Posted inଜାତୀୟ

ବିରୋଧୀ ଦମନ ପାଇଁ ଇଡି ଅସ୍ତ୍ର

ଚେନ୍ନାଇ/ନୂଆଦିଲ୍ଲୀ,୧୫ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ନାଟକ, ପଞ୍ଜାବ, କେରଳ, ରାଜସ୍ଥାନ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ସବୁଠି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ ବିରୋଧୀଙ୍କୁ ଦମନ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅସ୍ତ୍ରରୂପେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ବୁଧବାର ତାମିଲନାଡୁର ବିଦ୍ୟୁତ୍‌ ଓ ଅବକାରୀ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଥିରୁ ଭି. ସେନ୍ଥିଲ ବାଲାଜୀଙ୍କୁ ୧୮ ଘଣ୍ଟା ଜେରା ପରେ ଇଡି ଗିରଫ କରିଛି। ଗିରଫଦାରି ପରେ ସ୍ବାସ୍ଥ୍ୟ ହଠାତ୍‌ ବିଗିଡ଼ିଯିବାରୁ ତାଙ୍କୁ ଚେନ୍ନାଇସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରି ଏଞ୍ଜିଓଗ୍ରାମ୍‌ କରାଯାଇଛି। ଏହି ଗିରଫଦାରିକୁ ବିରୋଧୀ ଦଳଗୁଡ଼ିକ ଦୃଢ଼ ନିନ୍ଦା କରିଛନ୍ତି।
ତାମିଲନାଡ଼ୁର ବିଦ୍ୟୁତ୍‌ ଓ ଅବକାରୀ ମନ୍ତ୍ରୀ ତଥା ଡିଏମ୍‌କେର କରୁର ଜିଲା ସମ୍ପାଦକ ନେତା ଥିରୁ ଭି.ସେନ୍ଥିଲ ବାଲାଜୀଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ବୁଧବାର ଇଡି ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ର କୌଣସି ମନ୍ତ୍ରୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଏପରି କାର୍ଯ୍ୟାନୁଷ୍ଠାନ ନେବାରେ ଏହା ହେଉଛି ପ୍ରଥମ ଘଟଣା। ୪୭ ବର୍ଷୀୟ କରୁର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବାଲାଜୀ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ଏଆଇଏଡିଏମ୍‌କେ ସରକାର ଅମଳରେ ପରିବହନ ମନ୍ତ୍ରୀ ଥିବାବେଳେ ‘ନିଯୁକ୍ତି ପାଇଁ ଟଙ୍କା’ ନେଇଥିବା ଅଭିଯୋଗ ହୋଇଥିଲା। ନିକଟରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ କରିବାକୁ ଇଡିକୁ ଅନୁମତି ଦେଇଥିଲେ। ଇଡି ଅଧିକାରୀମାନେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ବଳରେ ମଙ୍ଗଳବାର ସଚିବାଳୟ, ବାଲାଜୀଙ୍କ ଭାଇ ଓ ସହଯୋଗୀମାନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହା ପରେ ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ କରିଛନ୍ତି। ଗିରଫଦାରି ପରେ ହଠାତ୍‌ ସ୍ବାସ୍ଥ୍ୟରେ ଅବନତି ହେବାରୁ ବୁଧବାର ଭୋର ସମୟରେ ତାଙ୍କୁ ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନ ୧୦ଟା ୪୦ର ତାଙ୍କର କୋରୋନାରି ଏଞ୍ଜିଓଗ୍ରାମ କରାଯାଇଛି। ଯଥାଶୀଘ୍ର ସମ୍ଭବ ବାଇପାସ୍‌ ସର୍ଜରି କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗିରଫ ପରେ ବାଲାଜୀଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। କୋର୍ଟରେ ତାଙ୍କୁ ହାଜର କରାଇବା ନେଇ ମାଡ୍ରାସ୍‌ ହାଇକୋର୍ଟରେ ପୃଥକ୍‌ ଭାବେ ଏକ ହେବିଅସ୍‌ କର୍ପସ୍‌ ଦାଖଲ ହୋଇଥିଲା।
ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ବାଲାଜୀଙ୍କ ଉପରେ ଇଡି ଚଢ଼ାଉକୁ ‘ଦମନମୂଳକ ରାଜନୀତି’ କହି ସମାଲୋଚନା କରିଛନ୍ତି। ଷ୍ଟାଲିନ୍‌ ଓମାଣ୍ଡୁରାର ଏଷ୍ଟେଟ୍‌ସ୍ଥିତ ତାମିଲନାଡୁ ସରକାରୀ ମଲ୍ଟି ସୁପର ସ୍ପେଶାଲିଟି ହସ୍ପିଟାଲରେ ନିଜ କ୍ୟାବିନେଟ୍‌ ସହଯୋଗୀ ବାଲାଜୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଇଡି ତଦନ୍ତ ନାମରେ ଡ୍ରାମା କରୁଛି। ଅଧିକାରୀମାନେ ବାଲାଜୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଷ୍ଟାଲିନ୍‌ ଅଭିଯୋଗ ଆଣିଛନ୍ତି। ସେହିପରି ବାଲାଜୀଙ୍କୁ ଗିରଫ ବେଳେ ଆବଶ୍ୟକ ପ୍ରକ୍ରିୟାର ଉପଯୁକ୍ତ ଅନୁସରଣ କରାଯାଇ ନ ଥିବା ଡିଏମ୍‌କେ କହିଛି। ବାଲାଜୀଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ସଙ୍କେତ ମିଳିଥିବା ରାଜ୍ୟର ମନ୍ତ୍ରୀ ପି.କେ. ସେକାର ବାବୁ ପ୍ରକାଶ କରିଛନ୍ତି। ହସ୍ପିଟାଲକୁ ନିଆଯାଉଥିବାବେଳେ ବାଲାଜୀ ଅସୁସ୍ଥ ହୋଇପଡ଼ି କାନ୍ଦୁଥିବା ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ବାଲାଜୀଙ୍କ କାନ ପାଖରେ ଫୁଲିଯାଇଛି। ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଡାକ୍ତର କହିଥିବା ସେକାର ବାବୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଡିଏମ୍‌କେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ (ଏସ୍‌ପିଏ) କେନ୍ଦ୍ରର ଭାଜପା ସରକାର ଏବଂ ଇଡି ଉପରେ ବର୍ଷିଛି। ଏହି ପ୍ରସଙ୍ଗରେ ଶୁକ୍ରବାର କୋଏମ୍ବାଟୁରରେ ବିଶାଳ ଜନସଭାର ଆୟୋଜନ କରାଯିବ ବୋଲି ଦଳ କହିଛି। ଏସ୍‌ପିଏ ନେତାଙ୍କ ସମେତ ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍‌. ଆଲାଗିରି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ସିପିଆଇ(ମାର୍କ୍ସବାଦୀ) ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକ ମିଳିତ ବିବୃତିରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଜନବିରୋଧୀ ଆଖ୍ୟା ଦେଇଛନ୍ତି। ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କିଛି କରି ନ ଥିବା ସେମାନେ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ବିରୋଧୀ ଦଳ ନେତା ତଥା ଏଆଇଏଡିଏମ୍‌କେ ମୁଖ୍ୟ ଇ.କେ. ପାଲାନିସ୍ବାମୀ ନୈତକତା ଦୃଷ୍ଟିରୁ ବାଲାଜୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି। ରାଜ୍ୟ ଭାଜପା ସଭାପତି କେ.ଏ. ଆନ୍ନାମଲାଇ ଡିଏମ୍‌କେର ଅଭିଯୋଗକୁ ଖଣ୍ଡନ କରି କହିଛି, ଇଡି କାର୍ଯ୍ୟାନୁଷ୍ଠାନ ନିଯୁକ୍ତି ପାଇଁ ଟଙ୍କା ମାମଲାରେ ୫ ବର୍ଷ ଧରି ଚାଲିଥିବା ତଦନ୍ତର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?