ଅର୍ଥନୀତି ଓ ଅସମାନତା

ଏବେ ଅତ୍ୟନ୍ତ ଭୟାନକ ଓ କଷ୍ଟଦାୟକ ସମୟରେ ଅସମାନତା ବୃଦ୍ଧି ପାଉଛି । ଏହା ଭିତରେ ଅନେକ ଦେଶର ରାଜନେତାମାନେ ଗରିବଙ୍କୁ ଲାଭ ଦେଉଥିବା କାର୍ଯ୍ୟକ୍ରମ ଓ ସେବାକୁ ସୀମିତ କରୁଛନ୍ତି । ଏହା ବ୍ୟତୀତ ପ୍ରବାସୀ ଓ ଶରଣାର୍ଥୀଙ୍କ ବିରୋଧରେ କ୍ରୋଧ ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା, ସମୃଦ୍ଧି ପାଇଁ ପ୍ରୋତ୍ସାହନ ଏବଂ ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ ସେମାନଙ୍କ ଉଦ୍ଦେଶ୍ୟ ବାହାରକୁ ମହାନ୍‌ ଜଣାପଡ଼ୁଥିଲେ ମଧ୍ୟ ଏହା ବହୁ ସମୟରେ ସେମାନଙ୍କୁ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଧନୀ କରିବାର ଏକ ଛଦ୍ମ ନୀତିଗତ କାର୍ଯ୍ୟକ୍ରମ ଭଳି ପ୍ରତୀୟମାନ ହେଉଛି। ରାଜନୀତି ପ୍ରକ୍ରିୟାରେ ଏଭଳି ଅଧୋଗତି ପଛରେ ଥିବା ଅନେକ କାରଣ ମଧ୍ୟରୁ ସବୁଠୁ ପ୍ରମୁଖଟି ହେଉଛି ଅର୍ଥନୀତି କାର୍ଯ୍ୟକାରିତାର ଅଧୋଗତି। ଅନେକ ସମୟରେ ଅର୍ଥନୀତିକୁ ବୈଜ୍ଞାନିକ ଅଧ୍ୟୟନର ବିଷୟ ଭାବେ ବର୍ଣ୍ଣନା କରାଯାଏ, ଯାହା ନୈତିକତା ଓ ମୂଲ୍ୟବୋଧ ବିନା ‘ଇଫ୍‌-ଦେନ୍‌’ ବା ପରିକଳ୍ପନା ଓ ସିଦ୍ଧାନ୍ତର ବିଚାରକୁ ଅନୁଧ୍ୟାନ କରିଥାଏ। କିନ୍ତୁ ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକ ଆମ ମୂଲ୍ୟବୋଧ ଓ ବୈଚାରିକ ବ୍ୟାଖ୍ୟାନକୁ ପ୍ରଭାବିତକରେ। ବୈଜ୍ଞାନିକ ବିଚାର କିମ୍ବା ଭାବନାର ଯୁକ୍ତିଗୁଡ଼ିକ କାର୍ଯ୍ୟକୁ ତର୍କସଙ୍ଗତ କରିବା ସକାଶେ ବ୍ୟବହାର କରାଯାଇପାରେ, ଯାହା ଆମ ନୈତିକ ସମ୍ବେଦନଶୀଳତାରେ ବାଧା ଉପୁଜାଏ। ବାସ୍ତବରେ, ମୁଖ୍ୟଧାରାର ଅର୍ଥନୀତିର ଦର୍ଶନ ହେଉଛି ବିଶେଷକରି ଲମ୍ବା ସମୟ ଧରି ପ୍ରଚଳିତ ନବ ଉଦାରବାଦୀ ବିଚାରଧାରା, ଯାହା ଅଭିବୃଦ୍ଧି, ଦକ୍ଷତା ଏବଂ ବଜାର ସ୍ବାଧୀନତାକୁ ଗୁରୁତ୍ୱ ଦେଇଥାଏ । ଏହା ବହୁ ସମୟରେ ଲୋଭ, ଶୋଷଣ ଏବଂ ଅତ୍ୟଧିକ ଅସମାନତା ବୃଦ୍ଧି କରିଥାଏ।
ଅର୍ଥନୀତି ବ୍ୟବସ୍ଥାରେ ଅସମାନତା ସୃଷ୍ଟି ହୋଇପାରେ। ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ ‘କାପାବିଲିଟି ଆପ୍ରୋଚ୍‌’ ବା ‘ସାମର୍ଥ୍ୟ ଦୃଷ୍ଟିକୋଣ’କୁ ଆଧାରକରି ୨୦୧୨ରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, କେତେକ ଶୈଖିକ ଦୃଷ୍ଟିକୋଣ ଲୋକଙ୍କୁ ଅଧିକ ଯତ୍ନଶୀଳ ଓ ସହଯୋଗୀ କରିବାରେ ସାହାଯ୍ୟ କରିପାରେ। କିନ୍ତୁ ଅନ୍ୟସବୁ ଗବେଷଣା ସୂଚିତ କରିଛି ଯେ ଅନ୍ୟମାନଙ୍କ ତୁଳନାରେ ଅର୍ଥନୀତି ବିଦ୍ୱାନମାନେ ଅଧିକ ସ୍ବାର୍ଥପର ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏଥିରୁ ବୁଝାପଡ଼ୁଛି, ପଢ଼ାଯାଉଥିବା ଅର୍ଥନୀତି ଏକ ସାଧାରଣ କିମ୍ବା ଏପରିକି ଆକାଂକ୍ଷୀ ନୈତିକ ସିଦ୍ଧାନ୍ତ ଭାବେ ସ୍ବାର୍ଥପରତାକୁ ପ୍ରୋତ୍ସାହିତ କରିଥାଏ। ସମସ୍ୟା ହେଉଛି, ଅନ୍ୟ ଜଣେ ନୋବେଲ ବିଜେତା ଅର୍ଥନୀତିଜ୍ଞ ସ୍ବର୍ଗତ କେନେଥ୍‌ ଆରୋ ୧୯୭୮ର ଏକ ଗବେଷଣାତ୍ମକ ରିପୋର୍ଟରେ ଯୁକ୍ତି ବାଢ଼ିିଥିଲେ ଯେ, ଜଟିଳ ବିଶ୍ୱରେ ନେଓକ୍ଲାସିକାଲ ଅର୍ଥନୀତିର କଳ୍ପନା ୧୦ ମିନିଟ୍‌ ପାଇଁ ବି ତିଷ୍ଠି ରହିବ ନାହିଁ। ଅର୍ଥନୈତିକ କାର୍ଯ୍ୟକଳାପ,ପ୍ରତିଯୋଗୀ ଫାର୍ମ ଓ ବ୍ୟକ୍ତିଙ୍କ ବିନା ବଜାର ଚାଲିପାରିବ ନାହିଁ। ଅନ୍ୟ ଅର୍ଥରେ ସେମାନେ ବିଶ୍ୱାସ ଓ ସହଯୋଗ ଉପରେ ନିର୍ଭରକରନ୍ତି। ସ୍ବାଧୀନତା ଓ ସମାନତାକୁ ବିପରୀତ ଭାବେ ଦେଖିବାରେ ମୁଖ୍ୟଧାରାର ଅର୍ଥନୀତିର ପ୍ରବୃତ୍ତିକୁ ଆରୋ ମଧ୍ୟ ବିରୋଧ କରିଥିଲେ। ନବ ଉଦାରବାଦୀ ସିଦ୍ଧାନ୍ତ ହେଉଛି, କିଛି ମାତ୍ରାର ଅସମାନତା ନିଶ୍ଚିତ ଭାବେ ରହିବ, କିନ୍ତୁ ଏହାକୁ ହ୍ରାସ କରିବାରେ କୌଣସି ପଦକ୍ଷେପ ସ୍ବାଧୀନତାର ଅବକ୍ଷୟ ଘଟାଇବ। ଭବିଷ୍ୟତର ପରିଣାମ ବର୍ତ୍ତମାନର କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଥାଏ। ଯଦି ତୁମେ ଅତି ଧନୀ , ତେବେ ତୁମେ ଏହାକୁ ନିଶ୍ଚିତ ଭାବେ କଠିନ ପରିଶ୍ରମ କିମ୍ବା ନୂତନ ଚିନ୍ତାଧାରା ବଳରେ ଉପାର୍ଜନ କରିଥିବ ଏବଂ ତୁମେ ନିଶ୍ଚିତ ଭାବେ ସ୍ବାଧୀନ ଭାବେ ତୁମ ଯୋଗଦାନର ଲାଭକୁ ଉପଭୋଗ କରିବ।
କିନ୍ତୁ ଆରୋ ସୂଚିତ କରିଛନ୍ତି, ଯେତେବେଳେ କେତେଜଣ ବ୍ୟକ୍ତି ମଣିଷ ଜାତିର କଲ୍ୟାଣ ସମ୍ପର୍କିତ ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ନେଉଛନ୍ତି ସେତେବେଳେ ସେମାନେ ନିଜ ସ୍ବାର୍ଥକୁ ଲକ୍ଷ୍ୟକରି ଏହା କରୁଛନ୍ତି। ସମାନତାକୁ ଅଣଦେଖା କରୁଥିବା କାର୍ଯ୍ୟଗୁଡ଼ିକ ଯଥା ଆନ୍ଦୋଳନରେ ବାଧାଦେବା ଏବଂ ଅଧିକ ସୂକ୍ଷ୍ମ ଆକାରରେ ଅର୍ଥନୈତିକ ଚାପ ଇତ୍ୟାଦି ଶ୍ରମିକଙ୍କ ସ୍ବାଧୀନତାକୁ ଅତ୍ୟଧିକ ସୀମିତ କରିଦେଉଛି। ନିଜକୁ ଶ୍ରେଷ୍ଠ ମଣୁଥିବା ଅଳ୍ପ କେତେଜଣ ବ୍ୟକ୍ତି ଅର୍ଥ ବ୍ୟବସ୍ଥାକୁ ଆୟତ୍ତରେ ରଖିବା ସୂଚିତକରେ ଯେ, ଓପଚାରିକ ଗଣତନ୍ତ୍ର ଓ ସ୍ବାଧୀନତା ହେଉଛି ଏକ ବାହାନା। ଶେଷରେ ଆରୋ ଉଲ୍ଲେଖ କରିଥିଲେ, ସଂସ୍ଥାଗୁଡ଼ିକ ସାମଗ୍ରିକ ଭାବେ ସୃଷ୍ଟିକରୁଥିବା ଅସମାନତା ମାନବ ପାଇଁ ଉଦ୍ଦିଷ୍ଟ ମର୍ଯ୍ୟାଦା ପ୍ରତି ଅପମାନ।
ଦାର୍ଶନିକ ଇସାଏହ ବର୍ଲିନ୍‌ ସଂକ୍ଷେପରେ କହିଛନ୍ତି , ଗଧିଆକୁ ସ୍ବାଧୀନତା ଦେବା ବହୁ ସମୟରେ ମେଣ୍ଢାର ମୃତ୍ୟୁର କାରଣ ହୁଏ। ରାଜନେତାଙ୍କୁ ଆକର୍ଷିତକରିବା ଏବଂ ସେମାନଙ୍କ ପସନ୍ଦକୁ ପ୍ରଭାବିତ କରିବା ପାଇଁ ‘ହେଟା’ଙ୍କ ପାଖରେ ଅଧିକ ସମ୍ବଳ ଥିବା ଏବଂ ସାର୍ବଜନୀନ ମତକୁ ପ୍ରଭାବିତ କରିବା ନିମନ୍ତେ ବ୍ୟାପକ ଡିଜିଟାଲ ସାଧନ ରହିଥିବାରୁ ଏହି ଚେତାବନୀ ବିଶେଷକରି ଏବକାର ସମୟ ପାଇଁ ପ୍ରଯୁଜ୍ୟ ଏବଂ ଭବିଷ୍ୟତ ପାଇଁ ଚିନ୍ତାକରିବା ଦରକାର। ଅନ୍ୟ ଜଣେ ନୋବେଲ ବିଜେତା ଜୋଶେଫ.ଇ. ଷ୍ଟିଗ୍‌ଲାଇଜ ‘ଜଣେ ବ୍ୟକ୍ତି, ଗୋଟିଏ ଭୋଟ’ର ସିଦ୍ଧାନ୍ତ ‘ଗୋଟିଏ ଡଲାର, ଗୋଟିଏ ଭୋଟ’କୁ ପଥ ଦେଖାଇଛି ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ନିଜସ୍ବ ଆର୍ଥିକ ସ୍ବାର୍ଥ ଉପରେ ଅତ୍ୟଧିକ ଧ୍ୟାନଦେବାରେ ସମସ୍ୟା ରହିଛି। ଉଗ୍ର ଜାତୀୟତାବାଦ ମଧ୍ୟ ଅସମାନତା ବୃଦ୍ଧି କରିଥାଏ।
ଗୋଟିଏ ସମୟରେ ଆର୍ଥିକ ପରିଚାଳନା ପାଇଁ ଯେତେବେଳେ ସ୍ବାଧୀନ ତଥା ସାର୍ବଭୌମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଥିଲା ସେତେବେଳେ ପ୍ରଗତିକୁ ସହଯୋଗ କରିବା ସକାଶେ ଜାତୀୟ ଗୌରବର ଏକ ଭୂମିକା ରହିଥିଲା। କିନ୍ତୁ ଏବେ ଆମର ଜଗତୀକରଣ ବିଶ୍ୱରେ ଦେଶ-ଦେଶ ମଧ୍ୟରେ ଯେଭଳି ଲୋକ, ସାମଗ୍ରୀ ଓ ପୁଞ୍ଜିର ପ୍ରବାହ ଘଟୁଛି ତାହା ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଅପରିହାର୍ଯ୍ୟ ମଧ୍ୟ, ହେଲେ କେତେଜଣ ଧନିକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହି ସମୟରେ ଅତି ଧନୀ ବିଶେଷ ଏବଂ ରାଜନୈତିକ କ୍ଷମତାଶାଳୀ ବ୍ୟକ୍ତି ସେମାନଙ୍କ ସ୍ବାର୍ଥକୁ ଆଗକୁ ବଢ଼ାଇବା ଲାଗି ଜାତୀୟତାବାଦକୁ ଉସୁକାଉଛନ୍ତି। ଏହା ମଧ୍ୟ ଦୀର୍ଘଦିନ ଧରି ପରୀକ୍ଷିତ ଯେ, ଜାତୀୟ ସୁରକ୍ଷା ପାଇଁ ଯୁଦ୍ଧରେ ଲଢ଼ୁଥିବା ଲୋକମାନେ ଧନ କିମ୍ବା କ୍ଷମତାର ଅସମାନତା ବିରୋଧରେ ସଙ୍ଗଠିତ ହେବେ ନାହିଁ ଏବଂ ଏଭଳି ସ୍ଥିତିରେ ଅସମାନତା ବୃଦ୍ଧି ପାଇପାରେ। ଜାତୀୟ ଗୌରବ ହେଉଛି ଅତୀତର ଏକ ସୁରକ୍ଷିତ ପରମ୍ପରା। ପାରସ୍ପରିକ ଲାଭଦାୟକ ବାଣିଜ୍ୟ ବ୍ୟବସ୍ଥାରୁ ଆରମ୍ଭକରି ସମ୍ମିଳିତ ଜଳବାୟୁ ପଦକ୍ଷେପ ପର୍ଯ୍ୟନ୍ତ ସାମୂହିକ ଲକ୍ଷ୍ୟ ହାସଲ ଦିଗରେ ବୈଶ୍ୱିକ ସହଯୋଗ ଲୋଡ଼ା ଏବଂ ଏଥିପାଇଁ ଏହା ହେଉଛି ଉପଯୁକ୍ତ ସମୟ। କିନ୍ତୁ ତାହା ହାସଲକରିବା ଏତେ ସହଜ ନୁହେଁ। ମାର୍କେଟକୁ ଚଳାଇବା ଭଳି ସମସ୍ତେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ମୁକାବିଲା କରିବା ପାଇଁ ଆବଶ୍ୟକ ହେଉଥିବା ଅନ୍ତର୍ଜାତୀୟ ପଦକ୍ଷେପ କେବଳ ବିଶ୍ୱାସ ଓ ସହଯୋଗ ଉପରେ ନିର୍ଭରକରେ।
ଆହ୍ବାନର ମୁକାବିଲା ଓ ସେଥିରୁ ଲାଭ ପାଇବା ସମ୍ପର୍କରେ ଫ୍ରାନ୍ସର ଦାର୍ଶନିକ ଜିନ୍‌ -ଜାକ୍ୟୁ ରୌସେୟୁଙ୍କ ଷ୍ଟାଗ୍‌ହଣ୍ଟ ଗେମ୍‌ ସିଦ୍ଧାନ୍ତ ଦର୍ଶାଇଛି। ଯଦି ୨ ଶିକାରୀ ପୃଥକ୍‌ ଭାବେ ଗୋଟିଏ ଲେଖା ଠେକୁଆ ଶିକାର କରନ୍ତି ତେବେ ସେମାନେ ଅଳ୍ପ ଲାଭ ପାଇବା ନିଶ୍ଚିତ। କିନ୍ତୁ ସେମାନେ ଯଦି ମିଳିତ ଭାବେ ଶିକାର କରନ୍ତି ତେବେ ଅଧିକ ଲାଭ ପାଇବେ। କେବଳ ସେମାନଙ୍କ ତରଫରୁ ପାରସ୍ପରିକ ସହଯୋଗ କିମ୍ବା ଭାଗୀଦାରି ରହିଲେ ଏହା ସମ୍ଭବ ହେବ, ଅନ୍ୟଥା ଶେଷରେ ସେମାନେ କିଛି ପାଇବେ ନାହିଁ। ସେହିଭଳି ସହଯୋଗ, ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ଏବଂ ଅନ୍ତର୍ଜାତୀୟ ନ୍ୟାୟାଳୟ( ଆଇସିଜେ) ଭଳି ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଉପରେ ଦୃଢ଼ ବିଶ୍ୱାସ ରହିବା ଦରକାର। ଏହା ହେଲେ ଦେଶଗୁଡ଼ିକ ପୂର୍ବାପେକ୍ଷା ନିଜେ ଯାହା ହାସଲ କରିଥିଲେ ତାହା ତୁଳନାରେ ଅଧିକ ପାଇପରିବେ। ଏହି ସଂସ୍ଥାଗୁଡ଼ିକୁ ଦୃଢ଼କରାଯିବା ଦରକାର। ଏହା ସହ ଅନ୍ୟ ସହଯୋଗୀ ସଂସ୍ଥାଗୁଡ଼ିକ ଆମ ନୈତିକ ସୁଯୋଗଗୁଡ଼ିକୁ ପୁନଃ ସଞ୍ଚଳନ କରିବାରେ ମଧ୍ୟ ସାହାଯ୍ୟ କରିପାରିବେ। ନିଜସ୍ବ ସ୍ବାର୍ଥକୁ ଯୁକ୍ତିଯୁକ୍ତ ମନେକରି ତା’ଉପରେ ବିଶେଷ ଧ୍ୟାନଦେବା କିମ୍ବା ଆମ ପାଇଁ ଥିବା ସୁଯୋଗଗୁଡ଼ିକୁ ସଙ୍କୁଚିତ କରିବା ପରିବର୍ତ୍ତେ ଆମେ ଜାତୀୟତା ବଦଳରେ ମାନବତାର ଅଧିକ ମୂଲ୍ୟାୟନ କରିବା ଦରକାର।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ ତଥା ଭାରତ
ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

କୌଶିକ ବସୁ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri