Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆର ମୁକାବିଲା ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ବେଳେ ମ୍ୟାଚ୍‌ଗୁଡ଼ିକ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବ। ତେବେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକ ଓ ସମୀକ୍ଷକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି— ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଦଳ ପାଇଁ ଓପନିଂ ଦାୟିତ୍ୱ କିଏ ସମ୍ଭାଳିବେ? ଏହି ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ଭାରତୀୟ ୱିକେଟକିପର-ବ୍ୟାଟର- ପ୍ରସିଦ୍ଧ କମେଣ୍ଟେଟର ଦୀପ ଦାସଗୁପ୍ତା ସଞ୍ଜୁ ସାମସନଙ୍କ ନାମ ପ୍ରସ୍ତାବ କରିଛନ୍ତି।

ଅଭିଜ୍ଞ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କ ପାଇଁ ବିଗତ କିଛି ମ୍ୟାଚ୍‌ ଆଶାଜନକ ରହିନଥିଲା। ଟି-୨୦ ୱାର୍ଲ୍ଡ କପ୍ ୨୦୨୬ର ଅଭୂତପୂର୍ବ ସଫଳତା ପରେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟ୍‌ ଶାନ୍ତ ରହିଥିଲା, ଯାହା ଫଳରେ ସିରିଜ୍‌ ଅଧାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏପରିକି ଜିମ୍ବାବୱେ ଗସ୍ତ ପାଇଁ ମଧ୍ୟ ତାଙ୍କୁ ମନୋନୀତ କରାଯାଇ ନଥିଲା। ତେବେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ତାଙ୍କୁ ସିଧାସଳଖ ପ୍ଲେଇଂ-୧୧ରେ ସ୍ଥାନ ମିଳିବ ତ? ସେ ପୁଣି ଓପନିଂ ପୋଜିସନ୍‌କୁ ଫେରିପାରିବେ ତ?

 ଏହି ପ୍ରଶ୍ନର ଉତ୍ତର ରଖି ଦୀପ ଦାସଗୁପ୍ତା ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପ୍ରକାଶିତ ଏକ ଭିଡିଓରେ କହିଛନ୍ତି ଯେ, ଏହି ସିରିଜ୍‌ରେ ବୈଭବ ସୂର୍ଯ୍ୟବଂଶୀ ଏବଂ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ିକୁ ଆଜମାଇବା ଉଚିତ୍। ଦାସଗୁପ୍ତାଙ୍କ ଅନୁଯାୟୀ, ଭାରତୀୟ ଦଳ ପାଖରେ ଓପନିଂ ପାଇଁ ୩ଟି ଭଲ ବିକଳ୍ପ ରହିଛି। ସଞ୍ଜୁ ସାମସନ-ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ-ଅଭିଷେକ ଶର୍ମାଙ୍କ ଯୋଡ଼ି ପୂର୍ବରୁ ଓପନିଂ କରିସାରିଛନ୍ତି। ତେଣୁ ବୈଭବ ଓ ସଞ୍ଜୁଙ୍କୁ ଏକାଠି ଓପନିଂ କରାଇବାର ଏହା ସଠିକ୍ ସମୟ, ଯାହାଦ୍ୱାରା ଏକ ଯୋଡ଼ି ଭାବେ ଏହି ଦୁଇଜଣ କିପରି ପ୍ରଦର୍ଶନ କରୁଛନ୍ତି ତାହା ସ୍ପଷ୍ଟ ହୋଇପାରିବ।

 ଦୁହିଁଙ୍କ ଖେଳିବା ଶୈଳୀକୁ ଲକ୍ଷ୍ୟ କଲେ ଏହି ଯୋଡ଼ି ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ପ୍ରଥମତଃ, ଏହା ଏକ ଡାହାଣହାତୀ-ବାମହାତୀ (Right-Left) ବ୍ୟାଟିଂ କମ୍ବିନେସନ୍ ତିଆରି କରିବ। ଦ୍ୱିତୀୟତଃ, ଉଭୟ ବ୍ୟାଟର ସ୍ପିନ୍‌ ଓ ପେସ୍ ବୋଲିଂ ବିପକ୍ଷରେ ସମାନ ଭାବେ ଆକ୍ରମଣାତ୍ମକ ଶୈଳୀରେ ରନ୍ ସଂଗ୍ରହ କରିବାରେ ଦକ୍ଷ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଅନ୍ଧାଧୁନ୍ଧ ବ୍ୟାଟ୍ ନ ବୁଲାଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳିବା ସହ ରନ୍‌ ଗତି ବଢ଼ାଇବାର କ୍ଷମତା ଉଭୟଙ୍କ ପାଖରେ ରହିଛି। ତେଣୁ ଏହି ନୂତନ ଓପନିଂ ଯୋଡ଼ିକୁ ସୁଯୋଗ ଦେଇ ଦଳ ଆଗାମୀ ଯୋଜନା ପ୍ରସ୍ତୁତ କରିପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?