Posted inଜାତୀୟ

ସ୍କୁଲରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ଯୋଧପୁର, ୬।୧ : ବିଦ୍ୟାଳୟରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନର ଧାରା ୧୯-୧-ଏ ଏବଂ ୧୪ର ଉଊ୍ଲଂଘନ ହେବ ବୋଲି ରାଜସ୍ଥାନ ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ରାୟ ପ୍ରଦାନ ହୋଇଛି।

ବିଚାରପତି ଦିନେଶ ମେହେଟ୍ଟାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପିଲଓ୍ବାସ୍ଥିତ ଶ୍ରୀ ହରି ସିଂ ସିନିଅର ସେକେଣ୍ଡାରୀ ସ୍କୁଲର ସ୍କୁଲ ବିକାଶ ପ୍ରବନ୍ଧନ କମିଟି ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ଏଭଳି ରାୟ ଦେଇଛନ୍ତି। ଏହି ସ୍କୁଲର ନାମକୁ ୨୦୨୧ରେ ରାଜ୍ୟ ସରକାର ମହାତ୍ମାଗାନ୍ଧୀ ସରକାରୀ ସ୍କୁଲ ଭାବେ ପରିବର୍ତ୍ତନ କରିବା ସହିତ ଏହାକୁ ଇଂଲିଶ୍‌ ମାଧ୍ୟମ ବୋଲି ଘୋଷଣା କରିଥିଲେ।

ପୂର୍ବରୁ ସ୍କୁଲରେ ଶିକ୍ଷାଦାନର ମାଧ୍ୟମ ଇଂଲିଶ୍‌ ଥିଲା। ଏହା ସହିତ ରାଜ୍ୟ ସରକାର ୩୪୫ଟି ସ୍କୁଲର ଶିକ୍ଷାଦାନ ମାଧ୍ୟମକୁ ପରିବର୍ତ୍ତନ କରି ଇଂଲିଶ୍‌ କରାଇଥିଲେ। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍କୁଲ ବିକାଶ ପ୍ରବନ୍ଧନ କମିଟି ପକ୍ଷରୁ ବିରୋଧ କରାଯାଇ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋର୍ଟ ଖାରଜ କରିଛନ୍ତି।

ତେବେ ଖଣ୍ଡପୀଠ କହିଛନ୍ତି ଯେ, ଶିକ୍ଷାର ମାଧ୍ୟମ ଏବଂ ଶିକ୍ଷାର୍ଥୀଙ୍କ ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ଶିକ୍ଷାଦାନ ମାଧ୍ୟମ ଯୁକ୍ତିଯୁୂକ୍ତ। ତେବେ ମାଧ୍ୟମ ଆଞ୍ଚଳିକ ଅବା କଥିତ ଭାଷାରେ ହେବ ବୋଲି କରାଯାଉଥିବା ଦାବି ସାମ୍ବିଧାନିକ ଧାରା ୨୧-ଏ ଅନ୍ତର୍ଗତ ମୌଳିକ ଅଧିକାର ଭାବେ ବିବେଚନା କରାଯିବ ନାହିଁ। ଶିକ୍ଷାଦାନ ମାଧ୍ୟମକୁ ଶିକ୍ଷାର୍ଥୀ ଅବା ଅଭିଭାବକ ଅଧିକାର ବୋଲି ଦାବି କରି ପାରିବେ ନାହିଁ।

ମାତ୍ର ଶିକ୍ଷାଦାନ ମାଧ୍ୟମକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀଙ୍କ ଉପରେ ଲଦି ଦିଆ ଯାଇ ପାରିବ ନାହିଁ। ସ୍କୁଲରେ ଶିକ୍ଷାଦାନ ମାଧ୍ୟମ ସମ୍ପର୍କରେ ନିଷ୍ପତ୍ତି ରାଜସ୍ଥାନ ସ୍କୁଲ ଶିକ୍ଷା ପରିଷଦ ଦ୍ୱାରା ଗ୍ରହଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri