ମୁଣ୍ଡ ପିଛା ଆୟ ବଢ଼ିଲା

ଭୁବନେଶ୍ୱର, ୩୦ା୩(ବ୍ୟୁରୋ): ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଉପଯୁକ୍ତ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ଅଭିବୃଦ୍ଧି ବଳବତ୍ତର ରହିଛି। ୨୦୨୦-୨୧ରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାବେଳେ ୨୦୨୧-୨୨ରେ ମୁଣ୍ଡ ପିଛା ଆୟ ଉପରମୁହାଁ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮.୮ % ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୧୦.୧ % ରହିଛି। ଖଣି, ଶିଳ୍ପ, କୃଷି, ଶିକ୍ଷା, ପର୍ଯ୍ୟଟନର ବିକାଶ ହେବା ସହ ଉନ୍ନତ ସ୍ବାସ୍ଥ୍ୟସେବା ଓ ନାରୀ ସଶକ୍ତୀକରଣ କ୍ଷେତ୍ରରେ ଆଖିଦୃଶିଆ ପ୍ରଗତି ହୋଇଛି। ମଙ୍ଗଳବାର ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଏକଥା କହିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଦାରିଦ୍ର୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଜାତୀୟସ୍ତରରେ ଦାରିଦ୍ର୍ୟ ହାର ୨୫.୦୧% ଥିବାବେଳେ ଓଡ଼ିଶାରେ ୨୯.୩୫% ରହିଛି। ସେହିପରି ଦାରିଦ୍ର୍ୟ ତୀବ୍ରତା ଜନସଂଖ୍ୟାର ୪୬.୪୨ ପ୍ରତିଶତ ଥିବାବେଳେ ଜାତୀୟସ୍ତରରେ ୪୭.୧୩ ପ୍ରତିଶତ ରହିଛି।
ଶିଳ୍ପ ଉତ୍ପାଦନ ଓ ଖଣି ଶିଳ୍ପରେ ଅଭିବୃଦ୍ଧି ଯଥାକ୍ରମେ ୧୪.୦୩ ଏବଂ ୧୮.୧% ରହିଛି। ସେହିପରି ସେବା କ୍ଷେତ୍ର ୭.୯% ବୃଦ୍ଧି ପାଇବାର ଆଶା କରାଯାଉଛି। ତେବେ ମରୁଡି, ଅନିୟମିତ ବୃଷ୍ଟିପାତ, ଜଓ୍ବାଦ, ଗୁଲାବ ଏବଂ ୟସ୍‌ ଭଳି ବାତ୍ୟା ଯୋଗୁ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକର ଅଭିବୃଦ୍ଧି ହାର ୩.୪% ରହିବା ଆକଳନ କରାଯାଇଛି। ମହାମାରୀ ସତ୍ତ୍ୱେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢିଛି। ୨୦୨୦-୨୧ରେ ମୁଣ୍ଡପିଛା ଆୟ ୧,୦୯,୦୭୧ ଥିବାବେଳେ ୨୦୨୧-୨୨ ରେ ଏହା ୧୬.୮% ବୃଦ୍ଧିପାଇ ୧,୨୭,୩୮୩ ଟଙ୍କାରେ ପହଞ୍ଚତ୍ବାର ଆକଳନ କରାଯାଇଛି। ବେକାରି ହାର ମଧ୍ୟ ତଳମୁହାଁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୭-୧୮ରେ ବେକାରି ହାର ୭.୧ ପ୍ରତିଶତ ଥିବାବେଳେ ଏହା ହ୍ରାସ ପାଇ ୨୦୧୯-୨୦ରେ ୬.୨ ପ୍ରତିଶତକୁ ଖସିଆସିଥିଲା। ୨୦୧୯-୨୦ରେ ଜାତୀୟସ୍ତରରେ ୪.୮ % ପଞ୍ଜୀକୃତ କରାଯାଇଛି।
ସେହିପରି ରାଜ୍ୟରେ ମିଳିତ ହାରାହାରି ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ୨୦୨୧-୨୨(ଏପ୍ରିଲ-ଜାନୁୟାରୀ)ରେ ୨.୭ ପ୍ରତିଶତ ଥିବାବେଳେ ସର୍ବଭାରତୀୟ ସ୍ତରରେ ୫.୩ ପ୍ରତିଶତ ରହିଛି। ଓଡିଶା ଏକ ରାଜସ୍ବ ବଳକା ରାଜ୍ୟ ହେବା ସହିତ ଆର୍ଥିକ ନିଅଣ୍ଟକୁ ଏଫଆର୍‌ବିଏମ ଆକ୍ଟ ଅନୁଯାୟୀ ଜିଏସ୍‌ଡିପିର ୩.୫ ପ୍ରତିଶତରେ ରଖାଯାଇପାରିଛି। ରାଜ୍ୟରେ ରାଜସ୍ବ ଆଦାୟ ୨୦୨୦-୨୧ରେ ୧,୦୭,୨୦୦ କୋଟି ଥିବାବେଳେ ଏହା ୨୦୨୧-୨୨ରେ ୧୭.୨ ପ୍ରତିଶତ ବୃଦ୍ଧି ପାଇ ୧,୨୫,୬୦୦ କୋଟିରେ ପହଞ୍ଚିଛି। ଚାହିଦା ଠାରୁ ରାଜ୍ୟରେ ଅଧିକ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୧୯-୨୦ରେ ରାଜ୍ୟରେ ମୋଟ ସଂସ୍ଥାପିତ କ୍ଷମତା(ଇନ୍‌ଷ୍ଟଲ୍‌ଡ କାପାସିଟି) ୭୬୭୬.୬୯ ମେଗାଓ୍ବାଟ ଥିବାବେଳେ ୨୦୨୦-୨୧ରେ ଏହା ୮୦୧୮.୨୫ ମେଗାଓ୍ବାଟରେ ପହଞ୍ଚତ୍ଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୨୧ରେ ରାଜ୍ୟରେ ସହରାଞ୍ଚଳ ଜନସଂଖ୍ୟା ୮୪ଲକ୍ଷ ହେବ ବୋଲି ଆକଳନ କରାଯାଇଥିଲା ଯାହା ଓଡ଼ିଶାର ମୋଟ ଜନସଂଖ୍ୟାର ୧୮.୫ ପ୍ରତିଶତ। ସେହିପରି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସହଜ ଜୀବନ ସୂଚକାଙ୍କ, ୨୦୨୧ ସଂକଳନରେ ଭାରତର ଶ୍ରେଷ୍ଟ ୧୦ଟି ରାଜଧାନୀ ମଧ୍ୟରେ ଭୁବନେଶ୍ୱର ୪ର୍ଥ ସ୍ଥାନ ଅଧିକାର କରିଛି। ୨୦୨୧ରେ ପୁରୀ ଦେଶର ପ୍ରଥମ ସହର ଭାବେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଇଛି। ତେବେ ୨୦୨୪-୨୫ ସୁଦ୍ଧା ସମସ୍ତ ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ରିପୋର୍ଟରେ କୁହାଯାଇିଛି।
ସେହିପରି ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ସ୍ବାସ୍ଥ୍ୟ ବ୍ୟୟ ବରାଦ ୨୦୧୯-୨୦ରେ ୧.୧୯% ରୁ ୨୦୨୧-୨୨ରେ ୧.୫୯%କୁ ବୃଦ୍ଧି ପାଇଛି। ନବଜାତ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଏବଂ ପାଞ୍ଚ ବର୍ଷରୁ କମ୍‌ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଉଛି। ଅନ୍ୟପଟେ ୨୦୧୪ରୁ ୨୦୧୬ ମଧ୍ୟରେ ମାତୃ ମୃତ୍ୟୁହାର ୧୮୦ଥିବାବେଳେ ଏହା ୨୦୧୭-୧୯ରେ ହ୍ରାସ ପାଇ ୧୩୬ରେ ପହଞ୍ଚତ୍ଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ରାଜ୍ୟରେ ଉନ୍ନତି କରିଥିବା ଜଣାପଡ଼ିଛି। ପ୍ରାଥମିକସ୍ତରରେ ମୋଟ ନାମଲେଖା ଅନୁପାତ ଗତ ୫ ବର୍ଷ ମଧ୍ୟରେ ଉଚ୍ଚସ୍ତରରେ ପହଞ୍ଚତ୍ଛି। ପ୍ରାଥମିକସ୍ତରରେ ୧୦୨.୨ ପ୍ରତିଶତ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୯୮ ପ୍ରତିଶତ ରହିଛି। ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୧୦-୧୧ରେ ୧୬.୧୦ ପ୍ରତିଶତ ଥିବାବେଳେ ଏହା ୨୦୧୮-୧୯ରେ ୨୨.୧୦କୁ ବୃଦ୍ଧି ପାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁନାବେଶ: ରାତି ୧୨ ଯାଏ ଦର୍ଶନ

ପୁରୀ ଅଫିସ,୧୦।୭:  ଆଜି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ସମ୍ପାଦନ...

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ କୋଭିଡ୍‌-୧୯ ସଂକ୍ରମଣ ହୁହୁହୋଇ ବଢ଼ୁଛି। ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବାବେଳେ ଅଧିକାଂଶ ନୂଆ ପଜିଟିଭ୍‌ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି...

ଉଲ୍ଲାସ ଅଧିକ, ଉପସ୍ଥାନ କମ୍‌

ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ...

ରେଢାଖୋଲ ଉପଖଣ୍ଡରେ ଖୋଲିଲା ମଣ୍ଡି

ରେଢାକୋଲ/ନାକଟିଦେଉଳ, ୩।୧୨(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡରେ ସୋମବାର ମଣ୍ଡି ଖୋଲିଛି। ଉପଖଣ୍ଡରେ ଥିବା ୧୬ଟି ମଣ୍ଡି ମଧ୍ୟରୁ ୧୧ଟି ମଣ୍ଡିରେ ଧାନ କିଣା ଯିବାକୁ...

ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ

ଭୁବନେଶ୍ୱର,୨୨।୪: ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ସ୍ପେଶାଲ ଟ୍ରେନ୍‌କୁ ଅପରାହ୍ନ ୪ଟାରେ ଉଦ୍‌ଘାଟନ...

ବିଏମ୍‌ସି ଅବସରପ୍ରପ୍ତ କର୍ମଚାରୀ ପାଇବେ ପେନସନ

ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍‌ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍‌ସିରେ ପହଞ୍ଚତ୍ଛି ଓ...

ପୂଜା ପୂର୍ବରୁ ମୋଟା ଅଙ୍କର ଟଙ୍କା ନେଇ ଘରକୁ ଫେରୁଥିଲେ ୩ ସରକାରୀ ଅଧିକାରୀ, ଧରିଲା ଭିଜିଲାନ୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭିଜିଲାନ୍ସ ବିପୁଳ ଟଙ୍କା ଜବତ କରିବା ସହ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି। ପୂଜା ପୂର୍ବରୁ ଶନିବାର ଏହି ତିନି...

Advertisement
Archives

Model This Week