Posted inଜାତୀୟ

ଅର୍ପିତା ସମ୍ପୃକ୍ତ ଥିବା ୩ କମ୍ପାନୀ ଉପରେ ଇଡି ଚଢ଼ାଉ

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ବିପୁଳ ପରିମାଣର ସୁନା ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ୩ଟି କମ୍ପାନୀ ଉପରେ ଚଢ଼ାଉ କରିଛି। ଏହି କମ୍ପାନୀ ସହ ଅର୍ପିତା ସମ୍ପୃକ୍ତ ଥିବା କୁହାଯାଉଛି। କମ୍ପାନୀଗୁଡ଼ିକ ହେଲା କୋଲକାତାର ସିମ୍ବିଓସିସ୍‌ ମର୍ଚ୍ଚାଣ୍ଟସ୍‌ ପ୍ରା.ଲିଃ, ସେଣ୍ଟ୍ରି ଇଞ୍ଜିନିୟରିଂ ପ୍ରା.ଲିଃ ଏବଂ ଅର୍ପିତା ଇଚ୍ଛାଏ ଇଣ୍ଟରଟେନମେଣ୍ଟ ପ୍ରା.ଲିଃ। ପାର୍ଥଙ୍କ ଘନିଷ୍ଠ ହେବା ପରେ ଅର୍ପିତାଙ୍କୁ ଉକ୍ତ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି କମ୍ପାନୀଗୁଡ଼ିକରେ କଲ୍ୟାଣ ଧର୍‌ ନିର୍ଦ୍ଦେଶକ ରହିବା ସହ ଅର୍ପିତାଙ୍କ ବିଜ୍‌ନେସ ପାର୍ଟନର ଅଛନ୍ତି।
ସୂଚନାଯୋଗ୍ୟ, ଇଡି ଚଢ଼ାଉ ବେଳେ ଅର୍ପିତାଙ୍କ ଦକ୍ଷିଣ କୋଲକାତାର ଟଲିଗଞ୍ଜ ଘରୁ ୨୧.୯ କୋଟି ନଗଦ ଟଙ୍କା, ୫୪ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା, ୭୪ ଲକ୍ଷ ଟଙ୍କାର ଅଳଙ୍କାର ମିଳିଥିଲା। ପରେ ବେଲଘୋରିଆସ୍ଥିତ ଘରୁ ୨୭.୯ କୋଟି ନଗଦ ଟଙ୍କା, ୪.୩ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ ହୋଇଥିଲା। ତେବେ ଏତେ ଟଙ୍କା ଘରେ ଗଚ୍ଛିତ ରହିବା ସମ୍ପର୍କରେ ଅର୍ପିତା କିଛି ଜାଣି ନ ଥିବା ଗୁରୁବାର ଇଡିକୁ କହିଛନ୍ତି। ପାର୍ଥ ଚାଟାର୍ଜୀ ଉକ୍ତ ଘରକୁ ତାଲା ପକାଇ ରଖିଥିଲେ ବୋଲି ଅର୍ପିତା ଜେରା ବେଳେ କହିଥିବା ଜଣାପଡ଼ିଛି।

ମୋତେ ଫସାଇଦିଆଯାଇଛି
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦାହେବା ଓ ତୃଣମୂଳ କଂଗ୍ରେସରୁ ନିଲମ୍ବନ ହେବା ପରେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସ୍କୁଲ୍‌ରେ ନିଯୁକ୍ତି ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା ଶୁକ୍ରବାର ପାର୍ଥ କହିଛନ୍ତି। ତେବେ କିଏ ଷଡ଼ଯନ୍ତ୍ର କରିଛି, ସେ ନେଇ ପାର୍ଥ କୌଣସି ସୂଚନା ଦେଇନାହାନ୍ତି। ଜେଲ୍‌ରେ ଥିବା ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇଏସ୍‌ଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍‌, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...

ପୁଣି ବଢ଼ିଲା ସିଏନ୍‌ଜି ଦର, ୬ ଦିନରେ ୩ ଥର…

ନୂଆଦିଲ୍ଲୀ,୭।୪: ଦୈନିକ ବଢ଼ିବାରେ ଲାଗିଲାଣି ସିଏନ୍‌ଜି ଦର। ବୁଧବାର ଭଳି ଗୁରୁବାର ଦିଲ୍ଲୀରେ ସିଏନ୍‌ଜିର କେଜି ପିଛା ଦାମ ୨.୫ ଟଙ୍କା ମହଙ୍ଗା ହୋଇଛି। ଚଳିତ...

ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧୁ ନେଇପାରନ୍ତି ବଡ ପଦକ୍ଷେପ

ଚଣ୍ଡିଗଡ଼,୫ ।୨: ପଞ୍ଜାବର ଶାସକ କଂଗ୍ରେସ ଦଳ ମଧ୍ୟରେ ଲାଗି ରହିଥିବା ଅନ୍ତଃ କଳହ ତୁଟିବାର ନାଁ ନେଉନି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା...

ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର

ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍‌ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍‌ଫରେନ୍ସିଂ...

ବୁଧବାର ଶେଷ ହୋଇପାରେ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ, ୨୦ା୯: ଲୋକ ସଭାର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩ ଜଣ ଏମ୍‌ପି କୋଭିଡ୍‌-୧୯ ପଜିଟିଭ ହେବା ପରେ ଅଧିବେଶନକୁ ବୁଧବାର ବନ୍ଦ...

ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ

ଭାଗଲପୁର(ବିହାର),୫ା୩ (ପି.ଟି.): ବିହାରର ଭାଗଲପୁର ଜିଲାରେ ଏକ ବେଆଇନ ବାଣ କାରଖାନାରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା...

କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ...

ଭାରତରେ ପହଞ୍ଚିଲେ କ୍ଲିଣ୍ଟନ

ନୂଆଦିଲ୍ଲୀ,୨୮।୭: ଆମେରିକାର ବେଅଦେଶିକ ମନ୍ତ୍ରୀ ଆଣ୍ଟୋନୀ କ୍ଲିଣ୍ଟନ ଦୁଇ ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୁଧବାର ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ...

Advertisement
Archives

Model This Week