ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର ଔଚିତ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଟିକେ ଭଲ ଭାବେ ଚିନ୍ତା କରନ୍ତୁ ତ, ସତରେ କ’ଣ କେବଳ ଆପେ ବଞ୍ଚିବା ବା ନିଜେ ବଞ୍ଚିବାଟା ହିଁ ଆମ ଜୀବନର ଦର୍ଶନ ହେବା ଉଚିତ! ମଣିଷ ଗୋଟେ ସାମାଜିକ ପ୍ରାଣୀ। ତେଣୁ କେବଳ ନିଜେ ବଞ୍ଚିବାକୁ ଚାହିଁଲେ ବି ମଣିଷ ବଞ୍ଚିପାରିବ ନାହିଁ। ଆମେ ସମସ୍ତେ ପରିବାର, ଗୋଷ୍ଠୀ, ଗାଁ ଓ ସମାଜ ହୋଇ ବଞ୍ଚିଥାଉ। ଜଣେ ଆଉ ଜଣକ ଉପରେ ଏକାନ୍ତ ଭାବେ ନିର୍ଭରଶୀଳ। ଏହି ନିର୍ଭରଶୀଳତା କେବଳ ମଣିଷ ମଧ୍ୟରେ ସୀମିତ ନାହିଁ। ସମଗ୍ର ଜୀବଜଗତ ପରସ୍ପରଙ୍କ ଉପରେ ନିର୍ଭରଶୀଳ। ଏହା ବ୍ୟତୀତ ମଣିଷ ବି ପ୍ରକୃତି ଓ ଅନେକ ନିର୍ଜୀବ ବସ୍ତୁ ଉପରେ ମଧ୍ୟ ନିର୍ଭରଶୀଳ। କୌଣସି ଗୋଟିଏ ବି ଊଣା ହୋଇଗଲେ ମଣିଷର ବଞ୍ଚିବା ସମ୍ଭବ ହେବ ନାହିଁ। ତା’ହେଲେ କିପରି ଆମେ କହିପାରିବା ଆପେ ବଞ୍ଚିଲେ ବାପର ନାଁ!

ସମାଜରେ ଯଦି ସନ୍ତୁଳନ ରହିବ ନାହିଁ, ଯଦି ଗୋଟିଏ ଗୋଷ୍ଠୀ ବହୁ ଉପରକୁ ଉଠିଯିବ ଓ ଆଉ ଗୋଟିଏ ଗୋଷ୍ଠୀ ନିର୍ଯାତିତ ହୋଇ ତଳେ ରହିବେ, ତା’ହେଲେ କ’ଣ ଆମେ ଶାନ୍ତିର ସହ ବଞ୍ଚିପାରିବା? ଏପରି ପରିସ୍ଥିତି ପରିଣାମରେ କିଛି ଲୋକଙ୍କୁ ପ୍ରତିକ୍ରିୟାଶୀଳ କରିବା ସହ ଅପରାଧପ୍ରବଣ କରିବ। ଗୋଟିଏ ଅପରାଧପ୍ରବଣ ଓ ସାମାଜିକ ସ୍ଥିରତା ନ ଥିବା ସମାଜରେ ଆମେ ଯେତେ ଚାହିଁଲେ କ’ଣ ଆପେ ବଞ୍ଚିବା ନ୍ୟାୟରେ ସୁଖ ଶାନ୍ତିରେ ରହିପାରିବା! ଯଦି ଆମ ଦେଶରେ ସ୍ବେଚ୍ଛାଚାରିତା ଥିବ, ହିଂସା ଥିବ, ଥୋକେ ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବେ, ତା’ହେଲେ ଆମେ କେମିତି ବଞ୍ଚିପାରିବା! ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିରହିବା ପାଇଁ ଏକ ସନ୍ତୁଳିତ ଓ ନ୍ୟାୟପୂର୍ଣ୍ଣ ସମାଜ ଆବଶ୍ୟକ। ଯଦି ସମାଜ ଏହି ରାସ୍ତାରେ ଯାଉନାହିଁ, ତା’ହେଲେ ସେପରି ସମାଜକୁ ପରିବର୍ତ୍ତନ କରିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ନଚେତ୍‌ ତା’ର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିବାକୁ ବାଧ୍ୟ। ଆଜି ହୁଏତ କିଏ ଟିକିଏ ଭଲରେ ବଞ୍ଚିପାରେ, କିନ୍ତୁ ଆସନ୍ତାକାଲି ତାକୁ ପରିଣାମ ଭୋଗିବାକୁ ହିଁ ହେବ। ତେଣୁ ଆମ ଜୀବନର ଧ୍ୟେୟ ‘ଆପେ ବଞ୍ଚିଲେ ବାପର ନାଁ’ ନ ହୋଇ ସାମୂହିକ ସହଯୋଗ ଓ ସନ୍ତୁଳିତ ସମାଜ ହେବା ଉଚିତ। ସମାଜରେ ଏକ ବୃହତ୍‌ ଭାଗ ଲୋକଙ୍କ ପାଇଁ ଯଦି ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତିର ସୁଯୋଗ ଆଦି ସମ୍ମାନର ସହ ପ୍ରାପ୍ତି ହେବନାହିଁ, ତା’ହେଲେ ଆମେ କିପରି ଭଲରେ ବଞ୍ଚିପାରିବା! ଏପରି ସ୍ଥଳେ ସମାଜକୁ ସନ୍ତୁଳିତ କରିବା ପାଇଁ ତଥା ସମସ୍ତଙ୍କ ପାଇଁ ସର୍ବନିମ୍ନ ମୌଳିକ ଆବଶ୍ୟକତା ସମ୍ମାନର ସହ ଉପଲବ୍ଧ ହେବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ହେବା ଉଚିତ। ଜାତି ଭିତ୍ତିକ ଭେଦଭାବ, ଧର୍ମଭିତ୍ତିକ ବିଦ୍ୱେଷ, ଧନୀ ଗରିବ ମଧ୍ୟରେ ବିରାଟ ପ୍ରଭେଦ ଥିବା ଗୋଟେ ସମାଜରେ ଜଣେ ଯେତେ ଚାହିଁଲେ ବି ଶାନ୍ତିରେ ବଞ୍ଚିପାରିବ ନାହିଁ। ଏସବୁର ପ୍ରଭାବ ତା’ ଉପରେ ପଡ଼ିବ ନିଶ୍ଚିତ। ତେଣୁ କେବଳ ସ୍ବାର୍ଥ ସର୍ବସ୍ବ ହୋଇ ବଞ୍ଚିବାକୁ ଚାହିଁବା ଓ ସେଥିରେ ସଫଳ ହେବା କେବଳ ଏକ ଭ୍ରମ ଛଡ଼ା କିଛି ନୁହେଁ। ଆଜି ଯେପରି ଭାବେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି, ନାରୀମାନଙ୍କ ଉପରେ ନିର୍ଯାତନା ସୀମା ଲଙ୍ଘୁଛି, ଗରିବ ଲୋକମାନଙ୍କ ଜୀବନ ଧାରଣ କ୍ରମାଗତ ଭାବେ ଦୁଃସହ ହୋଇଚାଲିଛି, ଉନ୍ନତମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସାଧାରଣ ଲୋକମାନଙ୍କର ହାତପାହାନ୍ତାର ବାହାରକୁ ଚାଲିଯାଉଛି, ସେତେବେଳେ ଆମେ କିପରି ନିଜର ସୁବିଧାକୁ ଦେଖି ଚୁପ୍‌ଚାପ ବସିଯାଇପାରିବା! ସମାଜରେ ଥିବା ବିଭିନ୍ନ ପ୍ରକାର ଅବ୍ୟବସ୍ଥାରେ ସୁଧାର ଆଣିବାର ପ୍ରୟାସ ହିଁ ପ୍ରତ୍ୟେକ ମଣିଷଙ୍କର ଲକ୍ଷ୍ୟ ହେବା ଉଚିତ। କାରଣ ଆପେ ବଞ୍ଚିଲେ ବାପର ନାଁ ହେବା ତ ଦୂରର କଥା, ବଞ୍ଚିବା ବି ସମ୍ଭବ ନୁହେଁ।

ଟିକିଏ ନିରିଖେଇ ଦେଖିଲେ ଆମେ ବୁଝିପାରିବା ଯେ, ଆମେ ବଞ୍ଚିବା ପାଇଁ ଖାଉଥିବା ଖାଦ୍ୟ, ଚାଲୁଥିବା ରାସ୍ତା, ପଢ଼ୁଥିବା ବିଦ୍ୟାଳୟ, ଚିକିତ୍ସା ହେଉଥିବା ଡାକ୍ତରଖାନା, ରହୁଥିବା ଘର ଆଦି ଆମ ପାଇଁ ଆଉ କିଏ ତିଆରି କରିଛି। ନିଃଶ୍ୱାସ ନେଉଥିବା ପବନ, ପିଉଥିବା ପାଣି, ଛାଇ ଦେଉଥିବା ଗଛ, ପାଦ ଥୋଉଥିବା ମାଟି ଆଦି ଆମକୁ ପ୍ରକୃତି ଦେଇଛି। କେବଳ ବିଭିନ୍ନ ଜିନିଷର ପ୍ରାପ୍ତି ପାଇଁ ନୁହେଁ, ମାନସିକ ଭାବେ ସୁସ୍ଥ ରହିବା ପାଇଁ ମଧ୍ୟ ମଣିଷ ପରସ୍ପର ଉପରେ ନିର୍ଭରଶୀଳ। ମନ କଥା କାହାକୁ କହିବା ପାଇଁ ଯଦି ଆମ ପାଖରେ କେହି ଲୋକ ନ ଥିବେ ତା’ହେଲେ ଆମେ କେବେ ବି ମାନସିକ ଭାବେ ସୁସ୍ଥ ରହିପାରିବା ନାହିଁ। ଆମେ ଏକୁଟିଆ ଚାହିଁଲେ ଗୋଟିଏ ମୁହୂର୍ତ୍ତ ବି ବଞ୍ଚିପାରିବା ନାହିଁ। ତା’ହେଲେ କାହିଁକି ବାରମ୍ବାର ଆମେ ଘୋଷି ହେବା, ଆପେ ବଞ୍ଚିଲେ ବାପର ନାଁ? ଏହା ଆଦୌ ବି ସତ୍ୟ ନୁହେଁ। ସମଗ୍ର ସଂସାର ଏକ ଶୃଙ୍ଖଳରେ ବନ୍ଧାହୋଇଛି। ଗୋଟିଏ ଛିଣ୍ଡିଗଲେ ଅନ୍ୟଟି ବି ଭୁଶୁଡ଼ିପଡ଼ିବ। ଏପରିକି ଗୋଟିଏ ଛୋଟ ପୋକର ବି ଜୀବନ ଶୃଙ୍ଖଳାରେ ସେତିକି ଭୂମିକା ଅଛି, ଯେତିକି ମଣିଷର ଅଛି। ଆମେ ଏବେ ନିଶ୍ଚୟ ଅନୁଭବ କରୁଥିବା ଯେ, ମଣିଷ ସ୍ବାର୍ଥସର୍ବସ୍ବ ହୋଇ ପ୍ରକୃତିକୁ ଯେତେ ଯେତେ କ୍ଷତି ପହଞ୍ଚାଇ ଚାଲୁଛି ତା’ର ୨ଗୁଣ କ୍ଷତି ନିଜେ ବି ସହୁଛି। ମଣିଷ ଯେଉଁ ହାରରେ ସୃଷ୍ଟିର ଅନ୍ୟ ଜୀବମାନଙ୍କ ଉପରେ ଦାଉ ସାଧୁଛି, ସେହି ହାରରେ ଭିନ୍ନ ଭିନ୍ନ ବାଟରେ ତା’ର ଫଳ ବି ଭୋଗୁଛି। ସେଇଥିପାଇଁ ତ କୁହାଯାଏ ବସୁଧୈବ କୁଟୁମ୍ବକମ୍‌। ତା’ହେଲେ ଏ ଆପେ ବଞ୍ଚିଲେ ବାପର ନାଁ ପରି ନୂ୍ୟନ ଚିନ୍ତାଧାରାକୁ ବୋହିବା କାହିଁକି?

ବିଭିନ୍ନ ପ୍ରକାର ସାମାଜିକ ଲକ୍ଷ୍ୟ ଯଥା ଜନସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ସ୍ଥିରତା ଆଦି ଏକୁଟିଆ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ। ଏଥିପାଇଁ ଭିନ୍ନ ଭିନ୍ନ ବର୍ଗଙ୍କ ମଧ୍ୟରେ ସହଯୋଗ ଏକାନ୍ତ କାମ୍ୟ। ଜଣେ ଲୋକ ଅପେକ୍ଷା ଗୋଷ୍ଠୀ ସବୁବେଳେ ଅଧିକ ପ୍ରଭାବଶାଳୀ। ପାରସ୍ପରିକ ସହଯୋଗ ତଥା ଗୋଷ୍ଠୀ ଦ୍ୱାରା ହିଁ ମଣିଷ ବିକାଶ ଦିଗରେ ଗତି କରିବାକୁ ସକ୍ଷମ ହୋଇଥାଏ। ସହଯୋଗ ଦ୍ୱାରା ଜୀବନ ସୁଗମ ହେବା ସହ ଉଭୟଙ୍କ ଭିତରେ ଥିବା ସୀମିତତା ଦୂରହୋଇ ଶକ୍ତିରେ ପରିଣତ ହୋଇଥାଏ। ପ୍ରତ୍ୟେକ ମଣିଷକୁ କେବେ ନା କେବେ ଇମୋସନାଲ ସହାୟତା ଆବଶ୍ୟକ ହୋଇଥାଏ। ସେହି ସମୟରେ ଆମକୁ ଆଉ ଜଣେ ମଣିଷ ନିହାତି ଆବଶ୍ୟକ ହୋଇଥାଏ। ସେଇଥିପାଇଁ ଆମ ସମାଜରେ ସମ୍ପର୍କର ମୂଲ୍ୟ ବହୁ ଅଧିକ। ମଣିଷ ଭିତରେ ସକାରାତ୍ମକ ସହ ନକାରାତ୍ମକ ଶକ୍ତି ଥାଏ। କେବଳ ପାରସ୍ପରିକ ସମ୍ପର୍କ ଓ ସହଯୋଗ ମଣିଷ ଭିତରୁ ନକାରାତ୍ମକତା ଦୂରକରିବାରେ ସହାୟକ ହୋଇଥାଏ।

ସାମ୍ପ୍ରତିକ ସମୟରେ ଆମ ସାମ୍ନାରେ ଯେପରି ଆହ୍ବାନ ସବୁ ଠିଆ୍‌ହୋଇଛନ୍ତି, ତାହା ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ହେଉ ବା ଦ୍ରୁତଗତିରେ ବଢ଼ୁଥିବା ଧନୀ ଗରିବ ମଧ୍ୟରେ ଅସମାନତା ହେଉ, ଏସବୁକୁ ସମାଧାନ କରିବା ପାଇଁ କେଉଁ ଗୋଟିଏ ମଣିଷ ତ ଛାଡ଼ ଗୋଟିଏ ଦେଶ ପାଇଁ ବି ସମ୍ଭବ ନୁହେଁ। ଏଥିପାଇଁ ସୀମାରେଖା ଡେଇଁ ରାଷ୍ଟ୍ର ଓ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ସମନ୍ବୟ ଆବଶ୍ୟକ ବୋଲି ସମସ୍ତଙ୍କୁ ଅନୁଭବ ହେଲାଣି। ଗୋଟେ ସାମୂହିକ ପ୍ରୟାସରେ ହିଁ ବିଶ୍ୱକୁ ରକ୍ଷା କରାଯାଇପାରିବ। ସ୍ବାର୍ଥ କେନ୍ଦ୍ରିକ ମାନସିକତାକୁ ମୁକୁଳି ସାମୂହିକ ଭଲ ଦିଗରେ କାର୍ଯ୍ୟରତ ହେବା ହିଁ ପ୍ରକୃତ ମଣିଷର ପରିଚୟ ଓ ଏହା ଦ୍ୱାରା ହିଁ ସମସ୍ତେ ଭଲରେ ଓ ଶାନ୍ତିରେ ବଞ୍ଚିପାରିବେ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri