ଛତ୍ରପୁରରେ ମହୋତ୍ସବ, ଗଞ୍ଜାମ ସହରରେ କେବେ? ପ୍ରଶାସନ-ରାଜନେତାଙ୍କ ଇଛା ଶକ୍ତି ଅଭାବ ପରିଲକ୍ଷିତ

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ହେଡ଼କ୍ୱାର୍ଟର ଛତ୍ରପୁର ଷ୍ଟାଡିୟମଠାରେ ପାଞ୍ଚ ଦିନ ଧରି ଛତ୍ରପୁର ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଥିଲା l ଏହା ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଥିଲା। ଛତ୍ରପୁର ଠାକୁରାଣୀ ଯାତ୍ରା ପରେ ଏହି ମହୋତ୍ସବ ହୋଇଥିତ୍ଲା l ତେବେ ଏମିତି ମହୋତ୍ସବ ଗଞ୍ଜାମ ସହରରେ କେବେ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି l ପ୍ରଶାସନ ଓ ବିଭିନ୍ନ ରାଜନେତାଙ୍କ ଇଛା ଶକ୍ତି ଅଭାବ ଥିବା ସହରରେ ଆଲୋଚନା ଜୋର ଧରିଛି l

ଗତ କିଛି ମାସ ତଳେ ରାଜ୍ୟ ଷ୍ଟେଜ ପୋଗ୍ରାମ ବ୍ରେକ ଦା ଫ୍ଲୋର ଷ୍ଟେଜ ଶୋ’ ସହରର କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ବନ୍ଦ ହୋଇଯାଇଥିଲା l ଷ୍ଟେଜ ପଡି ସାରିଥିବାବେଳେ ପୋଲିସ ଓ ପ୍ରଶାସନ ଉପରେ ସହର କିଛି କୁଚକ୍ରୀ ବ୍ୟକ୍ତିଙ୍କ ପାଇଁ ତାହା ବନ୍ଦ ହୋଇ ଯାଇଥିଲା l ଅଧିକ ଖର୍ଚ୍ଚ କରି ଆୟୋଜକ ବ୍ରହ୍ମପୁରରେ ଉକ୍ତ କାର୍ଯ୍ୟକ୍ରମ କରିଥିଲେ l ସେହିପରି ପୋତାଗଡ଼ ମହୋତ୍ସବ ମଧ୍ୟ କିଛି ବ୍ୟକ୍ତିଙ୍କ ପାଇଁ ବନ୍ଦ ରହିଛି l କାଳେ ଉକ୍ତ କୁଚକ୍ରୀ ବ୍ୟକ୍ତିମାନଙ୍କ ପତିଆରା କମିଯିବା ଭୟରେ ଏଭଳି ହେଉଥିବା ବୁଦ୍ଧିଜୀବି ମହାଲରେ ମତ ପ୍ରକାଶ ପାଇଛି l ଅନ୍ୟପଟେ ଗତ କିଛି ଦିନ ତଳେ ବ୍ଲକସ୍ତରୀୟ ନାଟକ ପ୍ରତିଯୋଗିତାରେ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ଅଂଶ ଗ୍ରହଣ ପାଇଁ ଷ୍ଟାଡିୟମରେ ନାଟକ ଅଭ୍ୟାସ କରୁଥିବା ମଧ୍ୟ ହଇରାଣ କରାଯାଇଥିଲା l ଏଭଳି ଆଉ କେତେ ଦିନ ଗଞ୍ଜାମ ସହରବାସୀଙ୍କୁ ଅନ୍ଧାରରେ ରଖାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?