Posted inଜାତୀୟ

୮ ଆଇପିଏସ୍‌ ଅଫିସରଙ୍କୁ ଇଡି ସମନ

କୋଲକାତା,୧୨।୮(ଆଇଏଏନ୍‌ଏସ୍‌):କୋଇଲା ଚୋରା କାରବାର ମାମଲା ସହ ସମ୍ପୃକ୍ତ ପଶ୍ଚିମବଙ୍ଗର ୮ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସରଙ୍କୁ ଜେରା ଲାଗି ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସମନ ଜାରି କରିଛି। ୮ ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ପୋଲିସ ସିଆଇଡି ଏବଂ ସ୍ପେଶାଲ ଟାସ୍କଫୋର୍ସ ଏଡିଜି ଜ୍ଞାନଓ୍ବନ୍ତ ସିଂ, ରାଜ୍ୟ ଗୋଇନ୍ଦା ବିଭାଗ ଏଡିଜି ରାଜୀବ ମିଶ୍ର, ଟ୍ରାଫିକ ବିଭାଗ ଡିଆଇଜି ସୁକେଶ କୁମାର ଜୈନ, ରାଜ୍ୟ ସିଭିଲ୍‌ ଡିଫେନ୍ସ ଡିଆଇଜି ଶ୍ୟାମ ସିିଂ, ପୁରୁଲିଆ ଏସ୍‌ପି ଏସ୍‌. ସେଲ୍‌ଭାମୁରୁଗାନ, ଦୁର୍ନୀତି ନିବାରଣ ବିଭାଗ ଏସ୍‌ପି କୋଟେଶ୍ୱର ରାଓ, ପଶ୍ଚିମବଙ୍ଗ ପୋଲିସ ନିଯୁକ୍ତି ବୋର୍ଡ ଏସ୍‌ପି ତଥାଗତ ବସୁ ଏବଂ କାଉଣ୍ଟର ଇନ୍‌ସର୍ଜେନ୍ସି ଫୋର୍ସ ଏସ୍‌ପି ଭାସ୍କର ମୁଖାର୍ଜୀ।
ରାଜ୍ୟରେ କୋଇଲା ଚୋରା କାରବାର ଶୀର୍ଷରେ ପହଞ୍ଚତ୍ଥିବାବେଳେ ଉପରୋକ୍ତ ଅଧିକାରୀମାନେ ସେଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବାର ନିର୍ଦ୍ଦିଷ୍ଟ ତଥ୍ୟ ଇଡି ହାତରେ ଲାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମ ବର୍ଦ୍ଧମାନ ଜିଲାର ଆସାନସୋଲ ଏବଂ ପୁରୁଲିଆ ଜିଲାର କିଛି ଅଞ୍ଚଳ କୋଇଲା ଦୁର୍ନୀତିର ପେଣ୍ଠସ୍ଥଳ ଥିଲା। ଉଭୟ ସିବିଆଇ ଏବଂ ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ ଚଳାଇଛି। ଏହି ମାମଲାରେ ପୂର୍ବରୁ ଟିଏମ୍‌ସି ଏମ୍‌ପି ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀ ରୁଜିରାଙ୍କୁ ଇଡି ଜେରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର...

ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ...

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ କଏନ୍‌ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍‌ ସିରିଜ ଲୋକାର୍ପିତ କରିଛନ୍ତି। ଏହି...

‘୨ରୁ ଅଧିକ ପିଲା ଥିବା ଦମ୍ପତିଙ୍କୁ ମତାଧିକାରରୁ ବଞ୍ଚିତ କରାଯାଉ’

ପାଟନା,୧୨।୭(ପି.ଟି.):ଜନସଂଖ୍ୟା ବୃ୍‌ଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର ଉଦ୍‌ବେଗ ପ୍ରକାଶ କରିବା ସହ ଯେଉଁମାନଙ୍କର ୨ରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ମତାଧିକାରରୁ ବଞ୍ଚିତ...

ଜାତୀୟ ଜଳମାର୍ଗ ବିଲ୍‌:ବିରୋଧ କରିଥିଲେ ଅଧିକାଂଶ ରାଜ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.):କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜାତୀୟ ଜଳମାର୍ଗ ବିଲ୍‌କୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ। ଏପରିକି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହା ସପକ୍ଷରେ ନ...

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା...

ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଗରେ, ଶିଗଗାଓଁ ହଟ ସିଟ୍‌ରେ କଂଗ୍ରେସ କେତେ ଭୋଟ ପଛରେ ଅଛି ଜାଣନ୍ତୁ…

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣନା ଚାଲିଛି। କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଥିବାବେଳେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ...

ନିର୍ଭୟା ମାମଲାର ଦୋଷୀଙ୍କୁ ଖୁବ୍‌ଶୀଘ୍ର ମିଳିପାରେ ଫାଶୀ: ତିହାର ଜେଲ୍‌ରେ ନାହାନ୍ତି ଘାତକ

ନୂଆଦିଲ୍ଲୀ,୩।୧୨: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ନିକଟରେ ଆଉ ଆଇନର ଆଶ୍ରୟ ନେବାକୁ କୌଣସି ବାଟ ନ ଥିବା ଜଣାପଡିଛି। ତେଣୁ ଏମାନଙ୍କ ଫାଶୀ...

Advertisement
Archives

Model This Week