ଉନ୍ନତ ଭାରତ ପାଇଁ ଶିକ୍ଷାର ବିକାଶ ଜରୁରୀ: ରାଜ୍ୟପାଳ

ବାହାନଗା/ସିମୁଳିଆ, ୧୯।୪ (ଡି.ଏନ.ଏ.) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସୋମବାର ବାଲେଶ୍ୱର ଜିଲା ଗସ୍ତ କରି ଦୁଇଟି ପୃଥକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ଉନ୍ନତ ଭାରତ ଲାଗି ଶିକ୍ଷାର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି।
ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ବିଦ୍ୟାଳୟ ପରିବେଶକୁ ସୁନ୍ଦର କରୁଥିବା ଆମ ଛାତ୍ରୀଛାତ୍ରମାନେ ଭବିଷ୍ୟତରେ ଜଣେ ଜଣେ ଧୃବତାରା ସଦୃଶ ହୋଇ ପାରିବେ। ସଭାପତିତ୍ୱ କରିଥିଲେ ପୁରାତନ ଛାତ୍ର ସଂସଦ ତଥା ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଭୂପାଳ ପଣ୍ଡା। ମୁଖ୍ୟବକ୍ତା ଭାବେ କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ ଯୋଗଦେଇ କଷ୍ଟ କରି ପାଠ ପଢିଲେ ଜଣେ ଛାତ୍ରୀ କିମ୍ବା ଛାତ୍ର ନିଶ୍ଚିତ ଭବିଷ୍ୟତରେ ସେ ବଡ ମଣିଷ ହୋଇ ପାରିବ ବୋଲି ବକ୍ତବ୍ୟ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡା ଯୋଗଦେଇ ରାଜ୍ୟପାଳଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ‘ସୁବର୍ଣ୍ଣ ସୃଜନୀ’ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ଖବରଦାତାମାନଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅସନ୍ତୋଷ ପ୍ରକାଶ ପାଇଥିଲା। ଖବରଦାତା ଟାଣ ଖରାରେ ଠିଆ ହୋଇ ଖବର ସଂଗ୍ରହ କରିବାକୁ ବାଧ୍ୟ ହୋଇଥିଲେ।
ସେହିପରି ସିମୁଳିଆ ବ୍ଲକ କ୍ଷୀରକୋଣାସ୍ଥିତ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରାତଃରେ ଚଣ୍ଡିପାଠ ଅନୁଷ୍ଠିତ ହେବା ପରେ ଜାମୁଝାଡିରୁ କ୍ଷୀରକୋଣା ପର୍ଯ୍ୟନ୍ତ ୬କି.ମି. ବ୍ୟାପୀ ଗଣଦୌଡ ଅନୁଷ୍ଠିତ ହୋଇଥିଲା ା ଅପରାହ୍ନରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ା ଯାଜ୍ଞାନନ୍ଦ ସାଗରଙ୍କ ମଞ୍ଚ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟପାଳ ଡ. ପ୍ରଫେସର ଗଣେଶୀ ଲାଲ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ଫଳକର ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପରିବେଶ ପ୍ରଦୂଷଣ, କୃଷକ ପ୍ରଗତି, ଯୁବ ଚେତନା ସମ୍ପର୍କରେ ସୂଚନା ଦେବା ସହିତ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଭାରତର ସଂସ୍କୃତି ମହାନ ା ପ୍ରଥମେ ନିଜ ସଂସ୍କୃତିକୁ ଭଲ ପାଆନ୍ତୁ ବୋଲି ସୂଚନା ଦେବା ସହିତ ଉନ୍ନତ ଭାରତ ପାଇଁ ଶିକ୍ଷାର ବିକାଶ ଜରୁରୀ ବୋଲି କହିଥିଲେ। ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଶିକ୍ଷାର ବିକାଶରେ ସମାଜ ଓ ଅନୁଷ୍ଠାନର ବିକାଶ ସମ୍ଭବ ବୋଲି ସୂଚନା ଦେଇଥିଲେ। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ବିବରଣୀ ପାଠ, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଓ ସମ୍ପାଦକ କାହ୍ନୁଚରଣ ବେହେରା ସ୍ମୃତି ଚାରଣ କରିଥିଲେ ା ଏହି ଅବସରରେ ପୁରାତନ ଶିକ୍ଷକ ଜଗବନ୍ଧୁ ବେହେରାଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ ା ଅତିଥିମାନଙ୍କ ଦ୍ୱାରା ମୁଖପତ୍ର ‘ସୁବର୍ଣ୍ଣ ଶ୍ରୀ’ ଉନ୍ମୋଚିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri