ଆଶୀର୍ବାଦର ଛାଇ

ସମାଜରେ ଲୋକମାନେ ଯେତେବେଳେ ଜାଣିବାକୁ ପାଆନ୍ତି ଯେ ଝିଅ ବଦଳରେ ପୁଅଟିଏ ଜନ୍ମ ହୋଇଛି, ସେହି ମୁହୂର୍ତ୍ତରେ ସେମାନଙ୍କ ମନ ଆନନ୍ଦର ସବୁ ସୀମାକୁ ଲଙ୍ଘିଯାଇଥାଏ। ପରବର୍ତ୍ତୀ ସମୟରେ, ହାତଧରି ଚାଲି ଶିଖାଇବାଠାରୁ ଆରମ୍ଭ କରି କାନ୍ଧରେ ବସେଇ ଯାନିଯାତ୍ରା ବୁଲାଇବା ପର୍ଯ୍ୟନ୍ତ ଏଥିରେ ଜଡ଼ିତ ଥିବା ପ୍ରତିଟି ମୁହୂର୍ତ୍ତ, କ୍ଷଣ ଓ କଷ୍ଟକୁ ସେମାନେ ତାଙ୍କ ପିଲା ପାଇଁ ସମର୍ପିତ କରିଥାନ୍ତି। ପିଲାଟିର ଲାଳନ, ପାଳନ, ତା’ର ଆଗାମୀ ଦିନର ଭବିଷ୍ୟତକୁ ନିରାପଦ କରିବା ଲାଗି ଯତ୍ନବାନ ହୋଇଥାନ୍ତି। କିନ୍ତୁ ଆଜିର ସମୟରେ ବିଭିନ୍ନ ଗଣମାଧ୍ୟମରେ ମାତାପିତାଙ୍କୁ ସନ୍ତାନଟିଏ ନିଷ୍ଠୁର ଭାବରେ ହତ୍ୟା କରିବା ତଥା ସେମାନଙ୍କୁ ମାରପିଟ କରିବାର ଅନେକ ଘଟଣା ପ୍ରକାଶ ପାଉଛି। କେଉଁ ଘଟଣାରେ ନିଶାସକ୍ତ ପୁଅ ମାତାପିତାଙ୍କଠାରୁ ଅର୍ଥ ନ’ପାଇ ସେମାନଙ୍କୁ ଆଘାତ କରୁଛି ତ ପୁଣି କେଉଁଠି ଅର୍ଥଲୋଭୀ ସନ୍ତାନ ସେମାନଙ୍କଠାରୁ ଟଙ୍କା ଓ ସମ୍ପତ୍ତି ଆଶାରଖି ନ ପାଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏତଦ୍‌ବ୍ୟତୀତ ବିଦେଶରେ ରହୁଥିବା ସନ୍ତାନଙ୍କ ପାଖରେ ମା’ବାପାଙ୍କ ଦେହ କଥା ବୁଝିବାକୁ ସମୟ ନାହିଁ। ନିଜ ପାଖରେ ରଖି ସେମାନଙ୍କ ସେବା, ଶୁଶ୍ରୂଷା କରିବା ଓ ଦୈନନ୍ଦିନ କଥା ବୁଝିବା ତ ଦୂରର ବିଷୟ, ଗୋଟିଏ ଦୁଇଟି ବର୍ଷର ବ୍ୟବଧାନରେ ସେମାନେ ଗୃହକୁ ଆସିବାକୁ ଚାହିଁ ନ ଥାନ୍ତି। ଏହା ପଛରେ ଏକ ବାହାନା ରହିଥାଏ। ତାହା ହେଉଛି ବ୍ୟସ୍ତବହୁଳ। କିନ୍ତୁ ଛୋଟ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ତାହା ହେଉଛି, ମାତାପିତାଙ୍କ ଭଲ ମନ୍ଦ ଖବର ବୁଝିବା ଏବଂ ପରିଣତ ବୟସରେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଦାୟିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନୁହେଁ କି ? ଦୁଃଖର ବିଷୟ, ମାତାପିତାଙ୍କ ପ୍ରତି ଥିବା ସେସବୁ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେ ଜାଣି ଜାଣି ଉପେକ୍ଷା କରେ। ତା’ର ମାନସିକତାରେ ପରିବାର ଓ ଦାୟିତ୍ୱ ନିର୍ବାହର ସୀମା କେବଳ ସ୍ତ୍ରୀ ଓ ପିଲାଙ୍କ ମଧ୍ୟରେ ସୀମିତ ରହିଯାଏ, ବାପା ମା’ ସଦସ୍ୟ ହୋଇ ନ’ଥାନ୍ତି। ଏକ ଅସହାୟ ଓ ଯନ୍ତ୍ରଣାଦାୟକ ଜୀବନର ପରିସମାପ୍ତି ପରେ ଯେତେବେଳେ ମାତାପିତା ଇହଧାମ ତ୍ୟାଗ କରନ୍ତି, ସେତେବେଳେ ସନ୍ତାନଟିଏ ତା’ର ପୈତୃକ ବାସଗୃହ ତଥା ଗ୍ରାମକୁ ଆସିଥାଏ ୧୨ ଦିନ ପାଇଁ ଶୁଦ୍ଧିକ୍ରିୟା ଲାଗି। ଏତଦ୍‌ବ୍ୟତୀତ, ସେମାନେ ଜୀବିତ ଓ ସୁସ୍ଥ ଥିବା ଅବସ୍ଥାରେ ଯେଉଁ ସନ୍ତାନ ସେମାନଙ୍କ ମୁହଁରେ ଭଲ ମନ୍ଦ ଟିକିଏ ଦେଇ ନ ଥାଏ, ସେମାନଙ୍କ ସେବା ଶୁଶ୍ରୂଷା କରି ନ ଥାଏ ଏବଂ ଟଙ୍କାଟିଏ ବ୍ୟୟ କରି ନ ଥାଏ, ସେ ଉକ୍ତ ଶୁଦ୍ଧିକ୍ରିୟା ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଭୋଜି ଦେଇଥାଏ ଏବଂ ଲୋକଙ୍କର ସାମାନ୍ୟ ପ୍ରଶଂସାରେ ଗର୍ବ ଅନୁଭବ କରିଥାଏ। ଉକ୍ତ ୧୨ ଦିନରେ ବ୍ୟୟ ହୋଇଥିବା ତା’ର ସମୟ, ଟଙ୍କା ଏବଂ ଦ୍ରବ୍ୟକୁ ଯଦି ସେ ମାତାପିତା ବଞ୍ଚିଥିବା ସମୟରେ ଦେଇଥାନ୍ତା, ତେବେ ସେମାନଙ୍କ ଜୀବନ କିଛି ମାତ୍ରାରେ ସାର୍ଥକ ହୋଇଥାନ୍ତା!
ଅଧିକାଂଶ ସନ୍ତାନ ନିଜର ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଅପରପକ୍ଷରେ, ଭାରତୀୟ ସଭ୍ୟତା, ସଂସ୍କୃତି ଓ ଧର୍ମଗ୍ରନ୍ଥଗୁଡିକ ମାତାପିତାଙ୍କୁ ସନ୍ତାନଙ୍କ ଚଳନ୍ତି ଠାକୁର ତଥା ଜୀବନ୍ତ ଦେବତା ଭାବରେ ଅଭିହିତ କରିଥାନ୍ତି। ବୃଦ୍ଧ ମାତାପିତା ସେମାନଙ୍କର ପ୍ରତିଟି ସନ୍ତାନଙ୍କ ପାଇଁ ହେଉଛନ୍ତି ବିଶାଳ ବୃକ୍ଷ ସଦୃଶ। ଯଦିଓ ବୟସର ଅପରାହ୍ନରେ ପହଞ୍ଚତ୍ ସେମାନେ ଶାରୀରିକ ଓ ଆର୍ଥିକ ସାହାଯ୍ୟ, ସହଯୋଗ କରିବାକୁ ଅକ୍ଷମ, ତଥାପି ନିଃସ୍ବାର୍ଥ ଭଲପାଇବା ଓ ଆଶୀର୍ବାଦ ରୂପକ ଛାୟାରୁ ତାଙ୍କର ସନ୍ତାନକୁ କେହି ବଞ୍ଚତ୍ତ କରି ପାରିବେ ନାହିଁ। ଗୃହରେ ସେମାନଙ୍କ ଉପସ୍ଥିତି ହିଁ ଯଥେଷ୍ଟ। ଯାହା ମାନସିକ ସ୍ତରରେ ପ୍ରତିଟି ସନ୍ତାନର ମନୋବଳ ବଢ଼ାଇବା ସହ ସାହସ ଦେଇଥାଏ। ମନ ଦୃଢ଼ ହୋଇ ସ୍ବତଃ କହି ଉଠିବ, ମୋ ସହ ବାପା ଅଛନ୍ତି, ମୋ ନିକଟରେ ମା’ ଅଛି। ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଜୀବନ କାଳ ମଧ୍ୟରେ, ମାତାପିତାଙ୍କଠାରୁ ବଡ଼ ନିଃସ୍ବାର୍ଥପର ଚରିତ୍ର ଏବଂ ଶୁଭାକାଂକ୍ଷୀ କେହି ଜଣେ ହେଲେ ମିଳିବେ ନାହିଁ। ସେମାନେ ଦୁନିଆର ସବୁଠାରୁ ବଡ଼ ମୂଲ୍ୟବାନ ସମ୍ପତ୍ତି। ଏଣୁ ପ୍ରତିଟି ସନ୍ତାନ ନିଜର ମାତାପିତାଙ୍କ ଆଶୀର୍ବାଦ ଓ ଭଲପାଇବାର ଛାଇ ତଳେ ଜୀବନ ବିତାଇବା ଉଚିତ। ଯାହା ସେମାନଙ୍କୁ ଜୀବନର ପ୍ରତିଟି ଝଡ଼ଝଞ୍ଜା, ବିପଦ, ଦୁଃଖ ଓ କଷ୍ଟ ପରିସ୍ଥିତିରୁ ଏକ ଅଦୃଶ୍ୟ ଶକ୍ତି ହୋଇ ରକ୍ଷା କରିବ।

ରାକେଶ ପଣ୍ଡା
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?