Posted inଜାତୀୟ

‘ଚକ୍ରବୂ୍ୟହ’ ବକ୍ତବ୍ୟରୁ ଇଡିର ଚଢ଼ାଉ ଯୋଜନା

ନୂଆଦିଲ୍ଲୀ,୩ା୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ‘ଚକ୍ରବୂ୍ୟହ’ ବକ୍ତବ୍ୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଚଢ଼ାଉ କରିବା ପାଇଁ ଯୋଜନା ଚଳାଇଛି। ରାହୁଲ ଶୁକ୍ରବାର ସକାଳେ ଏପରି ଦାବିକରି ଚହଳ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓ୍ବାୟନାଡ୍‌ ଭୂସ୍ଖଳନ ପରେ ସ୍ଥାନୀୟ ଏମ୍‌ପି ଭାବେ ଉତ୍ତରଦାୟିତ୍ୱରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ରାହୁଲ ଏଭଳି କଥା କହୁଥିବା ଭାଜପା ସମାଲୋଚନା କରିଛି।
ରାହୁଲ ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ତାଙ୍କ ଚକ୍ରବୂ୍ୟହ ବକ୍ତବ୍ୟକୁ ୨ ଜଣରୁ ଜଣଙ୍କୁ ପସନ୍ଦ ଆସିନାହିଁ। ତାଙ୍କ ବିରୋଧରେ ଇଡି ଚଢ଼ାଉ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ତଦନ୍ତକାରୀ ସଂସ୍ଥାର ଭିତିରି ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଖୋଲା ହୃଦୟରେ ଅପେକ୍ଷା କରିଛନ୍ତି। ଆସିଲେ ଚା’ ଓ ବିସ୍କୁଟ୍‌ ଖୁଆଇବେ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ ଭାଜପା ସରକାର ବିରୋଧୀଙ୍କୁ ରାଜନୈତିକ ସ୍ତରରେ ହଇରାଣ କରିବା ପାଇଁ ଇଡି, ସିବିଆଇ ଏବଂ ଆୟକର ବିଭାଗ ଭଳି ଏଜେନ୍ସିର ଦୁରୁପଯୋଗ କରୁଥିବା କଂଗ୍ରେସ ଏମ୍‌ପି ମାନିକମ୍‌ ଟେଗୋର ସମାଲୋଚନା କରିଛନ୍ତି। ଏହା ଉପରେ ଏକ ମୁଲତବୀ ପ୍ରସ୍ତାବ ଆଣିବା ପାଇଁ ସେ ନୋଟିସ ଦାଖଲ କରିଛନ୍ତି। ଲୋକ ସଭାରେ ଭାଜପାର ଆସନ ସଂଖ୍ୟା ୩୦୩ରୁ ୨୪୦କୁ ଖସିବା ଏବଂ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଉପରେ ନିର୍ଭରଶୀଳ ହେବା ସତ୍ତ୍ୱେ ସରକାର ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକୁ ଜଳାଞ୍ଜଳି ଦେଇ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଭୟଭୀତ କରାଇବା ପାଇଁ ଏଭଳି ଏଜେନ୍ସିଗୁଡ଼ିକୁ ନିୟୋଜିତ କରୁଛନ୍ତି। କ୍ଷମତାର ଏଭଳି ଦୁରୁପଯୋଗ ଅଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଛି ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗକୁ ଅନେକ ବିରୋଧୀ ନେତା ସମର୍ଥନ କରିଛନ୍ତି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନାଗୌର ଏମ୍‌ପି ହନୁମାନ ରାମଦେବ ବେନିଓ୍ବାଲ କହିଛନ୍ତି, ରାହୁଲଙ୍କ କଥା ସତ। କେନ୍ଦ୍ର ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛି। ସ୍ବାଧୀନ ଏମ୍‌ପି ପପୁ ଯାଦବ କହିଛନ୍ତି, ସରକାର ଏବଂ ଇଡିର ପ୍ରବୃତ୍ତି ହେଉଛି ଲୋକଙ୍କୁ ଭୟଭୀତ କରିବା। କିନ୍ତୁ ରାହୁଲଙ୍କ ମନରେ ତିଳେ ହେଲେ ଭୟ ନାହିଁ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ରାହୁଲ ପାର୍ଲାମେଣ୍ଟ ଭିତରେ ସରକାରଙ୍କ ମୁଖା ଖୋଲୁଥିବାରୁ ତାଙ୍କ ବିରୋଧରେ ଇଡି, ସିବିଆଇକୁ ଲଗାଯାଉଛି। ବିରୋଧୀଙ୍କ କଣ୍ଠରୋଧ ଏବଂ ସରକାରଗୁଡ଼ିକର ପତନ ଘଟାଇବା ପାଇଁ ଇଡି, ସିବିଆଇ କାର୍ଯ୍ୟ କରୁଛନ୍ତି। ସମୟ ବଦଳିଗଲାଣି। ଭାଜପା ୨୪୦କୁ ଖସିଆସିଲାଣି। ଏହି ଧାରା ଜାରି ରହିଲେ ସେମାନେ ୨୪କୁ ଖସିଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା ଜାଣି ରଖିବା ଉଚିତ ବୋଲି ସଞ୍ଜୟ କହିଛନ୍ତି। ଅନ୍ୟପକ୍ଷେ ରାହୁଲଙ୍କ ଦାବି ଉପରେ ଜବାବ ରଖିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଆଗରେ ଲୋକେ ତାଙ୍କ ଉତ୍ତରଦାୟିତ୍ୱ ପ୍ରସଙ୍ଗ
ଉଠାଇଥିବାରୁ ସେ ଏଭଳି କଥା କହି ସେଥିରୁ ଧ୍ୟାନ ହଟାଇବାକୁ ଯୋଜନା କରିଥିବା ରାଜୀବ କହିଛନ୍ତି।

କ’ଣ କହିଥିଲେ ରାହୁଲ
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାରେ ବଜେଟ ୨୦୨୪-୨୫ ବିତର୍କରେ ଭାଗନେଇ କହିଥିଲେ, ଇଣ୍ଡିଆ ବ୍ଲକ୍‌ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ସହ ଜାତିଗତ ଜନଗଣନା କରାଇବ। ଅନେକ ହଜାର ବର୍ଷ ପୂର୍ବେ ହରିୟାଣାର କୁରୁକ୍ଷେତ୍ରରେ ୬ ଜଣ ବ୍ୟକ୍ତି ଚକ୍ରବୂ୍ୟହରେ ଫସାଇ ଯୁବକ ‘ଅଭିମନ୍ୟୁ’ ଙ୍କୁ ହତ୍ୟା କରିଥିଲେ। ଚକ୍ରବୂ୍ୟହରେ ହିଂସା ଓ ଭୟ ରହିଥାଏ। ଚକ୍ରବୂ୍ୟହକୁ ପଦ୍ମବୂ୍ୟହ ବୋଲି ମଧ୍ୟ କୁହାଯାଇଥାଏ ବୋଲି ରାହୁଲ କହିଥିଲେ। ଏହା ଉପରେ ଭାଜପା ଏମ୍‌ପି ଅନୁରାଗ ଠାକୁର କହିଥିଲେ, ଦେଶ ପାଇଁ କଂଗ୍ରେସ ପ୍ରଥମେ ଦେଶ ବିଭାଜନ, ଦ୍ୱିତୀୟରେ ଚାଇନାକୁ ଉପହାର, ତୃତୀୟରେ ଏମର୍ଜେନ୍ସି, ଚତୁର୍ଥରେ ବୋଫର୍ସ ଦୁର୍ନୀତି ଭଳି ଅନେକ ଚକ୍ରବୂ୍ୟହ ବିଛାଇଥିଲା। କଂଗ୍ରେସର ଚକ୍ରବୂ୍ୟହରୁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri