ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱର ଅନ୍ତ ଘଟିଛି। ଫ୍ରାନ୍ସିସଙ୍କ ପରେ ଅନ୍ୟ ନଅ ଜଣ ବ୍ୟକ୍ତିଙ୍କର ନାମ ଏବେ ପରବର୍ତ୍ତୀ ପୋପ୍‌ ଭାବେ ଚର୍ଚ୍ଚାକୁ ଆସିଛି। ତାଙ୍କ ଜୀବନ ଇତିହାସକୁ ଦେଖିଲେ ଜନ୍ମଠାରୁ ଆରମ୍ଭ କରି କର୍ମ ଜୀବନର ଅବସାନ ଯାଏ ଥିଲା ଅତ୍ୟନ୍ତ ପ୍ରେରଣାଦାୟକ। ସେ ୧୭ ଡିେସେମ୍ବର ୧୯୩୬ରେ ଆର୍ଜେଣ୍ଟିନାର ବୁଏନେସ୍‌ଆରିସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ନାମ ଥିଲା ଜର୍ଜ ମାରିଓ ବର୍ଗୋଗଲିଓ। ତାଙ୍କର ପିତା ମାରିଓ ଜୋସେ ବର୍ଗୋଗଲିଓ ଜଣେ ଇଟାଲୀୟ ଆକାଉଣ୍ଟାଣ୍ଟ ଥିବାବେଳେ ମା ରେଗିନା ମାରିଆ ସିଭୋରି ଥିଲେ ଜଣେ ଇଟାଲୀୟ ପ୍ରବାସୀଙ୍କ ଝିଅ। ପ୍ରଥମ ଲାଟିନ ଆମେରିକୀୟ ଓ ରୋମାନ କ୍ୟାଥୋଲିକ ଧର୍ମୀୟ ବ୍ୟବସ୍ଥାର ସଦସ୍ୟ ରୂପେ ସେ ପୋପ୍‌ ଭାବେ ନିର୍ବାଚିତ ହୋଇଥିଲେ। ଫ୍ରାନ୍ସିସ ଥିଲେ ଜେସୁଇଟି ଧାରାର ପାଦ୍ରୀ। ସେ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ନିଜକୁ ଜଣେ ଭିନ୍ନ ବ୍ୟକ୍ତିତ୍ୱ ଭାବେ ପ୍ରତିପାଦନ କରିଥିଲେ।

ଯେତେବେଳେ ପ୍ରଥମ ପୋପ୍‌ ହୋଇଥିଲେ ସେ ନିଜର ପଦବୀ ପରିବର୍ତ୍ତେ ଫ୍ରାନ୍ସିସ ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ନିଆରା ଥିଲା। ନୂଆ ବିଚାରଧାରାକୁ ସେ ଗୁରୁତ୍ୱ ଦେଉଥିଲେ ଏବଂ ସହଯୋଗୀ ଭାବନା ଥିଲା ତାଙ୍କ ଆନ୍ତରିକ ସିଦ୍ଧାନ୍ତ। ସେ ମାନବୀୟ ସଙ୍କଟ ଉପରେ ସ୍ବର ଉଠାଇବାକୁ ପଛାଉ ନ ଥିଲେ। ବିଶ୍ୱରେ ଯୁଦ୍ଧ ସଙ୍କଟ ଟାଳିବାକୁ ଆହ୍ବାନ ଦେବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ସ୍ବରକୁ ଶାଣିତ କରିଆସିଥିଲେ। ଯେତେବେଳେ ଚର୍ଚ୍ଚ ଉପରେ ଦୁର୍ନୀତି ଅଭିଯୋଗ ଉଠିଥିଲା ସେତେବେଳେ ସେ ଏହାର ପୁନର୍ଗଠନ କରିବାକୁ ଜୋର ଦେଇଥିଲେ ଓ ପ୍ରତିଷ୍ଠିତ ପାଦ୍ରୀ ଗୋଷ୍ଠୀର ସିଧାସଳଖ ମୁକାବିଲା କରିଥିଲେ। ଫ୍ରାନ୍ସିସ ମଧ୍ୟ ବିବାହ ବିଚ୍ଛେଦ ହୋଇଥିବା ଲୋକ ଏବଂ ସମଲିଙ୍ଗୀ କ୍ୟାଥୋଲିକଙ୍କ ପ୍ରତି ସମବେଦନା ତଥା ଦୟାଭାବ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ ଚର୍ଚ୍ଚର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ଦେଖିବାକୁ ଗଲେ ଏହା ତାଙ୍କ ପାଇଁ ସହଜ ନ ଥିଲା। କ୍ୟାଥୋଲିକ ସଂସ୍ଥାରେ ଚରମ ଋଢ଼ିବାଦୀ ତତ୍ତ୍ୱମାନେ ତାଙ୍କ ନୂତନ ଦୃଷ୍ଟିକୋଣକୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। କିନ୍ତୁ ସେ କୌଣସି ପ୍ରକାରେ ସେମାନଙ୍କ ସହ ସାଲିସ କରିନଥିତ୍ଲେ କିମ୍ବା ସେମାନଙ୍କ କଥାକୁ ଭ୍ରୁକ୍ଷେପ କରୁ ନଥିଲେ। ବରଂ ଭାଟିକାନାରେ ଚାଲିଥିବା ଆର୍ଥିକ ଅନିୟମିତତାକୁ ଶେଷ କରିବା ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଏହା ସହ ପାଦ୍ରୀମାନଙ୍କ ଯୌନ ନିର୍ଯାତନା ବିରୋଧରେ ଦୃଢ ଭାବେ ଲଢେଇ କରିଥିଲେ ଏବଂ ଉଚ୍ଚପଦବୀରେ ଥିବା ପାଦ୍ରୀମାନଙ୍କୁ ଉତ୍ତରଦାୟୀ କରିବା ଲାଗି ନୂତନ ଆଇନ ଆଣିଥିଲେ। କେବଳ ଏତିକି ନୁହେଁ ଫ୍ରାନ୍ସିସ ଭାଟିକାନାରେ କାର୍ଯ୍ୟରତ ମହିଳାଙ୍କୁ ଅଧିକ ଦାୟିତ୍ୱ ଦେବା ଲାଗି ପଦକ୍ଷେପ ନେଇଥିଲେ। ଏହା ବ୍ୟତୀତ ସମଲିଙ୍ଗୀ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପାଦ୍ରୀମାନଙ୍କୁ ଅଧିକାର ଦେଇଥିଲେ।

ବିଶ୍ୱରେ ଲାଗି ରହିଥିବା ଧର୍ମୀୟ ଯୁଦ୍ଧ ଓ ଏକଚ୍ଛତ୍ରବାଦୀମାନେ ବେପରୁଆ ଭାବେ ସୃଷ୍ଟି କରିଥିବା ଯୁଦ୍ଧ ପରିସ୍ଥିତିରେ ଫ୍ରାନ୍ସିସ ଜଣେ ଶାନ୍ତିଦୂତ ଭାବେ ଉଭା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟ ସଂଘର୍ଷକୁ ବିରାମ ଦେବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫ୍ରାନ୍ସିସ୍‌ଙ୍କ ସରଳ ଜୀବନଶୈଳୀ ତାଙ୍କ ମହାନ ଉଦାରତାର ପରିଚୟ ଦିଏ। ତାଙ୍କ ପୂର୍ବରୁ ପୋପ୍‌ମାନେ ଯେଭଳି ରାଜକୀୟ ପ୍ୟାଲେସ ଆପୋଷ୍ଟୋଲିକରେ ରହି ଜୀବନ ବିତାଉଥିଲେ ସେ ତାହାକୁ କେବେ ବି ଗ୍ରହଣ କରି ନଥିଲେ। ସେ ତାଙ୍କ ଚିନ୍ତାଧାରାର ଲୋକଙ୍କ ସହ ରହିବାକୁ ପସନ୍ଦ କରୁଥିଲେ। ଏହାଥିଲା ତାଙ୍କ ନେତୃତ୍ୱର ପରାକାଷ୍ଠା ଯେଉଁଥିପାଇଁ ସେ ପୂର୍ଣ୍ଣ ବହୁମତରେ ନିର୍ବାଚିତ ହୋଇଥିଲେ। ବହୁ ଆଧ୍ୟାତ୍ମିକ ଗୁଜବ ସହ ତାଙ୍କୁ ରୂଢ଼ିବାଦୀଙ୍କ ପକ୍ଷରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ସେ ନିର୍ବିକାର ଚିତ୍ତରେ ସେସବୁର ସାମ୍ନା କରିଥିଲେ। ସେ ତାଙ୍କ ଅନ୍ତରଆତ୍ମାର ସ୍ବରକୁ ଅନୁସରଣ କରି ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ, ଯାହା ତାଙ୍କୁ ବାସ୍ତବରେ ବିଶ୍ୱରେ ଜଣେ ସୁପରଷ୍ଟାର କରିପାରିଥିଲା। ଏଥିପାଇଁ ଫ୍ରାନ୍ସିସ ବିଶ୍ୱର ଯେଉଁ ଆଡ଼େ ଯାଉଥିଲେ ସେଠାରେ ପ୍ରବଳ ଜନସମାଗମ ହେଉଥିଲା। ସେ ସବୁ ଧର୍ମର ବିଶ୍ୱାସ, ଶାନ୍ତିକୁ ଉତ୍ସାହିତ କରୁଥିଲେ ।

ଫ୍ରାନ୍ସିସ ଅସହାୟ ବିଶେଷକରି ପ୍ରବାସୀଙ୍କ ଆଶାବାଡ଼ି ଥିଲେ। ଅନେକ କଠିନ ସମସ୍ୟାର ସମ୍ମୁଖୀନ ହୋଇ ସେ କ୍ୟାଥୋଲିକ ଚର୍ଚ୍ଚରେ ଶିଶୁ ଯୌନ ନିର୍ଯାତନାକୁ ରୋକି ପାରିଥିଲେ। ଏହା ସହ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କଲେ ସେତେବେଳେ ପୋପ ନିରବଚ୍ଛିନ୍ନ ଭାବେ ଅସହାୟଙ୍କ ପାଇଁ ସ୍ବର ଉଠାଇଥିଲେ। ଜାତିୟତାବାଦ ତଥା ଏକଚ୍ଛତ୍ରବାଦ ବିରୋଧରେ ସେ ଦୃଢ଼ ଭାବେ ଠିଆ ହୋଇଛନ୍ତି। ଫ୍ରାନ୍ସିସ ହେଉଛନ୍ତି ଗରିବଙ୍କ ପୋପ ଓ ଏହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସେ ସାରା ଜୀବନ ସାଧାରଣ ଲୋକଙ୍କ ପାଇଁ କାମ କରିଛନ୍ତି ଓ ସାମାଜିକ ନ୍ୟାୟ ପାଇଁ ମଧ୍ୟ ସ୍ବର ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?