ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାଜଧାନୀ କାରାକାସଠାରୁ ଆରମ୍ଭ କରି ବିଭିନ୍ନ ସହରରୁ ସାମ୍ନାକୁ ଆସିଥିବା ଭିଡିଓରେ ସେହି ଭୟାବହ ପ୍ରଳୟର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି। ୟୁଏସ ଜିଓଲଜିକାଲ ସର୍ଭେ (USGS) ର ଆକଳନ ଅନୁସାରେ, ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ।

USGS କହିଛି ଯେ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ ପରିମାଣରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା ରହିଛି। ସେମାନଙ୍କର ପ୍ରାଥମିକ ଆକଳନ ଅନୁଯାୟୀ, ମୃତକଙ୍କ ସଂଖ୍ୟା ୧୦,୦୦୦ ରୁ ୧,୦୦,୦୦୦ ମଧ୍ୟରେ ହୋଇପାରେ। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ମୃତ କିମ୍ବା ଆହତଙ୍କ ଆଧିକାରିକ ସଂଖ୍ୟା ଜାରି କରାଯାଇ ନାହିଁ, କିନ୍ତୁ ସ୍ଥାନୀୟ ଅଧିକାରୀ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କୋଠାବାଡ଼ି ଭୁଶୁଡ଼ିବା, ଉଦ୍ଧାର କାର୍ଯ୍ୟ ଚାଲିବା ଏବଂ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ସୂଚନା ଦେଇଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଆସନ୍ତା ୧୨ ଘଣ୍ଟା ଯାଏ…

ନୂଆଦିଲ୍ଲୀ,୨୪।୯: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡରକୁ ଟ୍ରମ୍ପ୍‌ଙ୍କ ସମର୍ଥନ

ଓ୍ବାଶିଂଟନ,୨୪ା୯: ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇସି)କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢ଼ ସମର୍ଥନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ପଶ୍ଚିମ ଏସିଆରେ କ୍ରମାଗତ ଆକ୍ରମଣ ଜାରି…

୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟୋକଲ ଭାଙ୍ଗି ଏମିତି କାମ କଲେ ଟ୍ରମ୍ପ: ଚାହିଁ ରହିଗଲା ବିଶ୍ୱ

ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ…

ଚଳନ୍ତା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ

ଗ୍ରେଟର ନୋଏଡା,୨୪।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ବସ୍‌ରେ ହଠାତ୍‌ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?