Posted inଜାତୀୟ

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏକ ଭୂକମ୍ପ  ସକାଳ ୩.୨ରେ ପୂର୍ବ କଟ୍‌ରାରେ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୩.୫ ଥିଲା। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ଏହାପୂର୍ବରୁ ଫେବୃୟାରୀ ୧୬ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ପାହଲଗାମର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫ କିଲୋମିଟର ଅଞ୍ଚଳରେ ଥିଲା। ଏହାର ତୀବ୍ରତା ୩.୨ ଥିଲା। ଏହାପୂର୍ବରୁ ଫେବୃୟାରୀ ୧୦ରେ ଏକ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ...

ସିଙ୍ଗାପୁର ଯାଇ ପାରିବେ ନାହିଁ କେଜରିୱାଲ

ନୂଆଦିଲ୍ଲୀ,୨୯ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିଙ୍ଗାପୁର ଗସ୍ତ କରି ପାରିବେ ନାହିଁ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି କେନ୍ଦ୍ର...

ଗୋଟିଏ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୯।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଆଗାମୀ ୨୪...

କଲେଜରେ ପଶି ଶିକାର କଲା ଚିତାବାଘ

କୋଏମ୍ବାଟର,୨୯।୧୨: କୋଏମ୍ବାଟରର ଏକ କଲେଜରେ କ୍ଲାସ ସମୟରେ କ୍ୟାମ୍ପସ ଭିତରକୁ ପଶି ଆସିଥିଲା ଏକ ଚିତାବାଘ। କ୍ୟାମ୍ପସରେ ଏକ ବୁଲା କୁକୁରକୁ ଶିକାର କରିବା ପରେ...

କମୁଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା: ଚିନ୍ତାରେ ସଂଯୁକ୍ତ କୃଷକ ମୋର୍ଚ୍ଚା!

ନୂଆଦିଲ୍ଲୀ,୧୧ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ଗାଜିପୁର, ଶାହାଜାହାଁପୁର, ଟିକରି...

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ବିବାଦ: ମୃତ୍ୟୁସଂଖ୍ୟା ସ୍ପଷ୍ଟ ଲାଗି କମିଶନ ବସାଅ

ନୂଆଦିଲ୍ଲୀ,୭ା୫: ଭାରତରେ କୋଭିଡ୍‌ ମହାମାରୀରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ...

ଏଲ୍‌ଓସି ଡେଁଇଲା ବେଳେ ଧରାପଡ଼ିଲେ

ଶ୍ରୀନଗର,୧୮।୧୧: ଅସ୍ତ୍ର ତାଲିମ ପାଇଁ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଯିବାକୁ ଉଦ୍ୟମ କରୁଥିବା ଜମ୍ମୁ-କଶ୍ମୀରର ୩ ଜଣ ଦଶମ ଶ୍ରେଣୀ...

ଆନ୍ଧ୍ରରେ ଓ୍ବାଇଏସ୍‌ଆରସିପି ସରକାର: ୩୦ରେ ଶପଥ ନେବେ ଜଗନମୋହନ

ଅମରାବତୀ,୨୩ା୫: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନମୋହନ ଆସନ୍ତା...

Advertisement
Archives

Model This Week