Odisha Elections 2024
Posted inଜାତୀୟ

ବିରୋଧୀ ଦମନ ପାଇଁ ଇଡି ଅସ୍ତ୍ର

ଚେନ୍ନାଇ/ନୂଆଦିଲ୍ଲୀ,୧୫ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ନାଟକ, ପଞ୍ଜାବ, କେରଳ, ରାଜସ୍ଥାନ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ସବୁଠି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଣଭାଜପା ଶାସିତ ରାଜ୍ୟଗୁଡ଼ିକରେ ବିରୋଧୀଙ୍କୁ ଦମନ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅସ୍ତ୍ରରୂପେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ବୁଧବାର ତାମିଲନାଡୁର ବିଦ୍ୟୁତ୍‌ ଓ ଅବକାରୀ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଥିରୁ ଭି. ସେନ୍ଥିଲ ବାଲାଜୀଙ୍କୁ ୧୮ ଘଣ୍ଟା ଜେରା ପରେ ଇଡି ଗିରଫ କରିଛି। ଗିରଫଦାରି ପରେ ସ୍ବାସ୍ଥ୍ୟ ହଠାତ୍‌ ବିଗିଡ଼ିଯିବାରୁ ତାଙ୍କୁ ଚେନ୍ନାଇସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରି ଏଞ୍ଜିଓଗ୍ରାମ୍‌ କରାଯାଇଛି। ଏହି ଗିରଫଦାରିକୁ ବିରୋଧୀ ଦଳଗୁଡ଼ିକ ଦୃଢ଼ ନିନ୍ଦା କରିଛନ୍ତି।
ତାମିଲନାଡ଼ୁର ବିଦ୍ୟୁତ୍‌ ଓ ଅବକାରୀ ମନ୍ତ୍ରୀ ତଥା ଡିଏମ୍‌କେର କରୁର ଜିଲା ସମ୍ପାଦକ ନେତା ଥିରୁ ଭି.ସେନ୍ଥିଲ ବାଲାଜୀଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ବୁଧବାର ଇଡି ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ର କୌଣସି ମନ୍ତ୍ରୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଏପରି କାର୍ଯ୍ୟାନୁଷ୍ଠାନ ନେବାରେ ଏହା ହେଉଛି ପ୍ରଥମ ଘଟଣା। ୪୭ ବର୍ଷୀୟ କରୁର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବାଲାଜୀ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ଏଆଇଏଡିଏମ୍‌କେ ସରକାର ଅମଳରେ ପରିବହନ ମନ୍ତ୍ରୀ ଥିବାବେଳେ ‘ନିଯୁକ୍ତି ପାଇଁ ଟଙ୍କା’ ନେଇଥିବା ଅଭିଯୋଗ ହୋଇଥିଲା। ନିକଟରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ କରିବାକୁ ଇଡିକୁ ଅନୁମତି ଦେଇଥିଲେ। ଇଡି ଅଧିକାରୀମାନେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ବଳରେ ମଙ୍ଗଳବାର ସଚିବାଳୟ, ବାଲାଜୀଙ୍କ ଭାଇ ଓ ସହଯୋଗୀମାନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହା ପରେ ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ କରିଛନ୍ତି। ଗିରଫଦାରି ପରେ ହଠାତ୍‌ ସ୍ବାସ୍ଥ୍ୟରେ ଅବନତି ହେବାରୁ ବୁଧବାର ଭୋର ସମୟରେ ତାଙ୍କୁ ଚେନ୍ନାଇର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନ ୧୦ଟା ୪୦ର ତାଙ୍କର କୋରୋନାରି ଏଞ୍ଜିଓଗ୍ରାମ କରାଯାଇଛି। ଯଥାଶୀଘ୍ର ସମ୍ଭବ ବାଇପାସ୍‌ ସର୍ଜରି କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗିରଫ ପରେ ବାଲାଜୀଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। କୋର୍ଟରେ ତାଙ୍କୁ ହାଜର କରାଇବା ନେଇ ମାଡ୍ରାସ୍‌ ହାଇକୋର୍ଟରେ ପୃଥକ୍‌ ଭାବେ ଏକ ହେବିଅସ୍‌ କର୍ପସ୍‌ ଦାଖଲ ହୋଇଥିଲା।
ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ବାଲାଜୀଙ୍କ ଉପରେ ଇଡି ଚଢ଼ାଉକୁ ‘ଦମନମୂଳକ ରାଜନୀତି’ କହି ସମାଲୋଚନା କରିଛନ୍ତି। ଷ୍ଟାଲିନ୍‌ ଓମାଣ୍ଡୁରାର ଏଷ୍ଟେଟ୍‌ସ୍ଥିତ ତାମିଲନାଡୁ ସରକାରୀ ମଲ୍ଟି ସୁପର ସ୍ପେଶାଲିଟି ହସ୍ପିଟାଲରେ ନିଜ କ୍ୟାବିନେଟ୍‌ ସହଯୋଗୀ ବାଲାଜୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଇଡି ତଦନ୍ତ ନାମରେ ଡ୍ରାମା କରୁଛି। ଅଧିକାରୀମାନେ ବାଲାଜୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଷ୍ଟାଲିନ୍‌ ଅଭିଯୋଗ ଆଣିଛନ୍ତି। ସେହିପରି ବାଲାଜୀଙ୍କୁ ଗିରଫ ବେଳେ ଆବଶ୍ୟକ ପ୍ରକ୍ରିୟାର ଉପଯୁକ୍ତ ଅନୁସରଣ କରାଯାଇ ନ ଥିବା ଡିଏମ୍‌କେ କହିଛି। ବାଲାଜୀଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ସଙ୍କେତ ମିଳିଥିବା ରାଜ୍ୟର ମନ୍ତ୍ରୀ ପି.କେ. ସେକାର ବାବୁ ପ୍ରକାଶ କରିଛନ୍ତି। ହସ୍ପିଟାଲକୁ ନିଆଯାଉଥିବାବେଳେ ବାଲାଜୀ ଅସୁସ୍ଥ ହୋଇପଡ଼ି କାନ୍ଦୁଥିବା ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ବାଲାଜୀଙ୍କ କାନ ପାଖରେ ଫୁଲିଯାଇଛି। ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଡାକ୍ତର କହିଥିବା ସେକାର ବାବୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଡିଏମ୍‌କେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ (ଏସ୍‌ପିଏ) କେନ୍ଦ୍ରର ଭାଜପା ସରକାର ଏବଂ ଇଡି ଉପରେ ବର୍ଷିଛି। ଏହି ପ୍ରସଙ୍ଗରେ ଶୁକ୍ରବାର କୋଏମ୍ବାଟୁରରେ ବିଶାଳ ଜନସଭାର ଆୟୋଜନ କରାଯିବ ବୋଲି ଦଳ କହିଛି। ଏସ୍‌ପିଏ ନେତାଙ୍କ ସମେତ ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍‌. ଆଲାଗିରି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ସିପିଆଇ(ମାର୍କ୍ସବାଦୀ) ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ନେତାମାନେ ଏକ ମିଳିତ ବିବୃତିରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଜନବିରୋଧୀ ଆଖ୍ୟା ଦେଇଛନ୍ତି। ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କିଛି କରି ନ ଥିବା ସେମାନେ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ବିରୋଧୀ ଦଳ ନେତା ତଥା ଏଆଇଏଡିଏମ୍‌କେ ମୁଖ୍ୟ ଇ.କେ. ପାଲାନିସ୍ବାମୀ ନୈତକତା ଦୃଷ୍ଟିରୁ ବାଲାଜୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି। ରାଜ୍ୟ ଭାଜପା ସଭାପତି କେ.ଏ. ଆନ୍ନାମଲାଇ ଡିଏମ୍‌କେର ଅଭିଯୋଗକୁ ଖଣ୍ଡନ କରି କହିଛି, ଇଡି କାର୍ଯ୍ୟାନୁଷ୍ଠାନ ନିଯୁକ୍ତି ପାଇଁ ଟଙ୍କା ମାମଲାରେ ୫ ବର୍ଷ ଧରି ଚାଲିଥିବା ତଦନ୍ତର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri