ମୁଣ୍ଡ ପିଛା ଆୟ ବଢ଼ିଲା

ଭୁବନେଶ୍ୱର, ୩୦ା୩(ବ୍ୟୁରୋ): ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ଅଭିବୃଦ୍ଧି ବଳବତ୍ତର ରହିଛି। ୨୦୨୦-୨୧ରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାବେଳେ ୨୦୨୧-୨୨ରେ ମୁଣ୍ଡ ପିଛା ଆୟ ଉପରମୁହାଁ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮.୮ % ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୧୦.୧ % ରହିଛି। ଖଣି, ଶିଳ୍ପ, କୃଷି, ଶିକ୍ଷା, ପର୍ଯ୍ୟଟନର ବିକାଶ ହେବା ସହ ଉନ୍ନତ ସ୍ବାସ୍ଥ୍ୟସେବା ଓ ନାରୀ ସଶକ୍ତୀକରଣ କ୍ଷେତ୍ରରେ ଆଖିଦୃଶିଆ ପ୍ରଗତି ହୋଇଛି। ମଙ୍ଗଳବାର ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଏକଥା କହିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଦାରିଦ୍ର୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଜାତୀୟସ୍ତରରେ ଦାରିଦ୍ର୍ୟ ହାର ୨୫.୦୧% ଥିବାବେଳେ ଓଡ଼ିଶାରେ ୨୯.୩୫% ରହିଛି। ସେହିପରି ଦାରିଦ୍ର୍ୟ ତୀବ୍ରତା ଜନସଂଖ୍ୟାର ୪୬.୪୨ ପ୍ରତିଶତ ଥିବାବେଳେ ଜାତୀୟସ୍ତରରେ ୪୭.୧୩ ପ୍ରତିଶତ ରହିଛି।
ଶିଳ୍ପ ଉତ୍ପାଦନ ଓ ଖଣି ଶିଳ୍ପରେ ଅଭିବୃଦ୍ଧି ଯଥାକ୍ରମେ ୧୪.୦୩ ଏବଂ ୧୮.୧% ରହିଛି। ସେହିପରି ସେବା କ୍ଷେତ୍ର ୭.୯% ବୃଦ୍ଧି ପାଇବାର ଆଶା କରାଯାଉଛି। ତେବେ ମରୁଡି, ଅନିୟମିତ ବୃଷ୍ଟିପାତ, ଜଓ୍ବାଦ, ଗୁଲାବ ଏବଂ ୟସ୍‌ ଭଳି ବାତ୍ୟା ଯୋଗୁ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକର ଅଭିବୃଦ୍ଧି ହାର ୩.୪% ରହିବା ଆକଳନ କରାଯାଇଛି। ମହାମାରୀ ସତ୍ତ୍ୱେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢିଛି। ୨୦୨୦-୨୧ରେ ମୁଣ୍ଡପିଛା ଆୟ ୧,୦୯,୦୭୧ ଥିବାବେଳେ ୨୦୨୧-୨୨ ରେ ଏହା ୧୬.୮% ବୃଦ୍ଧିପାଇ ୧,୨୭,୩୮୩ ଟଙ୍କାରେ ପହଞ୍ଚତ୍ବାର ଆକଳନ କରାଯାଇଛି। ବେକାରି ହାର ମଧ୍ୟ ତଳମୁହାଁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୭-୧୮ରେ ବେକାରି ହାର ୭.୧ ପ୍ରତିଶତ ଥିବାବେଳେ ଏହା ହ୍ରାସ ପାଇ ୨୦୧୯-୨୦ରେ ୬.୨ ପ୍ରତିଶତକୁ ଖସିଆସିଥିଲା। ୨୦୧୯-୨୦ରେ ଜାତୀୟସ୍ତରରେ ୪.୮ % ପଞ୍ଜୀକୃତ କରାଯାଇଛି।
ସେହିପରି ରାଜ୍ୟରେ ମିଳିତ ହାରାହାରି ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ୨୦୨୧-୨୨(ଏପ୍ରିଲ-ଜାନୁୟାରୀ)ରେ ୨.୭ ପ୍ରତିଶତ ଥିବାବେଳେ ସର୍ବଭାରତୀୟ ସ୍ତରରେ ୫.୩ ପ୍ରତିଶତ ରହିଛି। ଓଡିଶା ଏକ ରାଜସ୍ବ ବଳକା ରାଜ୍ୟ ହେବା ସହିତ ଆର୍ଥିକ ନିଅଣ୍ଟକୁ ଏଫଆର୍‌ବିଏମ ଆକ୍ଟ ଅନୁଯାୟୀ ଜିଏସ୍‌ଡିପିର ୩.୫ ପ୍ରତିଶତରେ ରଖାଯାଇପାରିଛି। ରାଜ୍ୟରେ ରାଜସ୍ବ ଆଦାୟ ୨୦୨୦-୨୧ରେ ୧,୦୭,୨୦୦ କୋଟି ଥିବାବେଳେ ଏହା ୨୦୨୧-୨୨ରେ ୧୭.୨ ପ୍ରତିଶତ ବୃଦ୍ଧି ପାଇ ୧,୨୫,୬୦୦ କୋଟିରେ ପହଞ୍ଚିଛି। ଚାହିଦା ଠାରୁ ରାଜ୍ୟରେ ଅଧିକ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୧୯-୨୦ରେ ରାଜ୍ୟରେ ମୋଟ ସଂସ୍ଥାପିତ କ୍ଷମତା(ଇନ୍‌ଷ୍ଟଲ୍‌ଡ କାପାସିଟି) ୭୬୭୬.୬୯ ମେଗାଓ୍ବାଟ ଥିବାବେଳେ ୨୦୨୦-୨୧ରେ ଏହା ୮୦୧୮.୨୫ ମେଗାଓ୍ବାଟରେ ପହଞ୍ଚତ୍ଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୨୧ରେ ରାଜ୍ୟରେ ସହରାଞ୍ଚଳ ଜନସଂଖ୍ୟା ୮୪ଲକ୍ଷ ହେବ ବୋଲି ଆକଳନ କରାଯାଇଥିଲା ଯାହା ଓଡ଼ିଶାର ମୋଟ ଜନସଂଖ୍ୟାର ୧୮.୫ ପ୍ରତିଶତ। ସେହିପରି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସହଜ ଜୀବନ ସୂଚକାଙ୍କ, ୨୦୨୧ ସଂକଳନରେ ଭାରତର ଶ୍ରେଷ୍ଟ ୧୦ଟି ରାଜଧାନୀ ମଧ୍ୟରେ ଭୁବନେଶ୍ୱର ୪ର୍ଥ ସ୍ଥାନ ଅଧିକାର କରିଛି। ୨୦୨୧ରେ ପୁରୀ ଦେଶର ପ୍ରଥମ ସହର ଭାବେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଇଛି। ତେବେ ୨୦୨୪-୨୫ ସୁଦ୍ଧା ସମସ୍ତ ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ରିପୋର୍ଟରେ କୁହାଯାଇିଛି।
ସେହିପରି ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ସ୍ବାସ୍ଥ୍ୟ ବ୍ୟୟ ବରାଦ ୨୦୧୯-୨୦ରେ ୧.୧୯% ରୁ ୨୦୨୧-୨୨ରେ ୧.୫୯%କୁ ବୃଦ୍ଧି ପାଇଛି। ନବଜାତ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଏବଂ ପାଞ୍ଚ ବର୍ଷରୁ କମ୍‌ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଉଛି। ଅନ୍ୟପଟେ ୨୦୧୪ରୁ ୨୦୧୬ ମଧ୍ୟରେ ମାତୃ ମୃତ୍ୟୁହାର ୧୮୦ଥିବାବେଳେ ଏହା ୨୦୧୭-୧୯ରେ ହ୍ରାସ ପାଇ ୧୩୬ରେ ପହଞ୍ଚତ୍ଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ରାଜ୍ୟରେ ଉନ୍ନତି କରିଥିବା ଜଣାପଡ଼ିଛି। ପ୍ରାଥମିକସ୍ତରରେ ମୋଟ ନାମଲେଖା ଅନୁପାତ ଗତ ୫ ବର୍ଷ ମଧ୍ୟରେ ଉଚ୍ଚସ୍ତରରେ ପହଞ୍ଚତ୍ଛି। ପ୍ରାଥମିକସ୍ତରରେ ୧୦୨.୨ ପ୍ରତିଶତ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୯୮ ପ୍ରତିଶତ ରହିଛି। ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୧୦-୧୧ରେ ୧୬.୧୦ ପ୍ରତିଶତ ଥିବାବେଳେ ଏହା ୨୦୧୮-୧୯ରେ ୨୨.୧୦କୁ ବୃଦ୍ଧି ପାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?