ସଙ୍କଟରେ ଚାଇନାର ଏକଚ୍ଛତ୍ରବାଦ

ନିକଟ ଅତୀତ ଯାଏ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଙ୍କ କୋଭିଡ୍‌ ନିୟନ୍ତ୍ରଣ ନୀତିକୁ ପ୍ରଶଂସା କରିବା ସହ ତାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଆସିଥିଲେ। ଚାଇନା ଭଳି ଏକଚ୍ଛତ୍ରବାଦୀ ତଥା ଏକ ଦଳୀୟ ଶାସିତ ଦେଶ ସ୍ବାର୍ଥବାଦୀ ରାଜନେତା ଏବଂ ଅସ୍ଥିର ମତଦାତାଙ୍କ ଅବ୍ୟବସ୍ଥିତ ଗଣତନ୍ତ୍ରଗୁଡ଼ିକ ତୁଳନାରେ କୋଭିଡ ମାହାମାରୀ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସେ ପ୍ରତିପାଦିତ କରିଥିଲେ। ୨୦୨୦ରେ ଅନେକ ହଜାର ଆମେରିକୀୟଙ୍କର କୋଭିଡ୍‌ରେ ମୃତ୍ୟୁ ଘଟୁଥିଲାବେଳେ ଜିନ୍‌ପିଙ୍ଗ୍‌ଙ୍କ କଥା ସେତେବେଳେ ଅନେକଙ୍କୁ ବିଶ୍ୱସନୀୟ ମନେହୋଇଥିଲା। ଏହି ସମୟରେ ଜିନ୍‌ପିଙ୍ଗ୍‌ କଠୋର ମହାମାରୀ କଟକଣା ଜାରି କରି ପ୍ରାୟତଃ ସାରା ଦେଶରେ ଲକ୍‌ଡାଉନ ଲାଗୁ କରିଥିଲେ। ଲୋକମାନଙ୍କୁ ସଙ୍ଗରୋଧ ଶିବିରରେ ରହିବାକୁ ବାଧ୍ୟ କରିଥିଲେ।
କିଛି ସମୟ ପାଇଁ ଏହି କଠିନ ଶାସନ ଅନ୍ୟ ଦେଶଗୁଡ଼ିକ ତୁଳନାରେ କୋଭିଡ୍‌ ମୃତ୍ୟୁକୁ କମାଇବା (ଯଦିଓ ମୃତ୍ୟୁକୁ ନେଇ ଚାଇନା ସରକାରଙ୍କ ତଥ୍ୟ ପୂରା ଅବିଶ୍ୱସନୀୟ ରହିଥିଲା) ଦେଖାଯାଇଥିଲା। କିନ୍ତୁ କୋଭିଡ୍‌ ନିୟନ୍ତ୍ରଣ ରଣନୀତି ଚାଇନାର ଅତ୍ୟଧିକ ଆର୍ଥିକ କ୍ଷତି ଲୋକମାନଙ୍କୁ ଏଭଳି ଦୁର୍ଦ୍ଦଶାକୁ ଠେଲି ଦେଇଥିଲା ଯେ, ଅନେକେ ଶେଷରେ ରାସ୍ତାକୁ ଓହ୍ଲାଇଥିଲେ। ତଥାପି ଲୋକଙ୍କ ଜୀବନ ରକ୍ଷା କରିବା ଲାଗି ଯାହା ଦରକାର ତାହା କରୁଛନ୍ତି ବୋଲି ଶି ଦାବି କରିଥିଲେ। ପରେ ଗତ ବର୍ଷ ଶେଷାର୍ଦ୍ଧରେ, ଚାଇନାର ସବୁଆଡେ ସହରଗୁଡ଼ିକରେ ଯେତେବେଳେ ପ୍ରତିବାଦ ଦେଖାଦେଲା ସେତେବେଳେ କୋଭିଡ୍‌ ଯୁଦ୍ଧ ହଠାତ୍‌ ବନ୍ଦ କରାଗଲା ବୋଲି ଘୋଷଣା କରାଗଲା। ତା’ପରେ ଲକ୍‌ଡାଉନ୍‌ ଏପରିକି ନିୟମିତ ପିସିଆର୍‌ ଟେଷ୍ଟ ବନ୍ଦ ହୋଇଗଲା। ଗତବର୍ଷର ଅଭୂତପୂର୍ବ ପ୍ରତିବାଦ ପରେ କୋଭିଡ୍‌-୧୯ କ୍ଷତିକାରକ ନୁହେଁ ବୋଲି ଚାଇନା ବିଚାର କରୁଥିଲା। କିନ୍ତୁ ପରିଣାମ ଏବେ ଭୟଙ୍କର ହେଲା। ଶି’ଙ୍କ ନୀତିରେ ହଠାତ୍‌ ପରିବର୍ତ୍ତନ ଏବଂ ଚାଇନା ନିର୍ମିତ ଦୁର୍ବଳ ଟିକା ନେବା ହାର କମ୍‌ ରହିବା କାରଣରୁ ଏବେ ପ୍ରତିଦିନ ପାଖାପାଖି ୯,୦୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ଡିସେମ୍ବର ପ୍ରାରମ୍ଭରେ କୋଭିଡ୍‌ କଟକଣା ଉଠିଯିବା ପରେ ୧୮.୬ ମିଲିୟନ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସ୍ଥିତି ଆହୁରି ଖରାପ ହୋଇପାରେ।
ଏହିସବୁ ଘଟଣାଗୁଡ଼ିକୁ ଲକ୍ଷ୍ୟ କଲେ ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ କଥା ଉଚିତ ମନେହୁଏ। ୧୯୮୩ରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଖାଦ୍ୟାଭାବରୁ ଦୁର୍ଭିକ୍ଷ ହୁଏ ନାହିଁ ବରଂ ତଥ୍ୟ ଓ ରାଜନୈତିକ ଦାୟିତ୍ୱବୋଧ ଅଭାବରୁ ଏହା ଘଟିଥାଏ। ଉଦାହରଣସ୍ବରୂପ,ରାଜନୈତିକ ଦାୟିତ୍ୱବୋଧ ଅଭାବରୁ ବ୍ରିଟିଶ ଶାସନ ଅମଳରେ ୧୯୪୩ ବଙ୍ଗ ଦୁର୍ଭିକ୍ଷ ଥିଲା ଭାରତର ସବୁଠାରୁ ଦୁଃଖଦାୟକ। ହେଲେ ଭାରତ ସ୍ବାଧୀନତା ପାଇବା ପରେ ଦେଶରେ ସ୍ବାଧୀନ ଗଣମାଧ୍ୟମ ଓ ଗଣତାନ୍ତ୍ରିକ ସରକାର ତ୍ରୁଟିପୂର୍ଣ୍ଣ ଥିଲେ ମଧ୍ୟ ସମାନ ପ୍ରକାର ବିପର୍ଯ୍ୟକୁ ଦୂର କରିପାରିଲେ। ତେବେ ସେନ୍‌ଙ୍କ ମନ୍ତବ୍ୟ ସେବେଠାରୁ ଗଣତନ୍ତ୍ରରେ ସ୍ବୀକୃତ ମତ ଭାବେ ରହିଆସିଛି। ସେନ୍‌ ସୂଚିତ କରିଥିଲେ ଯେ,ଏକ କାର୍ଯ୍ୟରତ ଗଣତନ୍ତ୍ରରେ କେବେ ବି ଦୁର୍ଭିକ୍ଷ ଦେଖାଯାଇନାହିଁ। ଏବେ ଗଣତନ୍ତ୍ରରେ ନୁହେଁ ବରଂ ଗଣତନ୍ତ୍ରର ଆଢୁଆଳରେ ଏକଚ୍ଛତ୍ରବାଦରେ କ୍ଷତି ହେବା ସ୍ପଷ୍ଟ ହେଉଛି। ଚାଇନାର ଏକ ଦଳୀୟ ବ୍ୟବସ୍ଥା ଏବଂ ବିଶେଷକରି ଜଣେ ବ୍ୟକ୍ତିଙ୍କ ଶାସନ ଏକଚ୍ଛତ୍ର ରାଷ୍ଟ୍ରବାଦକୁ ସାବ୍ୟସ୍ତ କରେ ଯାହା ଫାଶୀବାଦ ସିଦ୍ଧାନ୍ତ ଉପରେ ଆଧାରିତ। ଯେଉଁଠି ହିଟଲରଙ୍କ ଭଳି ଜଣେ ନେତା ଶେଷ ନିଷ୍ପତ୍ତି ନେଇଥାନ୍ତି ଓଏହା ଏବେ କ୍ଷତିର କାରଣ ହୋଇଛି।
ସମ୍ଭବତଃ, ଜଣଙ୍କ ଦ୍ୱାରା ବ୍ୟବସ୍ଥାରେ ସମସ୍ତ ନିଷ୍ପତ୍ତି ନିଆଯାଉଥିବା ଏକଚ୍ଛତ୍ରବାଦର କିଛି ଲାଭ ଥାଇପାରେ। ଉପରୁ ତଳ ଯାଏ ନିଆଯାଉଥିବା ନିଷ୍ପତ୍ତିଗୁଡ଼ିକ ବହୁ ସମୟରେ ଯୋଗ୍ୟ ଟେକ୍‌ନୋକ୍ରାଟଙ୍କ ଦ୍ୱାରା ଲାଗୁ କରାଯାଇଥାଏ। ଏଭଳି ପ୍ରକ୍ରିୟାରେ ମାତ୍ର କେଇଟା ବର୍ଷ ମଧ୍ୟରେ ଚାଇନା ରେଲଓ୍ବେରେ ଦ୍ରୁତ ଅଗ୍ରଗତି, ଆକର୍ଷଣୀୟ ତଥା ବ୍ୟୟବହୁଳ ରାଜପଥ, ଉକତ୍ୃଷ୍ଟ ବିମାନବନ୍ଦର ଗଢିବାରେ ସକ୍ଷମ ହୋଇପାରିଛି। କମ୍ୟୁନିଷ୍ଟ ପାର୍ଟି ଶାସନରେ ଥିବାରୁ ସାର୍ବଜନୀନ ମତ କିମ୍ବା ସଂସଦୀୟ ବିତର୍କ ଭଳି ବାଧା ଏହାର ବାଟରେ ବାଧା ସୃଷ୍ଟି କରିପାରିନାହିଁ। କିନ୍ତୁ ବାସ୍ତବରେ ଯେତେବେଳେ ଭୂମିକମ୍ପ, ମହାମାରୀ ଭଳି ଏକ ସଙ୍କଟ ଆସେ ସେତେବେଳେ ଏକଚ୍ଛତ୍ରବାଦ ନିଷ୍ପତ୍ତିଭିତ୍ତିକ ଶାସନର ଦୁର୍ବଳତା ପ୍ରକାଶ ପାଏ। ସେଥିପାଇଁ ଏକଚ୍ଛତ୍ରବାଦୀ ଶାସକମାନଙ୍କୁ ଲୁଚିବାକୁ କିମ୍ବା ପରିସଂଖ୍ୟାନକୁ ଅତିରଞ୍ଜିତ କରି କହିବା ଦରକାର ପଡ଼େ ଏବଂ ଉହାନର ଡାକ୍ତର ଲି ଓ୍ବେନଲିଆଙ୍ଗ ଭଳି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ପଡ଼େ। ଲି ପ୍ରଥମେ କୋଭିଡ୍‌-୧୯ ବିପଦ ସମ୍ପର୍କରେ ୨୦୧୯ରେ ସୂଚିତ କରିଥିଲେ। ତେବେ ୨୦୨୦ ପ୍ରାରମ୍ଭରେ ତାଙ୍କର ମୃତ୍ୟୁ ହେବା ପୂର୍ବରୁ ଭୁଲ୍‌ ତଥ୍ୟ ପ୍ରଚାର କରିଥିବା ଅଭିଯୋଗ କରାଯାଇ ତାଙ୍କୁ ସାଧାରଣରେ ନିନ୍ଦିିତ କରାଯାଇଥିଲା।
ଅନ୍ୟପକ୍ଷରେ ଗଣତନ୍ତ୍ର ରାଷ୍ଟ୍ର ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ହାରିଯିବାର ଭୟ ଟ୍ରମ୍ପ୍‌ଙ୍କୁ ଅଧିକ ଅର୍ଥ ଟିକା ଗବେଷଣା ଓ ବିକାଶରେ ନିବେଶ କରିବାକୁ ବାଧ୍ୟ କରିଥିଲା। ବିପର୍ଯ୍ୟୟ ମୁକାବିଲାରେ କିମ୍ବା ମହାମାରୀ ପ୍ରତି ଗଣତାନ୍ତ୍ରିକ ପ୍ରତିକ୍ରିୟା ଯାହା ରହିବା କଥା ତାହା ହୋଇଛି। ଗଣମାଧ୍ୟମ ଓ ଜନସାଧାରଣ ସତର୍କତାର ସହ ସରକାରୀ ତଥ୍ୟକୁ ନିରୀକ୍ଷଣ କରିଥିଲେ, ଅଧିକ ଲୋକ ଟିକା ନେଇଥିଲେ ଏବଂ ଆମେରିକା ଭଳି ଅନ୍ୟ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ଧୀରେ ଧୀରେ କଟକଣା ମୁକ୍ତ କରି ସାଧାରଣ ସୁରକ୍ଷାରେ ସେମାନଙ୍କ ବିଜ୍‌ନେସକୁ ଯିବାକୁ ଲାଗି ସକ୍ଷମ କରିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ରାଜନୈତିକ ଓ ସାର୍ବଭୌମତ୍ୱ କ୍ଷମତାରେ ଶି’ଙ୍କ ଆକାଂକ୍ଷା ଥିବାରୁ ଚାଇନାର ଅତ୍ୟଧିକ କ୍ଷତି ଘଟିଲା। କ୍ଷମତାରେ କମ୍ୟୁନିଷ୍ଟ ପାର୍ଟି ତାହାର ଏକଚାଟିଆ ମନୋଭାବ ସିଦ୍ଧ କରିବାକୁ ତ୍ରୁଟି କରୁ ନ ଥିବା ବାହାନା କରିଆସିଛି, ଯେଉଁଥିପାଇଁ ଏହାର ତ୍ରୁଟିକୁ ଦାୟୀ କରିବା ସମ୍ଭବ ହେଉନାହିଁ। ଏବେ ବି ୧୯୫୦ ଦଶନ୍ଧିର ଦେଶବ୍ୟାପୀ ଦୁର୍ଭିକ୍ଷ ପାଇଁ ମାଓ ଜେଡଙ୍ଗଙ୍କ ଆର୍ଥିକ ଓ ସାମାଜିକ ଅଭିଯାନ(ଗ୍ରେଟ ଲିପ୍‌ ଫରଓ୍ବାଡ)କୁ ଦାୟୀ କରାଯିବା ପରିବର୍ତ୍ତେ ବହୁ ସମୟରେ ଖରାପ ପାଗକୁ ଦାୟୀ କରାଯାଇଆସୁଛି। ଏହି ଦୁର୍ଭିକ୍ଷରେ ଚାଇନାର ୩୦ ମିଲିୟନ ଲୋକ ପ୍ରାଣ ହରାଇଥିଲେ ବି ସରକାର ଏ ସମ୍ପର୍କରେ କୌଣସି ତଥ୍ୟ ଦେଇ ନ ଥିଲେ। ଖରାପ ନ୍ୟୁଜ ନେଇ ମାଓ ଜେଡଙ୍ଗଙ୍କୁ କ୍ରେଧିତ କଲେ ସେମାନଙ୍କ ଜୀବନ ଚାଳଇଯିବାର ଭୟ କରି ସେମାନେ ତଥ୍ୟ ପ୍ରକାଶ କରି ନ ଥିଲେ।
ଚାଇନା ୧୯୫୦ ଦଶନ୍ଧିର ଯେମିତି ଥିଲା ଏବେ ତା’ଠାରୁ ଅଲଗା ନୁହେଁ। ଶି’ ମଧ୍ୟ ମାଓ ନୁହନ୍ତି ଏବଂ ତାଙ୍କ ଅସ୍ଥିର ନୀତରେ ୩୦ ମିଲିୟନ ଜୀବନ ଯିବାର ଦାବି କରାଯିବାରେ ସମ୍ଭାବନା ନାହିଁ। କିନ୍ତୁ ପ୍ରତିଦିନ ୯,୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ଦେଶ ପାଇଁ ଅତ୍ୟଧିକ କ୍ଷତି ହେବ। ଏହା ସୁସ୍ପଷ୍ଟ ଯେ ଚାଇନା ଏବେ ବିଶ୍ୱରୁ ଆଉ ଅଲଗା ହୋଇ ରହିନାହିଁ , ସେ ଯାହା କରୁଛି ତାହାର ପ୍ରଭାବ ଚାଇନା ବାହାରକୁ ଯିବ। ଭୂତାଣୁ ବାହାରକୁ ବ୍ୟାପିବ ଓ ପୂର୍ବଭଳି ଆର୍ଥିକ କ୍ଷେତ୍ରରେ ବାଧା ଉପୁଜାଇବ। ଏକଚ୍ଛତ୍ରବାଦ ଶାସନ ଯୋଗୁ ଚାଇନାର ଯାହା କ୍ଷତି ହୋଇଛି ତାହା ଆମ ସମସ୍ତଙ୍କର କ୍ଷତି କରିବା ପରେ ହିଁ ଶେଷ ହେବ।

  • ଇଆନ୍‌ ବୁରୁମା
    ପ୍ରତିଷ୍ଠିତ ଲେଖକ, ଦି ଚର୍ଚ୍ଚିଲ କମ୍ପ୍ଲେକ୍ସ

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?