Posted inଜାତୀୟ

ଅର୍ପିତା ସମ୍ପୃକ୍ତ ଥିବା ୩ କମ୍ପାନୀ ଉପରେ ଇଡି ଚଢ଼ାଉ

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ବିପୁଳ ପରିମାଣର ସୁନା ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ୩ଟି କମ୍ପାନୀ ଉପରେ ଚଢ଼ାଉ କରିଛି। ଏହି କମ୍ପାନୀ ସହ ଅର୍ପିତା ସମ୍ପୃକ୍ତ ଥିବା କୁହାଯାଉଛି। କମ୍ପାନୀଗୁଡ଼ିକ ହେଲା କୋଲକାତାର ସିମ୍ବିଓସିସ୍‌ ମର୍ଚ୍ଚାଣ୍ଟସ୍‌ ପ୍ରା.ଲିଃ, ସେଣ୍ଟ୍ରି ଇଞ୍ଜିନିୟରିଂ ପ୍ରା.ଲିଃ ଏବଂ ଅର୍ପିତା ଇଚ୍ଛାଏ ଇଣ୍ଟରଟେନମେଣ୍ଟ ପ୍ରା.ଲିଃ। ପାର୍ଥଙ୍କ ଘନିଷ୍ଠ ହେବା ପରେ ଅର୍ପିତାଙ୍କୁ ଉକ୍ତ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି କମ୍ପାନୀଗୁଡ଼ିକରେ କଲ୍ୟାଣ ଧର୍‌ ନିର୍ଦ୍ଦେଶକ ରହିବା ସହ ଅର୍ପିତାଙ୍କ ବିଜ୍‌ନେସ ପାର୍ଟନର ଅଛନ୍ତି।
ସୂଚନାଯୋଗ୍ୟ, ଇଡି ଚଢ଼ାଉ ବେଳେ ଅର୍ପିତାଙ୍କ ଦକ୍ଷିଣ କୋଲକାତାର ଟଲିଗଞ୍ଜ ଘରୁ ୨୧.୯ କୋଟି ନଗଦ ଟଙ୍କା, ୫୪ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା, ୭୪ ଲକ୍ଷ ଟଙ୍କାର ଅଳଙ୍କାର ମିଳିଥିଲା। ପରେ ବେଲଘୋରିଆସ୍ଥିତ ଘରୁ ୨୭.୯ କୋଟି ନଗଦ ଟଙ୍କା, ୪.୩ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ ହୋଇଥିଲା। ତେବେ ଏତେ ଟଙ୍କା ଘରେ ଗଚ୍ଛିତ ରହିବା ସମ୍ପର୍କରେ ଅର୍ପିତା କିଛି ଜାଣି ନ ଥିବା ଗୁରୁବାର ଇଡିକୁ କହିଛନ୍ତି। ପାର୍ଥ ଚାଟାର୍ଜୀ ଉକ୍ତ ଘରକୁ ତାଲା ପକାଇ ରଖିଥିଲେ ବୋଲି ଅର୍ପିତା ଜେରା ବେଳେ କହିଥିବା ଜଣାପଡ଼ିଛି।

ମୋତେ ଫସାଇଦିଆଯାଇଛି
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦାହେବା ଓ ତୃଣମୂଳ କଂଗ୍ରେସରୁ ନିଲମ୍ବନ ହେବା ପରେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସ୍କୁଲ୍‌ରେ ନିଯୁକ୍ତି ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା ଶୁକ୍ରବାର ପାର୍ଥ କହିଛନ୍ତି। ତେବେ କିଏ ଷଡ଼ଯନ୍ତ୍ର କରିଛି, ସେ ନେଇ ପାର୍ଥ କୌଣସି ସୂଚନା ଦେଇନାହାନ୍ତି। ଜେଲ୍‌ରେ ଥିବା ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇଏସ୍‌ଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri