Posted inଜାତୀୟ

ଶିକ୍ଷା ବିକାଶ ବିବାଦ, କେଜରିଓ୍ବାଲଙ୍କୁ ଭିଡ଼ିଓ ପଠାଇଲେ ହିମନ୍ତ ବିଶ୍ୱ ସରମା…

ନୂଆଦିଲ୍ଲୀ, ୩।୯ : ଶିକ୍ଷା ଓ ବିକାଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ମଧ୍ୟରେ ଟୁଇଟର ଯୁୁଦ୍ଧ ଜାରି ରହିଛି। ଗତ କିଛି ଦିନ ହେବ ଉଭୟ ରାଜ୍ୟର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଏହି କ୍ରମରେ ହେମନ୍ତ ବିଶ୍ୱ ସାରମା ପୁଣି ଥରେ ଟୁଇଟରରେ ଅରବିନ୍ଦ କେଜରିୱାଲଙ୍କୁ ଏକ ଭିଡିଓ ଶେୟାର କରିଛନ୍ତି।

ହିମନ୍ତ ଶନିବାର କେଜରିୱାଲଙ୍କୁ ଉଦ୍ଦେଶ୍ୟରେ ୪୦ ସେକେଣ୍ଡର ଏକ ଭିଡ଼ିଓ ଟ୍ୟାଗ କରିଛନ୍ତି। ଆସାମରେ ଶିକ୍ଷା କ୍ଷେତ୍ରରେ ତାଙ୍କ ସରକାର କରିଥିବା କାର୍ଯ୍ୟ ବିଶେଷ କରି ଚା ବଗିଚା ଲୋକଙ୍କ ଉପରେ ଏହି ଭିଡ଼ିଓ ପର୍ଯ୍ୟବେସିତ।

ସେ କହିଛନ୍ତି ଆମେ ଚୁପଚାପ କାମ କରିବାକୁ ପସନ୍ଦ କରୁ। ଏହି ଶିକ୍ଷାବର୍ଷରେ ଆମେ ଚା ବଗିଚା ଶ୍ରମିକମାନଙ୍କ ପିଲାମାନଙ୍କ ପାଇଁ ୧୦୦ ଟି ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ କରିଛୁ। ଆଉ ୧୦୦ ଟି ବିଦ୍ୟାଳୟ କାମ ପାଇପଲାଇନରେ ଅଛି। ଆସାମର ଦୁର୍ଗମ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଉପରେ ଭିଡ଼ିଓରେ ଦେଖିବାକୁ ମିଳୁଛି।

ଏହାପୂର୍ବରୁ ଶୁକ୍ରବାର କେଜରିୱାଲଙ୍କୁ ହିମନ୍ତ ଟୁଇଟରରେ କହିଥିଲେ ଯେ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତା ସର୍ବୋଚ୍ଚ। ଆମେ କରୁ କିନ୍ତୁ ଗର୍ବ କରୁନାହୁଁ। ଦିଲ୍ଲୀ ତୁଳନାରେ ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଆସାମରେ ୨୧ ଟି ଅତ୍ୟାଧୁନିକ ମେଡିକାଲ କଲେଜ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ୬ଟିର କାମ ଶେଷ ହୋଇଛି। ୩ଟିର ନିର୍ମାଣ ଚଳିତ ବର୍ଷ ସମାପ୍ତ ହେବ।

ସରମା ଶେୟାର କରିଥିବା ଏହି ଭିଡିଓ ଦାବି କରିଛନ୍ତି ଯେ ଆସାମରେ ଏକ ଶକ୍ତିଶାଳୀ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ରହିଛି, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ଶିକ୍ଷକ ୪୪,୫୨୧ ସରକାରୀ ବିଦ୍ୟାଳୟରେ ୬୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିରେ କୁହାଯାଇଛି ଯେ ମୋଟ ୧.୧୮ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କୁ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏହି ଭିଡିଓରେ କୁହାଯାଇଛି ଯେ ଏହି ଏକାଡେମିକ ଅଧିବେଶନରେ ଚା ବଗିଚା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ୧୦୦ ଟି ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଥିବାବେଳେ ଅନ୍ୟ ୧୦୦ଟି ବିଦ୍ୟାଳୟ ଏବଂ ୧୦ ଟି କଲେଜ ପ୍ରକଳ୍ପ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି ବୋଲି ହିମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri