ଖାଇବା ତେଲ ମହଙ୍ଗା, ବଢୁଛି ଭେଜାଲ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ତେଲ ଭେଜାଲ, ଘିଅ ଭେଜାଲ, ମସଲା ଭେଜାଲ, କୋଲ୍ଡଡ୍ରିଙ୍କ୍ସ ଭେଜାଲ। ଅପମିଶ୍ରଣକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜଗତପୁରଠାରୁ ଆରମ୍ଭ କରି ଚନ୍ଦକା, ଜଟଣୀ ଶିଳ୍ପାଞ୍ଚଳରେ ହଜାର କୁଇଣ୍ଟାଲ ତେଲ ଭେଜାଲ ହେଉଛି। କାହାରିକୁ ଦଣ୍ଡବିଧାନ ନାହିଁ। ରାଜ୍ୟରେ ଖାଉଟି ସୁରକ୍ଷା ଫୋରମ ସ୍ଥାଣୁ ପାଲଟିଯାଇଛି। ସରକାର କିଛି ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ କଳାବଜାରୀ, ଭେଜାଲ ବଢ଼ିଚାଲିଛି। ତେଲ ଦର ବୃଦ୍ଧି, ଭେଜାଲ ଓ କଳାବଜାରୀକୁ ନେଇ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଦ୍ୱାରା ଆଗତ ଖାଇବା ତେଲ…. ଜନତା ହନ୍ତସନ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ।
ମଙ୍ଗଳବାର ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ତାରା କହିଲେ ଯେ ୨୨ ବର୍ଷ ଶାସନ କାଳରେ ସରକାର ଲୋକଙ୍କୁ ଟିକେ ଭଲ ଖାଇବା ତେଲ ଦେଇପାରିଲେ ନାହିଁ। ସୋରିଷ, ସୂଯର୍ର୍‌ୟମୁଖୀ, ରାଶି ତେଲ ଉପତ୍ାଦନ ୭୦ ପ୍ରତିଶତ କମିଗଲାଣି। ଚାରିଆଡ଼େ ଭେଜାଲ। ପ୍ରତ୍ୟେକ ଦିନ ଖବରକାଗଜରେ ବାହାରୁଛି ଘିଅ, ତେଲ ଭେଜାଲ। ତେଲ ଦର ବଢ଼ିବା ଯୋଗୁ ଗରିବ ଖଟିଖିଆ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଗାଁ ଗହଳିରେ ସୋରିଷ ପେଡ଼ା ହେଉଥିଲା। ଲୋକମାନେ ଭଲ ତେଲ ଟିକେ ପାଉଥିଲେ। ସରକାର ତେଲ ଦର ନିୟନ୍ତ୍ରଣ କରିବା ସହ ଭେଜାଲ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ତେଲ, ଡାଲି ସବୁ ଭେଜାଲ। ଭେଜାଲ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ହେବା ଉଚିତ। ରାଜ୍ୟରେ ତେଲ ଉତ୍ପାଦନ ହେବା ଦରକାର। ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ଅଣ୍ଡା, ମାଛ ଆସିବ ଆନ୍ଧ୍ରରୁ, ପିଆଜ ଆସିବ ନାସିକରୁ। ଆମ ରାଜ୍ୟ କେବେ ସ୍ବାବଲମ୍ବୀ ହେବ। ରାଜ୍ୟରେ ଭେଜାଲ ରାଜ୍ୟ ସରକାରଙ୍କ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପରିଣତ ହୋଇଗଲାଣି। ରାଜ୍ୟରେ କେତେ ଖାଇବା ତେଲ ଦରକାର ରାଜ୍ୟ ସରକାର ଆକଳନ କରିନାହାନ୍ତି। ରାଜ୍ୟରେ ଧାନ ଉତ୍ପାଦନ ଅଧିକ ହେଉଛି। ଭଲ କଥା। କୁଣ୍ଡାରୁ ତେଲ ଉତ୍ପାଦନ କରାଯାଉଛି। ରାଜ୍ୟରେ ଧାନ ଅଧିକ ହେଉଥିବାରୁ କୁଣ୍ଡା ମଧ୍ୟ ଅଧିକ ହେଉଥିବ। କୁଣ୍ଡାରୁ ତେଲ ବାହାର କରିବା ପାଇଁ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାହିଦାଠାରୁ ଯୋଗାଣ କମ୍‌ ହେଉଛି ବୋଲି ଦର ବଢ଼ଛି। କଳାବଜାରୀଙ୍କ ସହ ରାଜ୍ୟ ସରକାରଙ୍କ ଭିତିରିଆ ସମ୍ପର୍କ ରହିଛି। ଯେଉଁମାନଙ୍କୁ ଧରାଯାଉଛି ସେମାନଙ୍କୁ ଦଣ୍ଡ ହେଉ ନ ଥିବାରୁ ଭେଜାଲ କାରବାର ବଢ଼ି ଚାଲିଛି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ସରକାର ନିଜେ କହିଛନ୍ତି ଯେ ଗତ ୨ ବର୍ଷ ହେବ ରାଜ୍ୟରେ ଭେଜାଲ କାରବାର ବଢ଼ିଛି। ଜିଲାର ଖାଉଟି ସୁରକ୍ଷା ଫୋରମ ସ୍ଥାଣୁ ହୋଇଯାଇଛି। କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱରରେ ଅପମିଶ୍ରଣ ବଢୁଛି। ରାଜ୍ୟରେ ସରକାର ଖାଇବା ତେଲର ଉତ୍ପାଦନ ବଢ଼ାଇବାକୁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି କହିଲେ ଯେ କେନ୍ଦ୍ର ସରକାର ଟିକସ ଲଗାଇବାରୁ ଦରଦାମ ବଢୁଛି। ଖାଇବା ତେଲ ଉପରୁ ଟିକସକୁ ହଟାଇବା ଦରକାର। ଆଗରୁ ରାଜ୍ୟରେ ସୂର୍ଯ୍ୟମୁଖୀ, ସୋରିଷ, ରାଶି ଉତ୍ପାଦନ ହେଉଥିଲା। ତାହା ଧୀରେ ଧୀରେ କମିଗଲାଣି। ସରକାର ତୈଳବୀଜ ଫସଲ ଅଧିକ ଉତ୍ପାଦନ ପାଇଁ ବ୍ୟବସ୍ଥା କରିବେ କି। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର କହିଲେ, କେନ୍ଦ୍ର ସରକାର ତେଲ ଉପରେ ଜିଜିଆ କର ଲଗାଇଛନ୍ତି। ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଅପମିଶ୍ରଣକୁ ରୋକିବା ଲାଗି ଧରପଗଡ଼କୁ ଜୋରଦାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବିଜେଡି ସଭ୍ୟ ପ୍ରମୋଦ ମଲ୍ଲିକ, ଭାଗୀରଥି ସେଠୀ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ଖାଇବା ତେଲ ବଢ଼ିଥିବା କଥା କହିଲେ। ଜଳବାୟୁ ପରିବର୍ତ୍ତନ ହେଉଛି। ଚାଷୀମାନେ ତୈଳବୀଜ ଚାଷ କରିବାକୁ ସରକାର ଅଧିକ ପ୍ରୋତ୍ସାହନ ଦେବା ଦରକାର। ଖାଇବା ତେଲ ବାହାର ରାଜ୍ୟରୁ ଆମଦାନୀ ହେଉଛି। ଓଡ଼ିଶାରେ ଉତ୍ପାଦନ ନାହିଁ। ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଥିଲେ। ଶେଷରେ ଉପବାଚସ୍ପତି ରଜନୀକାନ୍ତ ସିଂ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?