ଗ୍ରାସୁଛି ପଲିଥିନ୍‌ ବିଷ

ଦଶରଥପୁର,୬।୭(ମନୋଜ ପୃଷ୍ଟି):ପଲିଥିନ୍‌, ଜରି, ପ୍ଲାଷ୍ଟିକ୍‌ରେ ନିର୍ମିତ କପ୍‌ ଓ ଚାମଚ ଆଦିର ବ୍ୟବହାର ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ୪୦ ମାଇକ୍ରୋନ୍‌ ମୋଟେଇରୁ କମ୍‌ ଏବଂ ରିସାଇକେଲିଂ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏହି ଆଇନକୁ ଯଦି କୌଣସି ବ୍ୟବସାୟିକ ଅନୁଷ୍ଠାନ କିମ୍ବା ସାଧାରଣ ଲୋକ ଭଙ୍ଗକରନ୍ତି ପରିବେଶ ପ୍ରଦୂଷଣ ସୁରକ୍ଷା ଆଇନ ବଳରେ ସମ୍ପୃକ୍ତ ବ୍ୟବସାୟୀ ହୁଅନ୍ତୁ ଅବା ସାଧାରଣ ଲୋକ ୫ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। କେତେକ ବଡ଼ ବଡ଼ ସହରରେ ସରକାରଙ୍କ ଏହି ନିୟମ କଡ଼ାକଡ଼ି ପାଳନ କରାଯାଉଥିବାବେଳେ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ଗ୍ରାମାଞ୍ଚଳର ଲୋକଙ୍କୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ର ପରିବେଶ ପ୍ରତି ଅପକାରିତା ସମ୍ପର୍କରେ ମଧ୍ୟ ସଚେତନ କରାଯାଉନାହିଁ। ଫଳରେ ଅଞ୍ଚଳରେ ପଲିଥିନ୍‌ ବିଷ ଗ୍ରାସୁଛି ବୋଲି ଅଭିଯୋଗ ହେଉଛି।
ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଞ୍ଚଳରେ ଛୋଟବଡ଼ ୨୫ରୁ ଊର୍ଦ୍ଧ୍ୱ ଛକବଜାର ରହିଥିବାବେଳେ ଦୈନିକ ଏହି ଛକବଜାରରୁ କୁଇଣ୍ଟାଲ କୁଇଣ୍ଟାଲ ବର୍ଜ୍ୟବସ୍ତୁଭାବେ ପଲିଥିନ୍‌, ପ୍ଲାଷ୍ଟିକ୍‌ କପ୍‌ ଓ ଚାମଚ ଆଦି ବାହାରୁଛି। ଏହା ପରିବେଶ ଲାଗି ବିଷ ସଦୃଶ ବୋଲି ସ୍ଥାନୀୟ ଅଞ୍ଚଳର ଯୁବ ପରିବେଶବିତ୍‌ ବ୍ରହ୍ମାନନ୍ଦ ପଣ୍ଡା ମତ ଦିଅନ୍ତି। ଏହି ବଜ୍ୟବସ୍ତୁର ପ୍ରଦୂଷଣ ମଣିଷକୁ ମହାମାରୀ ଆଡ଼କୁ ଠେଲିନେଉଛି। ଏହା ଉପରେ ସଚେତନ କରା ନ ଯିବା ଓ ଏହାର ବ୍ୟବହାର ଉପରେ ଅଙ୍କୁଶ ନ ଲଗାଯିବା ଆଗାମୀ ଦିନ ଲାଗି ଭୟଙ୍କର ପରିସ୍ଥିତିକୁ ମଣିଷ ସାମ୍ନାକରିବାକୁ ବାଧ୍ୟ ହେବ ବୋଲି ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ଗୋପାଳ ମିଶ୍ର ମତଦେଇଛନ୍ତି। ବ୍ଲକ୍‌ ଅଞ୍ଚଳରେ କେତେକ ଦେବ ଓ ଶକ୍ତିପୀଠରେ ବାର୍ଷିକ ଉତ୍ସବ ସମୟରେ ମେଳା ଯାତ୍ରା ଆଦି ପଡୁଥିବାବେଳେ ଏଠାରେ ଦୈନିକ ବଜ୍ୟବସ୍ତୁ ବାହାରିଥାଏ। ମେଳା,ମହୋତ୍ସବ ସରିବା ପରେ ମଧ୍ୟ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ସଫେଇ ହୋଇ ନ ଥାଏ। ସେହିସବୁ ବସ୍ତୁ ପବନରେ ଉଡ଼ି ବର୍ଷାପାଣିରେ ପୋଖରୀ ନାଳ, ଚାଷଜମିରେ ପ୍ରବେଶ କରିଥାଏ। ଉଦାହରଣ ସ୍ବରୂପ ବ୍ଲକ୍‌ ଅଞ୍ଚଳରେ ଥିବା କୁଅଁାଶ ମଙ୍ଗଳା ପୀଠ, ମା’ଜାଡୁଆଦେବୀ ପୀଠ, ସିଦ୍ଧେଶ୍ୱର ପୀଠ, ବାଘୁଆଶୁଣୀ ପୀଠ। ଏହାକୁ ଛାଡ଼ିବାପରେ ମଙ୍ଗଳପୁର ବଜାର ସଂଲଗ୍ନ ବିଜୁ ଗ୍ରାମୀଣ ବଜାର ପଡ଼ିଆଠାରେ ୧୨ମାସରେ ୧୩ ପର୍ବ ହୋଇଥାଏ। କେତେବେଳେ ରାଜନୈତିକ ଦଳଗୁଡ଼ିକର ସଭାସମିତି ତ କେତେବେଳେ ମିନାବଜାର ଆଉ କେତେବେଳେ ଅପେରା ପାର୍ଟି ସରିବାପରେ ଏଠାରେ ଜରି ପଲିଥିନ୍‌, ଚା’ କପ, ୱାନ୍‌ ଚାନ୍‌ସ ଗ୍ଲାସ୍‌ ଆଦି ପଡ଼ିଥାଏ। ବ୍ଲକ୍‌ର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ମଙ୍ଗଳପୁର ବଜାର ଏବଂ ଝୁମ୍ପୁରୀ ବଜାରଠାରେ ବଜ୍ୟବସ୍ତୁ ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନ ଥିବାରୁ ଦୈନିକ ବଜ୍ୟବସ୍ତୁକୁ ବ୍ୟବସାୟୀ ଓ ସାଧାରଣ ଜନତା ଏଣେତେଣେ ପକାଇବା ଲାଗି ବାଧ୍ୟ ହେଉଛନ୍ତି। ଫଳରେ ଅଞ୍ଚଳରେ ପ୍ରଦୂଷଣ ବଢୁଛି। ଏହାଦ୍ୱାରା ଅଞ୍ଚଳରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବ ସଂଖ୍ୟାକୁ ଅନୁଧ୍ୟାନକଲେ ୧୦ ବର୍ଷ ମଧ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ୧୦ ଗୁଣ ଅତିକ୍ରମ କରିଥିବା ଯାଜପୁର ମୁଖ୍ୟ ଚିକିତ୍ସାଳୟର କ୍ୟାନ୍‌ସର ରେକର୍ଡ ରୁମ୍‌ ସୂଚନାରୁ ଜଣାଯାଇଛି। ତେଣୁ ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ସାମାଜିକ କର୍ମୀ ଶରତ ଚନ୍ଦ୍ର ସେଠୀ, ଭରତ ମଲ୍ଲିକ, ସୌଭାଗ୍ୟ ରଞ୍ଜନ ପୃଷ୍ଟି, ଦିବାକର ଦଳାଇ ଓ କାହ୍ନୁଚରଣ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?