ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱର ଅନ୍ତ ଘଟିଛି। ଫ୍ରାନ୍ସିସଙ୍କ ପରେ ଅନ୍ୟ ନଅ ଜଣ ବ୍ୟକ୍ତିଙ୍କର ନାମ ଏବେ ପରବର୍ତ୍ତୀ ପୋପ୍‌ ଭାବେ ଚର୍ଚ୍ଚାକୁ ଆସିଛି। ତାଙ୍କ ଜୀବନ ଇତିହାସକୁ ଦେଖିଲେ ଜନ୍ମଠାରୁ ଆରମ୍ଭ କରି କର୍ମ ଜୀବନର ଅବସାନ ଯାଏ ଥିଲା ଅତ୍ୟନ୍ତ ପ୍ରେରଣାଦାୟକ। ସେ ୧୭ ଡିେସେମ୍ବର ୧୯୩୬ରେ ଆର୍ଜେଣ୍ଟିନାର ବୁଏନେସ୍‌ଆରିସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ନାମ ଥିଲା ଜର୍ଜ ମାରିଓ ବର୍ଗୋଗଲିଓ। ତାଙ୍କର ପିତା ମାରିଓ ଜୋସେ ବର୍ଗୋଗଲିଓ ଜଣେ ଇଟାଲୀୟ ଆକାଉଣ୍ଟାଣ୍ଟ ଥିବାବେଳେ ମା ରେଗିନା ମାରିଆ ସିଭୋରି ଥିଲେ ଜଣେ ଇଟାଲୀୟ ପ୍ରବାସୀଙ୍କ ଝିଅ। ପ୍ରଥମ ଲାଟିନ ଆମେରିକୀୟ ଓ ରୋମାନ କ୍ୟାଥୋଲିକ ଧର୍ମୀୟ ବ୍ୟବସ୍ଥାର ସଦସ୍ୟ ରୂପେ ସେ ପୋପ୍‌ ଭାବେ ନିର୍ବାଚିତ ହୋଇଥିଲେ। ଫ୍ରାନ୍ସିସ ଥିଲେ ଜେସୁଇଟି ଧାରାର ପାଦ୍ରୀ। ସେ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ନିଜକୁ ଜଣେ ଭିନ୍ନ ବ୍ୟକ୍ତିତ୍ୱ ଭାବେ ପ୍ରତିପାଦନ କରିଥିଲେ।

ଯେତେବେଳେ ପ୍ରଥମ ପୋପ୍‌ ହୋଇଥିଲେ ସେ ନିଜର ପଦବୀ ପରିବର୍ତ୍ତେ ଫ୍ରାନ୍ସିସ ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ନିଆରା ଥିଲା। ନୂଆ ବିଚାରଧାରାକୁ ସେ ଗୁରୁତ୍ୱ ଦେଉଥିଲେ ଏବଂ ସହଯୋଗୀ ଭାବନା ଥିଲା ତାଙ୍କ ଆନ୍ତରିକ ସିଦ୍ଧାନ୍ତ। ସେ ମାନବୀୟ ସଙ୍କଟ ଉପରେ ସ୍ବର ଉଠାଇବାକୁ ପଛାଉ ନ ଥିଲେ। ବିଶ୍ୱରେ ଯୁଦ୍ଧ ସଙ୍କଟ ଟାଳିବାକୁ ଆହ୍ବାନ ଦେବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ସ୍ବରକୁ ଶାଣିତ କରିଆସିଥିଲେ। ଯେତେବେଳେ ଚର୍ଚ୍ଚ ଉପରେ ଦୁର୍ନୀତି ଅଭିଯୋଗ ଉଠିଥିଲା ସେତେବେଳେ ସେ ଏହାର ପୁନର୍ଗଠନ କରିବାକୁ ଜୋର ଦେଇଥିଲେ ଓ ପ୍ରତିଷ୍ଠିତ ପାଦ୍ରୀ ଗୋଷ୍ଠୀର ସିଧାସଳଖ ମୁକାବିଲା କରିଥିଲେ। ଫ୍ରାନ୍ସିସ ମଧ୍ୟ ବିବାହ ବିଚ୍ଛେଦ ହୋଇଥିବା ଲୋକ ଏବଂ ସମଲିଙ୍ଗୀ କ୍ୟାଥୋଲିକଙ୍କ ପ୍ରତି ସମବେଦନା ତଥା ଦୟାଭାବ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ ଚର୍ଚ୍ଚର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ଦେଖିବାକୁ ଗଲେ ଏହା ତାଙ୍କ ପାଇଁ ସହଜ ନ ଥିଲା। କ୍ୟାଥୋଲିକ ସଂସ୍ଥାରେ ଚରମ ଋଢ଼ିବାଦୀ ତତ୍ତ୍ୱମାନେ ତାଙ୍କ ନୂତନ ଦୃଷ୍ଟିକୋଣକୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। କିନ୍ତୁ ସେ କୌଣସି ପ୍ରକାରେ ସେମାନଙ୍କ ସହ ସାଲିସ କରିନଥିତ୍ଲେ କିମ୍ବା ସେମାନଙ୍କ କଥାକୁ ଭ୍ରୁକ୍ଷେପ କରୁ ନଥିଲେ। ବରଂ ଭାଟିକାନାରେ ଚାଲିଥିବା ଆର୍ଥିକ ଅନିୟମିତତାକୁ ଶେଷ କରିବା ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଏହା ସହ ପାଦ୍ରୀମାନଙ୍କ ଯୌନ ନିର୍ଯାତନା ବିରୋଧରେ ଦୃଢ ଭାବେ ଲଢେଇ କରିଥିଲେ ଏବଂ ଉଚ୍ଚପଦବୀରେ ଥିବା ପାଦ୍ରୀମାନଙ୍କୁ ଉତ୍ତରଦାୟୀ କରିବା ଲାଗି ନୂତନ ଆଇନ ଆଣିଥିଲେ। କେବଳ ଏତିକି ନୁହେଁ ଫ୍ରାନ୍ସିସ ଭାଟିକାନାରେ କାର୍ଯ୍ୟରତ ମହିଳାଙ୍କୁ ଅଧିକ ଦାୟିତ୍ୱ ଦେବା ଲାଗି ପଦକ୍ଷେପ ନେଇଥିଲେ। ଏହା ବ୍ୟତୀତ ସମଲିଙ୍ଗୀ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପାଦ୍ରୀମାନଙ୍କୁ ଅଧିକାର ଦେଇଥିଲେ।

ବିଶ୍ୱରେ ଲାଗି ରହିଥିବା ଧର୍ମୀୟ ଯୁଦ୍ଧ ଓ ଏକଚ୍ଛତ୍ରବାଦୀମାନେ ବେପରୁଆ ଭାବେ ସୃଷ୍ଟି କରିଥିବା ଯୁଦ୍ଧ ପରିସ୍ଥିତିରେ ଫ୍ରାନ୍ସିସ ଜଣେ ଶାନ୍ତିଦୂତ ଭାବେ ଉଭା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟ ସଂଘର୍ଷକୁ ବିରାମ ଦେବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫ୍ରାନ୍ସିସ୍‌ଙ୍କ ସରଳ ଜୀବନଶୈଳୀ ତାଙ୍କ ମହାନ ଉଦାରତାର ପରିଚୟ ଦିଏ। ତାଙ୍କ ପୂର୍ବରୁ ପୋପ୍‌ମାନେ ଯେଭଳି ରାଜକୀୟ ପ୍ୟାଲେସ ଆପୋଷ୍ଟୋଲିକରେ ରହି ଜୀବନ ବିତାଉଥିଲେ ସେ ତାହାକୁ କେବେ ବି ଗ୍ରହଣ କରି ନଥିଲେ। ସେ ତାଙ୍କ ଚିନ୍ତାଧାରାର ଲୋକଙ୍କ ସହ ରହିବାକୁ ପସନ୍ଦ କରୁଥିଲେ। ଏହାଥିଲା ତାଙ୍କ ନେତୃତ୍ୱର ପରାକାଷ୍ଠା ଯେଉଁଥିପାଇଁ ସେ ପୂର୍ଣ୍ଣ ବହୁମତରେ ନିର୍ବାଚିତ ହୋଇଥିଲେ। ବହୁ ଆଧ୍ୟାତ୍ମିକ ଗୁଜବ ସହ ତାଙ୍କୁ ରୂଢ଼ିବାଦୀଙ୍କ ପକ୍ଷରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ସେ ନିର୍ବିକାର ଚିତ୍ତରେ ସେସବୁର ସାମ୍ନା କରିଥିଲେ। ସେ ତାଙ୍କ ଅନ୍ତରଆତ୍ମାର ସ୍ବରକୁ ଅନୁସରଣ କରି ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ, ଯାହା ତାଙ୍କୁ ବାସ୍ତବରେ ବିଶ୍ୱରେ ଜଣେ ସୁପରଷ୍ଟାର କରିପାରିଥିଲା। ଏଥିପାଇଁ ଫ୍ରାନ୍ସିସ ବିଶ୍ୱର ଯେଉଁ ଆଡ଼େ ଯାଉଥିଲେ ସେଠାରେ ପ୍ରବଳ ଜନସମାଗମ ହେଉଥିଲା। ସେ ସବୁ ଧର୍ମର ବିଶ୍ୱାସ, ଶାନ୍ତିକୁ ଉତ୍ସାହିତ କରୁଥିଲେ ।

ଫ୍ରାନ୍ସିସ ଅସହାୟ ବିଶେଷକରି ପ୍ରବାସୀଙ୍କ ଆଶାବାଡ଼ି ଥିଲେ। ଅନେକ କଠିନ ସମସ୍ୟାର ସମ୍ମୁଖୀନ ହୋଇ ସେ କ୍ୟାଥୋଲିକ ଚର୍ଚ୍ଚରେ ଶିଶୁ ଯୌନ ନିର୍ଯାତନାକୁ ରୋକି ପାରିଥିଲେ। ଏହା ସହ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କଲେ ସେତେବେଳେ ପୋପ ନିରବଚ୍ଛିନ୍ନ ଭାବେ ଅସହାୟଙ୍କ ପାଇଁ ସ୍ବର ଉଠାଇଥିଲେ। ଜାତିୟତାବାଦ ତଥା ଏକଚ୍ଛତ୍ରବାଦ ବିରୋଧରେ ସେ ଦୃଢ଼ ଭାବେ ଠିଆ ହୋଇଛନ୍ତି। ଫ୍ରାନ୍ସିସ ହେଉଛନ୍ତି ଗରିବଙ୍କ ପୋପ ଓ ଏହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସେ ସାରା ଜୀବନ ସାଧାରଣ ଲୋକଙ୍କ ପାଇଁ କାମ କରିଛନ୍ତି ଓ ସାମାଜିକ ନ୍ୟାୟ ପାଇଁ ମଧ୍ୟ ସ୍ବର ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?