ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ର ତଥ୍ୟରେ ଇଡି ଅସନ୍ତୁଷ୍ଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ଥିବାବେଳେ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଧିକ ତଦନ୍ତ କରାଯାଉଛି। ବୁଧବାର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଭିଡିଓ କଲ୍‌ ମାଧ୍ୟମରେ କୋର୍ଟଙ୍କ ନିକଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ରକୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ (ସିଏଫ୍‌ଏସ୍‌ଏଲ୍‌)କୁ ପଠାଇ ଯାଞ୍ଚ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି। ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଏହି ଡିଜିଟାଲ ପ୍ରମାଣପତ୍ରର ଯାଞ୍ଚରେ ମିଳିଥିବା ତଥ୍ୟରେ ଇଡି ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ତେଣୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ରେ ଏହି ପ୍ରମାଣପତ୍ରର ଅଧିକ ଯାଞ୍ଚ କରାଗଲେ ବେଆଇନ ଅର୍ଥ କାରବାରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ଇଡି ଆଶା ରଖିଛି। କୋର୍ଟ ଏନେଇ ଇଡିକୁ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଗାମୀ ୨୪ ତାରିଖରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର କୋର୍ଟଙ୍କ ନିକଟରେ ହାଜର ହେବାର ରହିଛି।

ଗିରଫବେଳେ ଅର୍ଚ୍ଚନାଙ୍କ ଘରୁ ୪ରୁ ଅଧିକ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌ ଓ ଖଗେଶ୍ୱରଙ୍କ ପାଖରୁ ୨ରୁ ଅଧିକ ମୋବାଇଲ କମିଶନରେଟ ପୋଲିସ ଜବତ କରିଥିଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ତେବେ ଏହି ଡିଜିଟାଲ ପ୍ରମାଣପତ୍ରର ତଥ୍ୟ ହସ୍ତାନ୍ତର ପାଇଁ ଇଡି ପକ୍ଷରୁ ଚିଠି ଲେଖାଯାଇଥିଲା। ବିଳମ୍ବ ହେବାରୁ କୋର୍ଟ ଇଡିକୁ ଏହି ଡିଜିଟାଲ ପ୍ରମାଣପତ୍ର ରିପୋର୍ଟକୁ ହସ୍ତାନ୍ତର କରିବାକୁ ଷ୍ଟେଟ୍‌ ଫୋରେନ୍‌ସିକ ଲାବ୍‌କୁ ନିର୍ଦ୍ଦେଶ ଦେଇଥିଲା। ପରବର୍ତ୍ତୀ ସମୟରେ ଇଡି ଏସବୁ ଡିଜିଟାଲ ରିପୋର୍ଟ ପାଇଥିଲେ ମଧ୍ୟ ସେପରି କିଛି ନ ଥିବାରୁ ସନ୍ଦେହ ଉପୁଜିଛି।

ଇଡି ଏହି ୩ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବରୁ ଅର୍ଚ୍ଚନାଙ୍କ ଏକ ଦାମୀ କାର୍‌କୁ ଜବତ କରିଥିଲା ଇଡି। ସୋମବାର ସତ୍ୟବିହାରସ୍ଥିତ ଆଲିଶାନ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ସେହିପରି ଅର୍ଚ୍ଚନାଙ୍କ ସମେତ ଖଗେଶ୍ୱରଙ୍କ ସମ୍ପତ୍ତି ମଧ୍ୟ ଆଟାଚ୍‌ କରିବାକୁ ଇଡି ଜୋର୍‌ଦାର ପ୍ରୟାସ ଜାରି ରଖିଛି। ସେପଟେ ଅର୍ଚ୍ଚନାଙ୍କ ପକ୍ଷରୁ କିଛିଦିନ ତଳେ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ରାୟ ନିକଟରେ ଆସିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଅଟକି ପିଲା, ସାଧାରଣ ଲୋକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଶର୍ମିଷ୍ଠା ପାଣିଗ୍ରାହୀ) – ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସାଧାରଣ ଜନତାଙ୍କ ସହ ମିଶୁଛନ୍ତି। ସମସ୍ୟା ବୁଝି ସମାଧାନ...

୧୭ରୁ ବଢ଼ିବ ବର୍ଷା

ଭୁବନେଶ୍ୱର, ୧୪।୬(ଅସମାପିକା ସାହୁ) – ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ଅଧିକ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସହ୍ୟ ହେଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହିଭଳି...

ଇଡି,ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇପାରିବ ନାହିଁ: ତାରା

ଭୁବନେଶ୍ୱର,୧୪ା୬-ଆଗାମୀ ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇ ପାରିବ ନାହିଁ...

ଓଏଚ୍‌ପିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର,୧୪ା୬(ଅନିଲ ଦାସ)-ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଅଧ୍ୟକ୍ଷ ପଦରୁ ସୁରେଶ ଚନ୍ଦ୍ର ମହାପାତ୍ର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ...

ଜୁଲାଇ ୧ରୁ ନୂଆ ଆପରାଧିକ ଆଇନ, ହଟିବ ବ୍ରିଟିଶ ଆଇନ

ଭୁବନେଶ୍ୱର,୧୪ା୬(ସତ୍ୟଜିତ୍‌ ରାଉତ): ଆସନ୍ତା ଜୁଲାଇ ୧ରୁ ଦେଶରେ ୩ ନୂଆ ଆପରାଧିକ ଆଇନ ଲାଗୁ ହେବ। ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ...

ବିଧାନସଭାରେ କେମିତି ନିର୍ବାଚିତ ହୁଅନ୍ତି ବାଚସ୍ପତି, ଜାଣନ୍ତୁ…

ଭୁବନେଶ୍ୱର,୧୪।୬: ୨୪ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ଭାଜପା କ୍ଷମତାସୀନ ହୋଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ...

କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri