ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ୱର(ବ୍ୟୁରୋ)/ଜଟଣୀ, ୧୨ା୮ (ଡି.ଏନ୍‌.ଏ.): ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍‌ତାଇ ଓ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ। ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍‌, ଟଙ୍କା ଆଦି ଲୁଟ୍‌ ଓ ବାଇକ୍‌ ଚୋରି କରିଥିବା ୩ ଲୁଟେରାଙ୍କୁ ଧରିଛି ଜଟଣୀ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମର ଗୁଡୁ ଓରଫ ରଘୁନାଥ ସେଠୀ (୨୨), ପିପିଲି ଥାନା ଅଧୀନ ବଡକଣ୍ଟି ଅଞ୍ଚଳର ଜଗନ ଓରଫ ଜଗଦୀଶ ସାମନ୍ତରାୟ (୨୭) ଏବଂ ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହି ଅଞ୍ଚଳର ବବଲୁ ଓରଫ ସୟଦ ସୈଫ ଅଲି (୨୭)। ଏମାନଙ୍କଠାରୁ ୩ଟି ମୋବାଇଲ୍‌, ୪ ବାଇକ୍‌ ଜବତ ହୋଇଛି। ଏଥିରେ ଗୋଟିଏ ବାଇକ୍‌ ନମ୍ବରବିହୀନ ରହିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୨୮୦/୨୨) ରୁଜୁକରି ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଗୁଡୁଙ୍କ ନଁାରେ ଜଟଣୀ, ଖୋର୍ଦ୍ଧା ଜିଆର୍‌ପି, ଖୋର୍ଦ୍ଧା, ଭରତପୁର, ଚନ୍ଦକା ଓ ଡେଲାଙ୍ଗ ଥାନାରେ ମୋଟ୍‌ ୮ଟି ମାମଲା ରହିଛି। ସେହିପରି ଜଗନଙ୍କ ନାମରେ ଜଟଣୀ ଓ ପିପିଲି ଥାନାରେ ୪ ଏବଂ ବବଲୁଙ୍କ ନାମରେ ଜଟଣୀ ଓ ଖୋର୍ଦ୍ଧା ଥାନାରେ ୨ଟି ଚୋରି, ଲୁଟ୍‌ ଓ ଅନେକ ଆପରାଧିକ ମାମଲା ରହିଛି। ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ଅପରାଧରେ ସମ୍ପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁସାରେ କାଯର୍‌ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି। ଏଥିସହ ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସାମିଲ ଅଛନ୍ତି ତାହାର ଖୋଲତାଡ଼ କରୁଛି ଜଟଣୀ ପୋଲିସ। ସୂଚନା ମୁତାବକ, ଗତ ୬ ତାରିଖ ସନ୍ଧ୍ୟାରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ରାଜେନ୍ଦ୍ର ବେହେରା ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଶରତ ପାଇକରାୟ ଖେଳପଡ଼ିଆ ରାସ୍ତାରେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି ହଠାତ୍‌ ରାଜେନ୍ଦ୍ରଙ୍କ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ରାଜେନ୍ଦ୍ରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଚଳାଇବା ସହ ଉପରୋକ୍ତ ୩ ଲୁଟେରାଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ବାଡ଼ିରୁ କାଟିନେଲେ ଚନ୍ଦନ ଗଛ

ଦାରିଙ୍ଗବାଡି,୧୪।୮(ଡି.ଏନ୍‌.ଏ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ଚନ୍ଦନ କାଠ ଚୋର ସକ୍ରିୟ ହେବାରେ ଲାଗିଛନ୍ତି। ଉକ୍ତ ବନାଞ୍ଚଳର ଶ୍ରାନିକେତା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ବାଡ଼ିରେ...

ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ...

ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ।...

ବଇଣ୍ଡାରେ ଚନ୍ଦନ ଯାତ୍ରା : ୪୦ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ

ବଇଣ୍ଡା,୨୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ୪୨ ତମ ବଇଣ୍ଡା ଚନ୍ଦନ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ନିୟମ ଅନୁସାରେ ଯାତ୍ରା...

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ...

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ...

ଖୋଲିପାରେ ୬ଷ୍ଠରୁ ୮ମ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ଷଷ୍ଠରୁ ଅଷ୍ଟମ...

ଢିଲା ସୁରକ୍ଷା, ବର୍ଷକରେ ଥାନାରୁ ୯ ଫେରାର

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଦିନକୁ ଦିନ କ୍ରମଶଃ ଅପରାଧ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତୀକରଣ କରାଯାଉଛି। ଏପରି କି ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର...

Advertisement
Archives

Model This Week