Posted inଜାତୀୟ

ଶିକ୍ଷା ବିକାଶ ବିବାଦ, କେଜରିଓ୍ବାଲଙ୍କୁ ଭିଡ଼ିଓ ପଠାଇଲେ ହିମନ୍ତ ବିଶ୍ୱ ସରମା…

ନୂଆଦିଲ୍ଲୀ, ୩।୯ : ଶିକ୍ଷା ଓ ବିକାଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ମଧ୍ୟରେ ଟୁଇଟର ଯୁୁଦ୍ଧ ଜାରି ରହିଛି। ଗତ କିଛି ଦିନ ହେବ ଉଭୟ ରାଜ୍ୟର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଏହି କ୍ରମରେ ହେମନ୍ତ ବିଶ୍ୱ ସାରମା ପୁଣି ଥରେ ଟୁଇଟରରେ ଅରବିନ୍ଦ କେଜରିୱାଲଙ୍କୁ ଏକ ଭିଡିଓ ଶେୟାର କରିଛନ୍ତି।

ହିମନ୍ତ ଶନିବାର କେଜରିୱାଲଙ୍କୁ ଉଦ୍ଦେଶ୍ୟରେ ୪୦ ସେକେଣ୍ଡର ଏକ ଭିଡ଼ିଓ ଟ୍ୟାଗ କରିଛନ୍ତି। ଆସାମରେ ଶିକ୍ଷା କ୍ଷେତ୍ରରେ ତାଙ୍କ ସରକାର କରିଥିବା କାର୍ଯ୍ୟ ବିଶେଷ କରି ଚା ବଗିଚା ଲୋକଙ୍କ ଉପରେ ଏହି ଭିଡ଼ିଓ ପର୍ଯ୍ୟବେସିତ।

ସେ କହିଛନ୍ତି ଆମେ ଚୁପଚାପ କାମ କରିବାକୁ ପସନ୍ଦ କରୁ। ଏହି ଶିକ୍ଷାବର୍ଷରେ ଆମେ ଚା ବଗିଚା ଶ୍ରମିକମାନଙ୍କ ପିଲାମାନଙ୍କ ପାଇଁ ୧୦୦ ଟି ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ କରିଛୁ। ଆଉ ୧୦୦ ଟି ବିଦ୍ୟାଳୟ କାମ ପାଇପଲାଇନରେ ଅଛି। ଆସାମର ଦୁର୍ଗମ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଉପରେ ଭିଡ଼ିଓରେ ଦେଖିବାକୁ ମିଳୁଛି।

ଏହାପୂର୍ବରୁ ଶୁକ୍ରବାର କେଜରିୱାଲଙ୍କୁ ହିମନ୍ତ ଟୁଇଟରରେ କହିଥିଲେ ଯେ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତା ସର୍ବୋଚ୍ଚ। ଆମେ କରୁ କିନ୍ତୁ ଗର୍ବ କରୁନାହୁଁ। ଦିଲ୍ଲୀ ତୁଳନାରେ ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଆସାମରେ ୨୧ ଟି ଅତ୍ୟାଧୁନିକ ମେଡିକାଲ କଲେଜ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ୬ଟିର କାମ ଶେଷ ହୋଇଛି। ୩ଟିର ନିର୍ମାଣ ଚଳିତ ବର୍ଷ ସମାପ୍ତ ହେବ।

ସରମା ଶେୟାର କରିଥିବା ଏହି ଭିଡିଓ ଦାବି କରିଛନ୍ତି ଯେ ଆସାମରେ ଏକ ଶକ୍ତିଶାଳୀ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ରହିଛି, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ଶିକ୍ଷକ ୪୪,୫୨୧ ସରକାରୀ ବିଦ୍ୟାଳୟରେ ୬୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିରେ କୁହାଯାଇଛି ଯେ ମୋଟ ୧.୧୮ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କୁ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏହି ଭିଡିଓରେ କୁହାଯାଇଛି ଯେ ଏହି ଏକାଡେମିକ ଅଧିବେଶନରେ ଚା ବଗିଚା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ୧୦୦ ଟି ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଥିବାବେଳେ ଅନ୍ୟ ୧୦୦ଟି ବିଦ୍ୟାଳୟ ଏବଂ ୧୦ ଟି କଲେଜ ପ୍ରକଳ୍ପ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି ବୋଲି ହିମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?