ଲକ୍‌ଡାଉନ୍‌ରେ ପ୍ରାତଃ ଭ୍ରମଣ, ସାଇକ୍ଲିଂ ବନ୍ଦ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍‌ନାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍‌ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ ସମୟରେ ଲୋକଙ୍କ ପ୍ରାତଃ-ସାନ୍ଧ୍ୟା ଭ୍ରମଣ ଓ ସାଇକ୍ଲିଂରେ ସାମାନ୍ୟ କୋହଳ କରାଯାଇଥିଲା। ଏହାକୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଗୁରୁବାର ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ଲକ୍‌ଡାଉନ୍‌ର ମୂଳ ଲକ୍ଷ୍ୟ ହେଉଛି ଲୋକମାନେ ବାହାରକୁ ନ ଆସି ଘରେ ରହିବେ। ହେଲେ କିଛି ଲୋକ ଭ୍ରମଣ ଓ ସାଇକ୍ଲିଂ ବାହାନାରେ ଘରୁ ବାହାରି ବୁଲୁଛନ୍ତି। ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ତେଣୁ ଲକ୍‌ଡାଉନ ସମୟରେ ଟୁଇନ୍‌ସିଟିରେ ଭ୍ରମଣ ଓ ସାଇକ୍ଲିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଏନେଇ କେହି ବାହାରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।
ସେହିପରି ଔଷଧ କଳାବଜାର ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢାଉ ଜୋର୍‌ଦାର କରାଯାଉଛି ବୋଲି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି। କଳାବଜାର କରୁଥିବା ନେଇ କୌଣସି ଅସାଧୁ ବ୍ୟବସାୟୀ ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଶୋଷଣ କରୁଥିଲେ ବା ଲୋକଙ୍କଠାରୁ ବେଆଇନ ଭାବେ ଅଧିକ ଅର୍ଥ ନେଉଥିଲେ ପଦକ୍ଷେପ ନିଆଯିବ। ଏଭଳି ଘଟଣା ଜନସାଧାରଣଙ୍କ ନଜରକୁ ଆସିଲେ ଆମକୁ ଜଣାନ୍ତୁ ବୋଲି ଏଡିଜି ଜେଠଓ୍ବା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଲକ୍‌ଡାଉନରେ ଖୋଲାରହିଥିବା ଆଇଟି, ଶିଳ୍ପ ଓ ଅନ୍ୟ ଘରୋଇ ସଂସ୍ଥାର କର୍ମଚାରୀମାନେ କମ୍ପାନୀ ପକ୍ଷରୁ ମିଳିଥିବା ପରିଚୟପତ୍ର ବା ଅନୁମତି ପତ୍ର ବ୍ୟବହାର କରି ଯାତାୟାତ କରୁଛନ୍ତି। ତେବେ ଆଗକୁ ମୁଖ୍ୟତଃ ଆଇଟି କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ପାସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଡିସିପି ଦାଶ କହିଛନ୍ତି। କଟକ ଡିସିପି ପ୍ରତୀକ ସିଂ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି, ପୋଲିସ ନିଜ କାର୍ଯ୍ୟ କରୁଛି। ପୋଲିସର କିଛି ଭୁଲ୍‌ଭଟ୍‌କା ଦେଖିଲେ ଆମକୁ ଜଣାନ୍ତୁ। ଏଥିସହିତ ଆଖପାଖ ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ ଆମ ନଜରକୁ ଆଣିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସିଂ କହିଛନ୍ତି।
ସାରା ରାଜ୍ୟରୁ ଏପର୍ଯ୍ୟନ୍ତ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଲକ୍‌ଡାଉନ ନିୟମ ଉଲ୍ଲଂଘନ ନେଇ ୭୧ଟି ମାମଲା ରୁଜୁ କରାଯାଇଥିବାବେଳେ ୨୬୯ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୮୩୦୦ ଗାଡି ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?