କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ ଏକ ଏହା ଏକ ଅନ୍ତରାଳ ସମୟ ମଧ୍ୟରେ ଗତି କରିବ। କାମେରଲେଙ୍ଗୋ (ଭାଟିକାନ୍‌ର ସମ୍ପତ୍ତି ଓ ରାଜସ୍ବ ପ୍ରଶାସକ) ପ୍ରଥମେ ତାଙ୍କ ମୃତ୍ୟୁକୁ ଯାଞ୍ଚ କରିବେ। ଏଥିପାଇଁ ସେ ପୋପ୍‌ଙ୍କ ନାମକୁ ୩ ଥର ଡାକିବେ। ଯଦି କୌଣସି ଉତ୍ତର ନ ଆସେ ତେବେ ସେ ମୃତ ବୋଲି ଘୋଷଣା କରାଯିବ। ପୋପ୍‌ଙ୍କ ମୃତ୍ୟୁ ପରେ ଏକ ଛୋଟ ରୁପା ହାତୁଡ଼ିରେ ତାଙ୍କ କପାଳରେ ମୃଦୁ ଆଘାତ ଦିଆଯାଉଥିଲା। ଏହି ପରମ୍ପରାକୁ ୧୯୬୩ରେ ଉଠାଇ ଦିଆଯାଇଥିଲା। ପୋପ୍‌ ମୃତ୍ୟୁ ଘୋଷିତ ହେବା ପରେ କାମେରଲେଙ୍ଗୋଙ୍କ ଦ୍ୱାରା ପାପାଲ ଆପାର୍ଟମେଣ୍ଟକୁ ବନ୍ଦ କରିଦିଆଯିବ। ଏହା ପରେ ଫିସରମ୍ୟାନ୍‌ଙ୍କ ରିଙ୍ଗ୍‌ ଏବଂ ପୋପ୍‌ଙ୍କ ସିଲ୍‌କୁ ଭଙ୍ଗାଯିବାର ଆୟୋଜନ ହେବ। ଏହା ପୋପ୍‌ଙ୍କ ଶାସନ ଅନ୍ତର ହେବାର ପ୍ରତୀକ। ପରଲୋକର ୪ରୁ ୬ ଦିନ ମଧ୍ୟରେ ପୋପ୍‌ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠିତ ହେବ। ଏହା ପରେ ତାଙ୍କ ମରଶରୀରକୁ ସେଣ୍ଟ ପିଟର୍ସ ବାସିଲିକା କିମ୍ବା ତାଙ୍କ ପୂର୍ବ ଇଚ୍ଛା ଅନୁଯାୟୀ ଅନ୍ୟତ୍ର ସମାଧି ଦିଆଯିବା ସହ ୯ ଦିନିଆ ଶୋକ ପାଳନ ହେବ।

ପୋପ୍‌ଙ୍କ ମୃତ୍ୟୁରୁ ୧୫ରୁ ୨୦ ଦିନ ମଧ୍ୟରେ ପରବର୍ତ୍ତୀ ପୋପ୍‌ ନିର୍ବାଚନ ପ୍ରକାୟା ଆରମ୍ଭ ହେବ। ଏହି ଗୋପନ ପ୍ରକ୍ରିୟା ପାଇଁ ୮୦ ବର୍ଷରୁ କମ୍‌ ବୟସର କାର୍ଡିନାଲମାନେ ଭାଟିକାନ୍‌ରେ ଏକତ୍ର ହେବେ। ସେମାନଙ୍କୁ ସିଷ୍ଟାଇନ ଚାପେଲ୍‌ରେ ବନ୍ଦ କରି ରଖାଯିବା ସହ ବାହାର ଦୁନିଆ ସହ ଯୋଗାଯୋଗ ବିଚ୍ଛିନ୍ନ କରିଦିଆଯିବ। ନୂଆ ପୋପ୍‌ ନିର୍ବାଚନରେ ଭାରତରୁ ୪ ଜଣ କାର୍ଡିନାଲ ସାମିଲ ହେବେ। ସେମାନେ ହେଲେ ଜର୍ଜ ଜାକୋବ କୁଭାକାଡ୍‌, ଫିଲିପେ ନେରି ଆଣ୍ଟୋନିଓ ସେବାଷ୍ଟିଓ ଡୋ ରୋସାରିଓ ଫେରାଓ, ଆନ୍ଥାନୀ ପୂଲା ଏବଂ ବାସେଲିଓସ୍‌ କ୍ଲିମିସ୍‌ ଥୋଟ୍ଟୁଙ୍କଲ। ପ୍ରାର୍ଥୀ ଦୁଇତୃତୀୟଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପର୍ଯ୍ୟନ୍ତ ସେମାନେ ଏକାଧିକ ଥର ଭୋଟ ଦେବେ। ପ୍ରତ୍ୟେକ ଭୋଟ ପରେ ବାଲଟକୁ ଜାଳିଦିଆଯିବ। ଭାଟିକାନ୍‌ରୁ କଳାଧୂଆଁ ଉଠିଲେ, ନିଷ୍ପତ୍ତି ହୋଇପାରି ନ ଥିବା ସଙ୍କେତ ମିଳିଥାଏ ଏବଂ ଧଳା ଧୂଆଁ ଉଠିଲେ ନୂଆ ପୋପ୍‌ ନିର୍ବାଚିତ ହୋଇଥିବା ଜଣାପଡ଼ିଥାଏ। ନିର୍ବାଚିତ ନୂଆ ନେତା ପୋପ୍‌ ପଦ ଗ୍ରହଣ କରିବାକୁ ଆନୁଷ୍ଠାନିକ ଭାବେ ରାଜି ହେବା ପରେ ନିଜ ପାଇଁ ନୂଆ ନଁା ବାଛିବାକୁ କୁହାଯିବ। ଏହା ପରେ ସେଣ୍ଟ ପିଟର୍ସ ବାସିଲିକା ବାଲ୍‌କୋନିରୁ ବରିଷ୍ଠ କାର୍ଡିନାଲ ଡିକନ୍‌ ଲାଟିନ୍‌ ଭାଷାରେ ‘ହାବେମସ୍‌ ପାପାମ୍‌’ (ଆମେ ପୋପ୍‌ ପାଇଲୁ) ବୋଲି ଘୋଷଣା କରିବେ। ସେଣ୍ଟ ପିଟର୍ସ ସ୍କୋୟାରରେ ନୂଆ ପୋପ୍‌ ଲୋକମାନଙ୍କୁ ଅଭିନନ୍ଦନ ଜଣାଇବେ ଓ ପ୍ରଥମ ଆର୍ଶୀବାଦ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri