Posted inଫୁରସତ

ବରଣମାଳା ପିନ୍ଧାଇବା ସମୟରେ ବର ରଖିଲେ ଅଜବ ସର୍ତ୍ତ, ଲାଜରେ ଲାଲ୍‌ ପଡ଼ିଗଲେ କନ୍ୟା, ଭିଡିଓ ଦେଖିଲେ…

ଦେଶରେ ବିବାହ ଋତୁ ହେଉ କି ନ ହେଉ, ସୋସିଆଲ ମିଡିଆରେ ସବୁବେଳେ ବିବାହ ସମ୍ପର୍କିତ ଘଟଣାବଳୀ ଭାଇରାଲ ହୋଇଥାଏ। କାରଣ ବର ଏବଂ କନ୍ୟାଙ୍କ କିଛି ଭିଡିଓ ଭାଇରାଲ ହୁଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଜଣେ ଦୁଷ୍ଟ ବରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯିଏ ବରଣମାଳା ପିନ୍ଧାଇବାର ଠିକ୍‌ ପୂର୍ବରୁ, କନ୍ୟାଙ୍କ ସମ୍ମୁଖରେ ଏମିତି ଏକ ଅଜବ ସର୍ତ୍ତ ରଖିଲେ ଯାହା ଦ୍ୱାରା କନ୍ୟା ଲାଜରେ ଲାଲ୍‌ ପଡ଼ିଗଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ବର ଏବଂ କନ୍ୟା ବରଣମାଳା ସମାରୋହ ପାଇଁ ଷ୍ଟେଜ୍‌ ଉପରେ ଠିଆ ହୋଇଛନ୍ତି। କନ୍ୟା ତାଙ୍କୁ ମାଳା ପିନ୍ଧାଇବାକୁ ଆଗକୁ ପାଦ ବଢ଼ାଉଛନ୍ତି କିନ୍ତୁ ବର ଏକ ଦାବି କରନ୍ତି ଯେଉଁଥିରେ କନ୍ୟା ଲାଜେଇ ଯାଉଛନ୍ତି। ବର ଜିଦ୍‌ ଧରୁଛନ୍ତି କନ୍ୟା ତାଙ୍କୁ ମାଳା ପିନ୍ଧାଇବା ପୂର୍ବରୁ ତାଙ୍କୁ କିସ୍‌ ଦିଅନ୍ତୁ।

କନ୍ୟା ପ୍ରଥମେ ସମ୍ପର୍କୀୟ ଏବଂ ଅତିଥିମାନଙ୍କ ଭିଡ଼ ଯୋଗୁ ସଂକୋଚବୋଧ ମନେ କରନ୍ତି, ପରେ କିସ୍‌ ଦେବାକୁ ମନା କରନ୍ତି। ତଥାପି ବର ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ଶେଷରେ କନ୍ୟା ବରଙ୍କୁ କିସ୍‌ ଦେଉଛନ୍ତି। ଏହା ପରେ ବର ଆଣ୍ଠୁ ମାଡ଼ି ମାଳା ପିନ୍ଧୁଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା ଏବଂ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି।

ବର ଏବଂ କନ୍ୟାଙ୍କର ଏହି ସୁନ୍ଦର ମୁହୂର୍ତ୍ତକୁ @sheratiwari7229 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିଷର କ୍ୟାପଶନ ଲେଖାଯାଇଛି, ବିବାହର ଏକ ନୂଆ ଭର୍ସନ। କନ୍ୟା କିସ୍‌ ପରେ ହିଁ ମାଳା ପିନ୍ଧାଯିବ। ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ୨୮୦୦୦ରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ଅନେକ ୟୁଜର କମେଣ୍ଟ ମଧ୍ୟ ଦିଆଯାଇଛି।

ଜଣେ ୟୁଜର ଲେଖିଛନ୍ତି, ‘ମ୍ୟାରେଜ ପ୍ରୋସେଶନ ଫେରି ଆସିଛି, ବିବାହ ବାତିଲ ହୋଇଛି। ଅନ୍ୟ ଜଣେ କହିଛନ୍ତି, ବର ଟିକେ ଦୁଷ୍ଟ। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ବିଚାରୀ ଝିଅଟି ଲଜ୍ଜିତ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?