Posted inଫୁରସତ

ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି। ରନ୍ଧା ଖାଦ୍ୟ ବଦଳରେ ସେ ପଚାଶଢା ଖାଦ୍ୟ ଖାଇବାକୁ ଭଲପାନ୍ତି। ସେଥିପାଇଁ ତ ଏବେ ତାଙ୍କୁ ବିଶ୍ୱର ସବୁଠୁ ଅସନା ମଣିଷ ବୋଲି କୁହାଯାଉଛି। ବିଶ୍ୱାସ ହେଉ ନ ଥିଲେ ବି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇରାନର ଅମଉ ହାଜି।
ଅମଉ ହାଜିଙ୍କ ବୟସ ଏବେ ୮୩ ବର୍ଷ, କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ। ମାତ୍ର ଅମଉଙ୍କର ଅପରିଷ୍କାର ଲାଇଫ୍‌ଷ୍ଟାଇଲ୍‌କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ବିଶ୍ୱର ସବୁଠୁ ଅସନା ଅପରିଷ୍କାର ବ୍ୟକ୍ତିଭାବେ ସେ ଏବେ ରେକର୍ଡ କରିଛନ୍ତି। କାହିଁକି ନା ୬୫ ବର୍ଷ ହେଲାଣି ସେ ସ୍ନାନ କରି ନାହାନ୍ତି। ସ୍ନାନ କଲେ ତାଙ୍କ ଦେହ ଖରାପ ହୋଇଯିବ ବୋଲି ସେ କହନ୍ତି। ଖାଦ୍ୟ ଜିନିଷକୁ ସେ କେବେ ପରିଷ୍କାର ରଖନ୍ତି ନାହିଁ। ଅଧିକାଂଶ ସମୟରେ ସେ ମୃତ ପଶୁପକ୍ଷୀଙ୍କ ପଚା ଶରୀରର ମାଂସ ଖାଇବାକୁ ପସନ୍ଦ କରନ୍ତି। ଏଭଳି ଖାଦ୍ୟ ତାଙ୍କ ପାଖରେ ଉପଲବ୍ଧ ନ ହେଲେ ସେ ଘରେ ଥିବା ପଚା ଶଢା ପନିପରିବା ଓ ଶାଗ ଖାଇଥାନ୍ତି। କିନ୍ତୁ ଘରେ ତିଆରି ହେଉଥିବା ସ୍ବାଦିଷ୍ଟ ଭୋଜନ ସେ କେବେ ହେଲେ ଖାଆନ୍ତି ନାହିଁ। ଅମଉଙ୍କର ନିଜର କୌଣସି ଘର ନାହିଁ। ଗାଁ ବାହାରେ ଏକ ଗାତ ଖୋଳି ସେ ମାଟିରେ ଶୋଇବାକୁ ପସନ୍ଦ କରନ୍ତି। କୌଣସି ପ୍ରକାରର ଖରାପ ଅପରିଷ୍କାର ଜିନିଷ ପାଇଁ ତାଙ୍କର କେବେ ହେଲେ ଇନଫେକ୍‌ସନ୍‌ ହୁଏନି। ବରଂ ଏହି ଅପରିଷ୍କାର ଗୁଣ ଯୋଗୁଁ ସେ ଏତେ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଏବଂ ହୃଷ୍ଟପୁଷ୍ଟ ଅଛନ୍ତି ବୋଲି କହନ୍ତି। ଅମଉଙ୍କର ସିଗାରେଟ୍‌ ପିଇବାର ଅଭ୍ୟାସ ଅଛି, କିନ୍ତୁ ସିଗାରେଟ୍‌ ବି ଅସନା ଢଙ୍ଗରେ ସେ ପିଇଥାନ୍ତି। ଗାଁ ଲୋକେ ତାଙ୍କୁ ଦେଇଥିବା ସିଗାରେଟ୍‌ ସରିଯିବା ପରେ ସେ ଚିଲମରେ ବିଭିନ୍ନ ପଶୁପକ୍ଷୀଙ୍କ ମଳକୁ ଶୁଖାଇ ତାକୁ ସିଗାରେଟ୍‌ ଭଳି ପିଅନ୍ତି। ଦୁନିଆର ସବୁ ସୁଖସୁବିଧାକୁ ତ୍ୟାଗ କରି ଅମଉ ତାଙ୍କ ଷ୍ଟାଇଲରେ ଜୀବନକୁ ବେଶ୍‌ ଉପଭୋଗ କରନ୍ତି ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri