ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷା

ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କହିଲେ ସରକାରୀ ଓ ଘରୋଇ ବିଦ୍ୟାଳୟ। ଏହି ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି। ଏହି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିରେ ପିଲାର ମୂଳଦୁଆ ପଡ଼ିଥାଏ, ଯାହା ପିଲାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଦୁଃଖର ବିଷୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିଗୁଡ଼ିକରେ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥା ରହିବା ସହ ଏସବୁ ଦଣ୍ଡମୁକ୍ତ ଅଞ୍ଚଳ। ଏହି କାରଣରୁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ର ଇଂଲିଶ୍‌ ଭାଷାରେ ପ୍ରାୟ ଦୁର୍ବଳ ଥିବା ଦେଖାଯାଏ। ଯେତେବେଳେ ଜଣେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ଛାତ୍ରୀଛାତ୍ର ଉଚ୍ଚ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରେ, ଇଂଲିଶ୍‌ ଭାଷା ବୁଝିବା କଷ୍ଟ ହୋଇଥାଏ। ବିଭିନ୍ନ ଚାକିରି ପାଇଁ ହେଉଥିବା ପରୀକ୍ଷା ମଧ୍ୟ ଇଂଲିଶ୍‌ ଭାଷାରେ ଦେବାକୁ ପଡ଼ିଥାଏ, ଯାହା ଜଣେ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ପିଲାକୁ ସହଜ କିମ୍ବା ସରଳ ହୋଇ ନ ଥାଏ। ପ୍ରାଥମିକ ଶିକ୍ଷାରେ ପିଲା ଯଦି ଇଂଲିଶ୍‌ ଭାଷାରେ ଦକ୍ଷ ହୋଇଥା’ନ୍ତା, ତାହେଲେ ଏ ସବୁ ତାକୁ ସହଜ କିମ୍ବା ସରଳ ହୋଇପାରିଥାନ୍ତା। ଏବେ ଦେଖିବାକୁ ଗଲେ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରିବା ଓ ସମସ୍ତ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀ ଉଠେଇବା ନିୟମ ଆସିବା ପରେ ଶିକ୍ଷାର ମାନଦଣ୍ଡ ଆହୁରି ଭୁଶୁଡ଼ି ପଡ଼ିଛି।

ମହାବିଦ୍ୟାଳୟରେ ପିଲା ପଢ଼ୁଥିଲେ ମଧ୍ୟ ଭଲ ଭାବରେ ଓଡ଼ିଆ ଭାଷାରେ ପଦେ ଲେଖି କିମ୍ବା କହି ପାରୁନାହିଁ, ଇଂଲିଶ୍‌ କହିବା ଓ ଲେଖିବା ତ ଦୂରର କଥା। ଏମିତି ଯଦି ଡିଗ୍ରୀ ପାଇ ପାଇ ପ୍ରତିବର୍ଷ ପିଲା ବାହାରିବେ ଓ ଚାକିରି ପାଇଁ ଯୋଗ୍ୟ ହୋଇ ପାରିବେ ନାହିଁ, ପରିସ୍ଥିତି କ’ଣ ହବ ଏ ପ୍ରଶ୍ନର ଉତ୍ତର ନାହିଁ। ପ୍ରଥମରୁ ଯୁକ୍ତତିନି ପର୍ଯ୍ୟନ୍ତ ପିଲା ଏମିତି ଅତି ସାଧାରଣ ଭାବରେ ପାଠପଢ଼ି ଯୁକ୍ତତିନି ପାସ କରିଦେଲା, କିନ୍ତୁ ଚାକିରି ପାଇଁ ଯୋଗ୍ୟ ହୋଇପାରିଲା ନାହିଁ କି ଘରୋଇ କାମ ପାଇଁ ବି ଯୋଗ୍ୟ ହୋଇପାରିଲା ନାହିଁ, ତେବେ ଜଣେ ପିଲାର ଭବିଷ୍ୟତ କ’ଣ? ଶେଷରେ ଦାଦନ ହିଁ ଭରସା।

ସେହିଭଳି ଘରୋଇ ବିଦ୍ୟାଳୟଗୁଡ଼ିକ କିଛି ଉଚ୍ଚମନା ଓ କିଛି ବ୍ୟକ୍ତି ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାପନ କରିଛନ୍ତି, ଯେଉଁ ବିଦ୍ୟାଳୟରେ ପିଲାଙ୍କୁ ଭଲ ଭାବରେ ଇଂଲିଶ୍‌ ଭାଷାରେ ଶିକ୍ଷା ଦିଆଯାଉଛି ସତ, କିନ୍ତୁ ଅଧିକ ପଇସା ନେଇ। ଯାହା ଜଣେ ମଧ୍ୟବିତ୍ତ ଓ ଗରିବ, କୁଲି ମୂଲିଆ ପିଲାଛୁଆଙ୍କ ପାଇଁ ସ୍ବପ୍ନ। ପ୍ରାୟ ଦେଖିବାକୁ ମିଳୁଛି ଘରୋଇ ବିଦ୍ୟାଳୟରେ ପ୍ରାଥମିକ ଅବସ୍ଥାରେ ପାଠ ପଢ଼ୁଥିବା ପିଲାମାନେ ଭଲ ଭଲ ସ୍ଥାନରେ ଭଲ ଚାକିରି ସହିତ ପ୍ରତିଷ୍ଠିତ ହେଉଛନ୍ତି, ଯାହା ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ପିଲାଙ୍କ କ୍ଷେତ୍ରରେ ବହୁ କମ୍‌ ଦେଖିବାକୁ ମିଳେ। ବର୍ତ୍ତମାନ ଶିକ୍ଷା ଏକ ଏମିତି ଅବସ୍ଥାରେ ପହଞ୍ଚତ୍ଛି ଭାବିଲେ ଦୁଃଖ ଲାଗୁଛି। ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଅଧିକାର ଥିବା ସତ୍ତ୍ୱେ ଜଣେ ଗରିବ ଘରର ପିଲା ଉପଯୁକ୍ତ ଶିକ୍ଷା ପାଇ ପାରୁନାହିଁ। କିଛି ଗରିବ ପିଲା ଯଦି ସଫଳ ହଉଛନ୍ତି ତାଙ୍କୁ ନେଇ ପ୍ରକଳ୍ପ କରି ସରକାରଙ୍କ ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି କି ଶିକ୍ଷା ବ୍ୟବସ୍ଥା ଖୁବ୍‌ ଭଲ ଚାଲିଛି, ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ବର୍ତ୍ତମାନ ଶିକ୍ଷାରେ ମଧ୍ୟ ଆର୍ଥିକ ଭାବରେ ଭେଦଭାବ ହେଉଥିବା ପରିଲକ୍ଷିତ ହେଉଛି। ଯାହାର ଯେତେ ଅଧିକ ପଇସା ସେ ସେତେ ଭଲ ଭାବରେ ଶିକ୍ଷା ପାଇ ପାରୁଛି। ଏଇଟା କ’ଣ ସମାନ ଶିକ୍ଷା ଅଧିକାର ଆଇନ? ଏ ଗୋଟେ ଆଜି ଦିନରେ ବଡ଼ ପ୍ରଶ୍ନ।

ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନଓ୍ବାଡ଼ି ଶିକ୍ଷା ବା ପ୍ରାଥମିକ ଶିକ୍ଷାରେ ଜଣେ କୋମଳମତି ଶିଶୁର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ଓଡ଼ିଆ ମାଧ୍ୟମରେ ଗଁାରେ ଥିବା ଗରିବ, ମୂଲିଆ, ଖଟିଖିଆ ଓ ଆର୍ଥିକ ଭାବରେ ଦୁର୍ବଳ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯାଉଛି। ଫଳରେ ଭବିଷ୍ୟତରେ ଇଂଲିଶ୍‌ ପଢ଼ିବା ସେମାନଙ୍କ ପାଇଁ କଷ୍ଟ ହୋଇ ପଡ଼ୁଛି। ଆର୍ଥିକ ଭାବରେ ସବଳ ଥିବା ଅଭିଭାବକମାନଙ୍କ ପିଲାଛୁଆ ପ୍ଲେ ସ୍କୁଲ ଭଳିଆ ଭଲ ସ୍କୁଲରେ ପ୍ରାରମ୍ଭରୁ ହିଁ ଇଂଲିଶ୍‌ ଭାଷାରେ ଶିକ୍ଷା ଗ୍ରହଣ କଲେ। ଫଳରେ ଉଚ୍ଚ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ଇଂଲିଶ୍‌ ପଢ଼ିଲା ବେଳେ ସହଜ ଓ ସରଳ ହୋଇ ପାରିଲା ଏବଂ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହଉଛନ୍ତି।

ମଧ୍ୟାହ୍ନଭୋଜନ ପାଇଁ ସରକାର ଯେପରି ଭାବରେ ସଚେତନ ଅଛନ୍ତି, ଯଦି ସେହିପରି ଭାବରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷା ଦେବା ସାର୍ବଜନୀନ କରନ୍ତି, ବହୁ ଗରିବ ଛାତ୍ରୀଛାତ୍ର ଉପକୃତ ହେବା ସହିତ ଇଂଲିଶ୍‌ ଭାଷାରେ ହେଉଥିବା ବିଭିନ୍ନ ଚାକିରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବହୁ ଭଲ ସ୍ଥାନରେ ନିଯୁକ୍ତି ପାଇ ଉଜ୍ଜ୍ୱଳମୟ ଭବିଷ୍ୟତ ଗଢ଼ିପାରିବା ସହିତ ସମାଜରେ ପ୍ରତିଷ୍ଠିତ ହୋଇ ପାରନ୍ତି। ଯେଉଁ ଅନୁଷ୍ଠାନରେ ଛାତ୍ରୀଛାତ୍ର ଗୁରୁଙ୍କର ବେତ ମାଡ଼ଖାଇ ଶିକ୍ଷା ଗ୍ରହଣ କରୁଥିଲେ ଓ ତା’ ସହିତ ଗୁରୁଜନମାନଙ୍କୁ ସମ୍ମାନ ଦେବା ଓ ଯୌଥ ପରିବାର ଚଳଣି ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ। ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଦଣ୍ଡମୁକ୍ତ ଅଞ୍ଚଳ ହେବାରୁ ଶିକ୍ଷକମାନେ ମଧ୍ୟ ପ୍ରାୟ ସମୟରେ ଛାତ୍ରମାନଙ୍କୁ ଭୟ କରୁଛନ୍ତି, କାଳେ କିଛି ମୋ ଭାଷା କିମ୍ବା ବ୍ୟବହାର ଛାତ୍ରୀଛାତ୍ରମାନଙ୍କୁ ଖରାପ ଲାଗିଲେ ମୋ ଜୀବନ ଜୀବିକା (ଚାକିରି) ଉପରେ ଆଞ୍ଚ ଆସିବ। ଏହି ଭୟରେ ଶିକ୍ଷକ ଭୟଭୀତ। ଏଣୁ ଶିକ୍ଷାର ମାନ କମିବାକୁ ଲାଗିଲାଣି। ବର୍ତ୍ତମାନ ଉଚିତ ଶିକ୍ଷାରୁ ବଞ୍ଚତ୍ତ ହୋଇ ଛାତ୍ରୀଛାତ୍ରମାନେ ପ୍ରାପ୍ତବୟସ୍କ ହେଲା ପରେ ଯେତେବେଳେ କୌଣସି ଚାକିରି କରି ରୋଜଗାର କରୁଛନ୍ତି, ସେମାନେ ଚାହୁଁନାହାନ୍ତି ଆମେ ଆମ ଅଜା ଆଈ, ମା’ବାପାଙ୍କ ସହିତ ରହିବୁ। ସେମାନେ ଚାହୁଁଛନ୍ତି କେବଳ ମୋ ସ୍ତ୍ରୀ ଓ ମୋ ଛୁଆ ହିଁ ମୋ ପରିବାର (କେବଳ ଆମେ ଦୁଇ, ଆମର ଦୁଇ)। ଏମାନଙ୍କ ସହିତ ହିଁ ମୁଁ ରହିବି। ଯାହା ଦ୍ୱାରା ପୁଅ ବୋହୂଙ୍କ ହାତରନ୍ଧା ଖାଇ ନାତି ନାତୁଣୀଙ୍କୁ ପାକୁଆ ପାଟିରେ ଗପ ଶୁଣେଇବି ବୋଲି ଆଶା ଓ ସ୍ବପ୍ନ ଦେଖୁଥିବା ଅଜାଆଈ ପୂର୍ଣ୍ଣ ବୟସରେ ବହୁ କଷ୍ଟରେ ବଞ୍ଚୁଛନ୍ତି।

ସାଧାରଣରେ ପ୍ରଶ୍ନ ଉଠୁଛି ସରକାର ଯଦି ଓଡ଼ିଆ ଭାଷା ସହିତ ଇଂଲିଶ୍‌ ଭାଷାରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଙ୍ଗନଓ୍ବାଡ଼ି ଓ ପ୍ରାଥମିକ ସ୍ତରରୁ ଓଡ଼ିଆ ସହିତ ଇଂଲିଶ୍‌ ଭାଷାରେ ଭଲ ଶିକ୍ଷା ପ୍ରଦାନ କରିବାର ନିଷ୍ପତ୍ତି ନିଅନ୍ତି, ତା’ହେଲେ ଶିକ୍ଷାରେ ସମାନତା ଆସିପାରନ୍ତା। ନିଯୁକ୍ତିରେ ସମସ୍ତ ଗରିବ, ମଜୁରିଆ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପିଲାମାନେ ମଧ୍ୟ ଭଲ ସ୍ଥାନରେ ନିଯୁକ୍ତି ପାଇପାରନ୍ତି ଓ ରାଜ୍ୟରେ ବେକାରି ସମସ୍ୟାର ସମାଧାନ ପାଇଁ ଗୋଟେ ରାସ୍ତା ଖୋଲିଯାଆନ୍ତା।
ବୌଦ୍ଧ, ମୋ: ୯୪୩୮୭୧୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?