଓ ମୋ ଛୁଆ ହିଁ ମୋ ପରିବାର (କେବଳ ଆମେ ଦୁଇ, ଆମର ଦୁଇ)। ଏମାନଙ୍କ ସହିତ ହିଁ ମୁଁ ରହିବି। ଯାହା ଦ୍ୱାରା ପୁଅ ବୋହୂଙ୍କ ହାତରନ୍ଧା ଖାଇ ନାତି ନାତୁଣୀଙ୍କୁ ପାକୁଆ ପାଟିରେ ଗପ ଶୁଣେଇବି ବୋଲି ଆଶା ଓ ସ୍ବପ୍ନ ଦେଖୁଥିବା ଅଜାଆଈ ପୂର୍ଣ୍ଣ ବୟସରେ ବହୁ କଷ୍ଟରେ ବଞ୍ଚୁଛନ୍ତି।

ସାଧାରଣରେ ପ୍ରଶ୍ନ ଉଠୁଛି ସରକାର ଯଦି ଓଡ଼ିଆ ଭାଷା ସହିତ ଇଂଲିଶ୍‌ ଭାଷାରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଙ୍ଗନଓ୍ବାଡ଼ି ଓ ପ୍ରାଥମିକ ସ୍ତରରୁ ଓଡ଼ିଆ ସହିତ ଇଂଲିଶ୍‌ ଭାଷାରେ ଭଲ ଶିକ୍ଷା ପ୍ରଦାନ କରିବାର ନିଷ୍ପତ୍ତି ନିଅନ୍ତି, ତା’ହେଲେ ଶିକ୍ଷାରେ ସମାନତା ଆସିପାରନ୍ତା। ନିଯୁକ୍ତିରେ ସମସ୍ତ ଗରିବ, ମଜୁରିଆ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପିଲାମାନେ ମଧ୍ୟ ଭଲ ସ୍ଥାନରେ ନିଯୁକ୍ତି ପାଇପାରନ୍ତି ଓ ରାଜ୍ୟରେ ବେକାରି ସମସ୍ୟାର ସମାଧାନ ପାଇଁ ଗୋଟେ ରାସ୍ତା ଖୋଲିଯାଆନ୍ତା।
ବୌଦ୍ଧ, ମୋ: ୯୪୩୮୭୧୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri