ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କଲେ ୟୁଏନଜିଏ ମୁଖ୍ୟ

ନ୍ୟୁୟର୍କ,୨୪।୯: ଆମେରିକାର ନ୍ୟୁୟର୍କରେ ଶନିବାର ‘ଇଣ୍ଡିଆ-ୟୁଏନ ଫର୍‌ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ(ୟୁଏନଜିଏ) ଡେନିସ ଫ୍ରାନ୍ସିସ ଭାରତର ଜି -୨୦ ଅଧ୍ୟକ୍ଷତାକୁୁ ପ୍ରଶଂସା କରିବା ସହ କହିଥିଲେ ଯେ ଆଫ୍ରିକୀୟ ୟୁନିୟନକୁ ଏଥିରେ ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା କାରଣରୁ ଭାରତର ସମ୍ପ୍ରତି ଜି -୨୦ ଅଧ୍ୟକ୍ଷତା ଐତିହାସିକ ପ୍ରମାଣିତ ହୋଇଛି। ‘ଇଣ୍ଡିଆ-ୟୁଏନ ଫର୍‌ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଫ୍ରାନ୍ସିସ କହିଛନ୍ତି ଯେ ଜି -୨୦ ଗ୍ରୁପିଙ୍ଗର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ୟୁନିୟନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ପଦକ୍ଷେପ ନେଇଛି, ଯାହା ଗ୍ଲୋବାଲ ସାଉଥରେ ଏକତା ଏବଂ ସହଯୋଗକୁ ଦୃଢ କରିବାର ଏକ ଶକ୍ତିଶାଳୀ ପ୍ରତୀକ।
ଫ୍ରାନ୍ସିସ କହିଛନ୍ତି ଯେ ଏକ ଉନ୍ନତ ତଥା ଅଧିକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱ ମିଶନରେ ଭାରତ ଏକ ନିଆରା ଭୂମିକା ଗ୍ରହଣ କରୁଛି। ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ପ୍ରୟାସକୁ ସାମିଲ ମଧ୍ୟ ଏହା କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri