ଅର୍ଥନୀତିର ବିସଙ୍ଗତି ଓ ପରିଣାମ

ଶକ୍ତି ରଞ୍ଜନ ଦାଶ

 

ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ପରିସ୍ଥିତି ଯଦି ନିରୀକ୍ଷଣ କରିବା ତାହା ଅତ୍ୟନ୍ତ ଦୟନୀୟ ପରିସ୍ଥିରେ ଗତି କରୁଛି। ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ। ଏହାର ଦୁର୍ବଳ ଅର୍ଥନୀତି ଦେଶର ସାର୍ବଭୌମତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆର୍ଥିକ ସଙ୍କଟକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜୋରଦାର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଇସ୍ତଫା ଦେଇଛନ୍ତି। ତେଣୁ ପ୍ରଶ୍ନ ଉଠେ, ଏହି ପରିସ୍ଥିତି ହେଲା କିପରି? ଦୁଇଟି ବ୍ୟାପକ ବର୍ଗ ପାଇଁ ସରକାର ଋଣ ନେବା ଆବଶ୍ୟକ କରନ୍ତି; ବ୍ୟାପକ-ଆର୍ଥିକ ଉଦ୍ଦେଶ୍ୟ (Macroeconomic Purpose) ଯେପରି କି ଅଧିକ ବିନିଯୋଗ, ଅଧିକ ବ୍ୟବହାର (ଶିକ୍ଷା ଏବଂ ସ୍ବାସ୍ଥ୍ୟ) କିମ୍ବା ନିଅଣ୍ଟ ବଜେଟକୁ ଭରଣା କରିବାକୁ। ପ୍ରତ୍ୟେକ ବର୍ଷ ଦେଶରେ ଥିବା ସରକାର ଦେଶକୁ ଚଳେଇବା ପାଇଁ ଏକ ବଜେଟ ଉପସ୍ଥାପନ କରିଥାନ୍ତି । ଯଦି ଆୟ ସହ ଖର୍ଚ୍ଚ ସମାନ ହୋଇଥାଏ ତାହାକୁ ସମତୁଲ ବଜେଟ କୁହାଯାଏ ଓ ଯଦି ଅସମାନତା ଥାଏ ତାହାକୁ ଅସମତୁଲ ବଜେଟ କୁହାଯାଏ । ସ୍ବାଭାବିକ ଭାବେ ଏହି ଅସମାନତାରେ ଖର୍ଚ୍ଚ ଆୟଠାରୁ ଅଧିକ ହୋଇଥାଏ, ଯାହାକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଏହି ନିଅଣ୍ଟକୁ ମୁଖ୍ୟତଃ ସରକାର ୩ଟି ମାଧ୍ୟମରେ ଦୂର କରିପାରିବେ ଯଥା ଅଧିକ ମୁଦ୍ରା ଛପେଇ, ଅଧିକ ଟିକସ ଆଦାୟ କରି କିମ୍ବା ବିଦେଶରୁ ଋଣ ଆଣିକରି। ଏହି ୩ଟି ମାଧ୍ୟମରୁ ସରକାର ମୁଖ୍ୟତଃ ଋଣ ସଂଗ୍ରହକୁ ପସନ୍ଦ କରନ୍ତି। କାରଣ ଏହା ମୁଦ୍ରଣ କିମ୍ବା ଟିକସ ଲାଗୁ କରିବା ପରି ମୁଦ୍ରାସ୍ଫୀତିକୁ ବୃଦ୍ଧି କରି ନ ଥାଏ। ଯଦିଓ ସରକାର ଏହାର ବଜେଟ ନିଅଣ୍ଟକୁ ଦୂରକରିବା ପାଇଁ ଟିକସ ବ୍ୟବହାର କରିପାରିବେ, କିନ୍ତୁ ଟିକସ ଆପେକ୍ଷିକ ମୂଲ୍ୟର ସଂରଚନାକୁ ବିକୃତ କରିଥାଏ। ଅନ୍ୟପକ୍ଷରେ ଋଣ ଯଦି ଅର୍ଥନୀତିର ବହନ କ୍ଷମତାଠାରୁ ଅଧିକ ନିଆଯାଏ ତାହା ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ।
ଏହି ଅନୁକ୍ରମରେ ଶ୍ରୀଲଙ୍କାର ବୃହତ୍‌ ଋଣ ବୋଝର ମୁଖ୍ୟ କାରଣ ହେଉଛି କମ୍‌ ଟିକସ ରାଜସ୍ବ ଏବଂ କମ୍‌ ବୈଦେଶିକ ପ୍ରତ୍ୟକ୍ଷ ବିନିଯୋଗ (ଏଫ୍‌ଡିିଆଇ))। ବିଗତ ୪୦ ବର୍ଷ ଧରି ବିକାଶ ଆଶାରେ ଦେଶ ବିଦେଶୀ ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛି । ୧୯୮୯ରେ ଶ୍ରୀଲଙ୍କାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୬୨% ଥିଲା ବୈଦେଶିକ ଋଣ। ୧୯୯୦ର ପ୍ରାରମ୍ଭ ତୁଳନାରେ ଶ୍ରୀଲଙ୍କାର ଜିଡିପି ଅନୁପାତରେ ବୈଦେଶିକ ଋଣ ବହୁ ମାତ୍ରାରେ ହ୍ରାସ ପାଇଛି। କିନ୍ତୁ ୧୯୯୦ର ପ୍ରାରମ୍ଭରେ ଶ୍ରୀଲଙ୍କାର ଅଧିକାଂଶ ବିଦେଶୀ ଋଣ ରିହାତି ମୂଲ୍ୟରେ ଧାରଣ କରାଯାଇଥିଲା ଏବଂ ଏହି ଋଣଗୁଡ଼ିକ ଅଧିକାଂଶ ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି ଭଳି ବିକାଶ ଏଜେନ୍ସି ଦ୍ୱାରା ଅଧିକୃତ ହୋଇଥିଲା। ଏହି ଋଣଗୁଡ଼ିକ ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେମାନଙ୍କର ଏକ ଲମ୍ବା ଦେୟ ଅବଧି (୨୫-୪୦ ବର୍ଷ), ବହୁତ କମ ସୁଧ ହାର (୧% କିମ୍ବା ୧% ରୁ କମ) ଏବଂ ଯଥେଷ୍ଟ ଅନୁଗ୍ରହ ଅବଧି (grace period) ଯାହାର ଅର୍ଥ ଧାର୍ଯ୍ୟ ତାରିଖ ପରେ ମଧ୍ୟ ବିନା ଦଣ୍ଡରେ ଦେୟ ପ୍ରଦାନ କରାଯାଇପାରିବ ସୁବିଧାମାନ ଆଦି ଥିଲା। ତେଣୁ ସେତେବେଳର ବିଦେଶୀ ଋଣ ଶ୍ରୀଲଙ୍କାର ‘ବୈଦେଶିକ ମୁଦ୍ରା ଭଣ୍ଡାର’ ପାଇଁ ଏକ ବୋଝ କିମ୍ବା ବିପଦ ସୃଷ୍ଟି କରୁ ନ ଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କାର ଋଣ ପରିସ୍ଥିତି ସେତବେଳଠାରୁ ଭିନ୍ନ। ଫେବୃୟାରୀ ସୁଦ୍ଧା ଶ୍ରୀଲଙ୍କା ସଂରକ୍ଷଣରେ ମାତ୍ର ୨.୩ ବିଲିୟନ ଡଲାର ରହିଥିଲା, କିନ୍ତୁ ୨୦୨୨ରେ ଏହା ପ୍ରାୟ ୪ ବିଲିୟନ ଡଲାରର ଋଣ ପରିଶୋଧର ସମ୍ମୁଖୀନ ହେବାକୁ ଯାଉଛି, ଯେଉଁଥିରେ ଜୁଲାଇରେ ୧ ବିଲିୟନ ଡଲାରର ‘ଅନ୍ତର୍ଜାତୀୟ ସାର୍ବଭୌମ ବଣ୍ଡ’ ପରିପକ୍ୱ ହେବାକୁ ଯାଉଛି।
‘ଅନ୍ତର୍ଜାତୀୟ ସାର୍ବଭୌମ ବଣ୍ଡ’ ହେଉଛି ଏକ ସୁବିଧା, ଯେଉଁଥିରେ ଏକ ସରକାର ଆର୍ଥିକ ଆବଶ୍ୟକତା ମୁକ୍ତ ବଜାରରୁ ପ୍ରାପ୍ତ କରିଥାଆନ୍ତି। ସରକାର ଏହି ‘ବଣ୍ଡ’ର ନିୟାମକ ସୁଧ ଓ ମୂଳ ଧନକୁ ଠିକ୍‌ ସମୟରେ ଫେରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି । ଏହି ବଣ୍ଡ ଶ୍ରୀଲଙ୍କା ଋଣର ସର୍ବାଧିକ ଅଂଶ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ ନିକଟ ଅତୀତର ଋଣ ଦେୟ ପାଇଁ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପର୍ଯ୍ୟାପ୍ତ ନୁହେଁ। ଶ୍ରୀଲଙ୍କା ଅର୍ଥନୀତିରେ ମିଳିଥିବା ପ୍ରମୁଖ ଗଠନମୂଳକ ଦୁର୍ବଳତା ହେଉଛି କମ୍‌ ମାତ୍ରାରେ ‘ମୋଟ ଘରୋଇ ଉତ୍ପାଦନ’, ‘ବୈଦେଶିକ ପ୍ରତ୍ୟକ୍ଷ ବିନିଯୋଗ’ର ନିମ୍ନ ସ୍ତର, ‘ଟିକସ ରାଜସ୍ବ’ ହ୍ରାସ ଓ ବିଭିନ୍ନ କ୍ଷେତ୍ରରେ ରପ୍ତାନିରେ ଉନ୍ନତି ଆଣିବାରେ ବିଫଳତା। ଅଧିକ ରପ୍ତାନି ଆୟ ପାଇଁ ଶ୍ରୀଲଙ୍କାକୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କୋଭିଡ୍‌ ମହାମାରୀ ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏହି ଲକ୍‌ଡାଉନ ଅନୌପଚାରିକ କ୍ଷେତ୍ରକୁ (Informal sector) ଅଧିକ ପ୍ରଭାବିତ କରିଛି, ଯାହା ଦେଶର ପ୍ରାୟ ୬୦% କର୍ମଜୀବୀଙ୍କର ଜୀବିକା ନିର୍ବାହ କରେ। ଶ୍ରୀଲଙ୍କାର ବୈଦେଶିକ ଆୟର ପ୍ରାୟ ୨୦% ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଉତ୍ପାଦିତ ହୁଏ, କୋଭିଡ୍‌ ମହାମାରୀ ହେତୁ ପର୍ଯ୍ୟଟନଜନିତ ଆୟ ମଧ୍ୟ ପ୍ରଭାବିତ ହୋଇଛି । ଏକ ଯୁକ୍ତିଯୁକ୍ତ ଏବଂ ସ୍ଥାୟୀ ସମାଧାନ ବିଷୟରେ ଚିନ୍ତା କରିବାର ସମୟ ଆସିଛି । ବିଭିନ୍ନ କ୍ଷେତ୍ରଗୁଡ଼ିକରେ ଅଧିକ ଉତ୍ପାଦନ କରିବାକୁ ଶ୍ରୀଲଙ୍କାକୁ ବିଚାର କରିବାକୁ ପଡ଼ିବ, ଯାହା ତାହାର ଜିଡିପି ଏବଂ ରପ୍ତାନି ବୃଦ୍ଧି କରିବା ସହ ରଣନୀତି ଅନୁଯାୟୀ ଆମଦାନୀକୁ ଧୀରେ ଧୀରେ ହ୍ରାସ କରିବ। ଫଳସ୍ବରୂପ ଏହା ଦେଶର କରେଣ୍ଟ ଆକାଉଣ୍ଟକୁ ଅନୁକୂଳ ରଖିବ। ଏଥିସହ ଶ୍ରୀଲଙ୍କାକୁ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାରର ବୃଦ୍ଧି ପାଇଁ ଅଧିକ ‘ମୁଦ୍ରା ଅଦଳବଦଳ’ (currency swap) କରିବାକୁ ପଡ଼ିବ। କୃଷିକୁ ପୁନଃ ସ୍ଥାପିତ କରିବା ପାଇଁ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ଉପରେ ଚାଷୀମାନଙ୍କୁ ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦେବା ଆବଶ୍ୟକ। କୃଷି ଜାତ ଦ୍ରବ୍ୟର ରପ୍ତାନି ବୈଦେଶିକ ମୁଦ୍ରା ଆୟକୁ ବୃଦ୍ଧି କରିବ। ଶ୍ରୀଲଙ୍କାକୁ ଏହାର ପୁନରୁଦ୍ଧାର ପାଇଁ ଏକ ଠିକ୍‌ ଟିକସ ମନିଟରିଂ ସିଷ୍ଟମ୍‌ ଏବଂ ଉପଯୁକ୍ତ ପ୍ରଶାସନ ଲାଗୁ କରିବା ଜରୁରୀ। ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଔଦ୍ୟୋଗିକର ସଂକଳ୍ପ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କା ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳ ତଥା ପ୍ରଯୁକ୍ତିବିଦ୍ୟାର ସଂପ୍ରସାରଣକୁ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଅନୁଧାବନ କରିବାକୁ ହେବ। ଯଦି ଶ୍ରୀଲଙ୍କା ଉପରୋକ୍ତ ଆଲୋଚନାକୁ ବିଚାର କରେ ଏହା ତାହାର ଆର୍ଥିକ ପରିସ୍ଥିତିର ଉନ୍ନତିରେ ସହାୟକ ହେବ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?