ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି

ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି। ଏନେଇ ସିଓଲ ଜାତୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି, ଯାହା ସୋମବାର ‘ଜିଓ ଫିଜିକାଲ ରିସର୍ଚ୍ଚ ଲେଟର’ ପତ୍ରିକାରେ ସ୍ଥାନିତ ହୋଇଛି। ଏହି ଅଧ୍ୟୟନ ଅନୁଯାୟୀ, ୧୯୯୩ରୁ ୨୦୧୦ ମଧ୍ୟରେ ମନୁଷ୍ୟକୃତ୍ୟ ଭାବେ ପ୍ରାୟ ୨୧୫୦ ଗୀଗା ଟନ୍‌ ଭୂତଳ ଜଳକୁ ବାହାର କରାଯାଇଛି। ସେଥିମଧ୍ୟରୁ କିଛିମାତ୍ରାରେ ଭୂତଳ ଜଳ ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିଥିବା ନେଇ ଅଧ୍ୟୟନର ମୁଖ୍ୟ ଗବେଷକ ତଥା ବରିଷ୍ଠ ଜିଓ ଫିଜିଷ୍ଟ କି-ଓ୍ବେନ୍‌ ସେଓ କହିଛନ୍ତି। ଏହି ଅଧ୍ୟୟନରେ କୁହାଯାଇଛି, ଅତ୍ୟଧିକ ମାତ୍ରାରେ ଭୂତଳ ଜଳ ବାହାରିଯିବା ଏବଂ ସ୍ଥାନାନ୍ତରିତ ହେବା ଯୋଗୁ କେବଳ ପୃଥିବୀର ଘୂର୍ଣ୍ଣନରେ ପରିବର୍ତ୍ତନ ହୋଇ ନ ଥାଏ ବରଂ ଏହା ସମୁଦ୍ର ପତ୍ତନକୁ ମଧ୍ୟ ବଢ଼ାଇଥାଏ। ପୃଥିବୀର ଅକ୍ଷ ୩୧.୫ ଇଞ୍ଚ୍‌ ଢଳିବା ସମୁଦ୍ର ପତ୍ତନରେ ୦.୨୪ ଇଞ୍ଚ ବୃଦ୍ଧି ସହ ସମାନ ବୋଲି ଏହି ଅଧ୍ୟୟନ କହିଛି। ଗବେଷକ କି-ଓ୍ବେନ୍‌ ସେଓଙ୍କ ଅନୁଯାୟୀ, ଜଳବାୟୁ ସମ୍ବନ୍ଧୀୟ କାରଣ ଯୋଗୁ ଭୂତଳ ଜଳସ୍ତରରେ ପରିବର୍ତ୍ତନ ଘଟିଥାଏ, ଯାହା ପୃଥିବୀର ଘୂର୍ଣ୍ଣନ ମେରୁ ଉପରେ ସର୍ବାଧିକ ପ୍ରଭାବ ପକାଏ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ଭାରତ ସମେତ ଅଧିକାଂଶ ଦେଶରେ ଭୂତଳ ଜଳ ଗତି କରି ସମୁଦ୍ରରେ ପହଞ୍ଚୁଥିବାରୁ ଏହା ପୃଥିବୀର ଘୂର୍ଣ୍ଣନ ମେରୁକୁ ପରିବର୍ତ୍ତନ କରିଥାଏ। ଗ୍ରୀନ୍‌ଲାଣ୍ଡ ଏବଂ ଆଣ୍ଟାର୍କଟିକାରେ ଗ୍ଲାସିଅର ତରଳିବା ମଧ୍ୟ ପୃଥିବୀର ଅକ୍ଷ ଢଳିବାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବରଫ ତରଳିବାରୁ ଜଳ ଭୂମଧ୍ୟ ରେଖା ଆଡ଼କୁ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ପୃଥିବୀର ସନ୍ତୁଳନରେ ପରିବର୍ତ୍ତନ ହୁଏ ଏବଂ ଏହାର ଅକ୍ଷ ସ୍ଥାନାନ୍ତରିତ ହୋଇଥାଏ। ପରିବେଶ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପରିଣାମ ରହିଛି ବୋଲି ଏହି ଅଧ୍ୟୟନରେ ଗବେଷକମାନେ କହିଛନ୍ତି। ଭୂତଳ ଜଳସ୍ତରରେ ପରିବର୍ତ୍ତନ ପୃଥିବୀର ଆଭ୍ୟନ୍ତରୀଣ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri