Advertisement

ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର,୫।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ବେଆଇନ ଅର୍ଥ କାରବାରର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏବେ ଇଡି ଏହି ମାମଲାର ତଦନ୍ତ କରିବ। କିଭଳି ଭାବେ ବିରଞ୍ଚି ସାଢେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଗଚ୍ଛିତ କଲେ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଖୋଳତାଡ଼ କରାଯିବ। ବିରଞ୍ଚିଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଭିଜିଲାନ୍ସ ପକ୍ଷରୁ ମଧ୍ୟ ତଦନ୍ତ ଜାରି ରହିବ। ବିରଞ୍ଚିଙ୍କ ଏତେ ଟଙ୍କା ଠୁଳର ମୁଖ୍ୟ ଉଦ୍ଦେଶ୍ୟ କ’ଣ, ଏହା ପଛରେ ଚାକିରି ରାକେଟ ସମ୍ପୃକ୍ତ କି ନାହିଁ ପ୍ରଭୃତି ବିଭିନ୍ନ ବିଷୟରେ ତାଙ୍କୁ ପଚରାଉଚରା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଅଧିକ ତଥ୍ୟ ହାସଲ ଉଦ୍ଦେଶ୍ୟରେ ବିରଞ୍ଚିଙ୍କୁ ଭିଜିଲାନ୍ସ ମଙ୍ଗଳବାରଠାରୁ ୪ଦିନିଆ ରିମାଣ୍ଡରେ ନେଇଛି। ଚାକିରି ପାଇଥିବା ଓ ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତି ବିରଞ୍ଚିଙ୍କୁ କେତେ ଟଙ୍କା ଦେଇଛନ୍ତି ଏବଂ ଏହି ଆର୍ଥିକ କାରବାରରେ କେହି ବଡ ଅଧିକାରୀ ସାମିଲ ଅଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ଥର ଭିଜିଲାନ୍ସ ପକ୍ଷରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଜୁଲାଇ ୩୧ରେ ବିରଞ୍ଚିଙ୍କୁ ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବାସଭବନ ଓ କଟକର ଶ୍ୱଶୁର ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ମୋଟ ୩ କୋଟି ୫୧ଲକ୍ଷ ଓ ୫୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ଏହା ତାଙ୍କ ଆୟର ୨୬୮% ଅଧିକ ବୋଲି କୁହାଯାଇଥିଲା। ଏ ନେଇ ମାମଲା ନଂ. ୧୬/୨୧ ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ବିରଞ୍ଚି ମୁଖ୍ୟ ଅଭିଯୁକ୍ତ ଥିବାବେଳେ ତାଙ୍କ ସ୍ତ୍ରୀ, ଶଡ଼ୁ ଏବଂ ଅନ୍ୟ କେତେଜଣ ସହଯୋଗୀ ଥିବା ଦର୍ଶାଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାଭୂମିରେ ରଜ ମହୋତ୍ସବ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପକ୍ଷରୁ ମଙ୍ଗଳବାରଠାରୁ ଦୁଇଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଶିଳ୍ପକଳା ପ୍ରଦର୍ଶନୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର,...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ ରଥ

ପୁରୀ ଅଫିସ, ୨୩।୬: ନବ ଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଭାଉଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାପ୍ରଭୁ। ପ୍ରଥମେ ପୂର୍ବାହ୍ନ ୧୧ଟା ୫୫ରେ...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ମନୋମାଳିନ୍ୟରୁ ପରିବାର ଛାରଖାର: ଏକାଠି ଜଳିଲା ସ୍ତ୍ରୀ-ସ୍ବାମୀଙ୍କ ଜୁଇ

ସମ୍ବଲପୁର/ଧମା,୧୪ା୬(ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ଧମା ଥାନା ଅର୍ଡା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ମଧ୍ୟରେ ସାମାନ୍ୟ ମନମାଳିନ୍ୟ ଯୋଗୁ ଏକ ପରିବାର ଛାରଖାର...

୨୪ ଘଣ୍ଟାରେ ୧୪: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ମଧ୍ୟରେ ୪ଜଣ ସଂକ୍ରମିତ ଥିବା ବେଳେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୬(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ: ଟୁଇନ୍‌ ସିଟିକୁ ଜଗିଛନ୍ତି ୮୨ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ୍‌ ପାଇଁ ଟୁଇନ୍‌ ସିଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୬୨ ପ୍ଲାଟୁନ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ୍‌, ୧୬।୧୨ : ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ...

Advertisement
Archives

Model This Week