Posted inଫୁରସତ

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏପରି ସମୟରେ ଦୁନିଆର ସବୁଠାରୁ ଶସ୍ତା ସହର, ଯେଉଁଠାରେ ଆପଣ ରହିବାକୁ ନିଶ୍ଚିତ ଇଚ୍ଛା ପ୍ରକାଶ କରିବେ। ‘ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌ ୨୦୨୦ ଓ୍ବାଲର୍‌ଡ ଓ୍ବାଇଡ କଷ୍ଟ ଅଫ୍‌ ଲିଭିଂ’ ସର୍ଭେ ଉପରେ ଆଧାର କରି ବିଶ୍ୱର ୧୩୦ଟି ସହରର ଏକ ମାନ୍ୟତା ପ୍ରକାଶ କରିଛି। ଏଥିରେ ଭାରତର ଦୁଇଟି ସହର ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

‘୨୦୨୦ରେ ଓ୍ବାଲର୍‌ଡ ଓ୍ବାଇଡ କଷ୍ଟ ଅଫ୍‌ ଲିଭିଂ ସର୍ଭେ’ ଉପରେ ଆଧାର କରି ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ (EIU) ଦ୍ୱାରା ବିଶ୍ୱର ୧୩୦ ସହରର ମାନ୍ୟତା ପ୍ରକାଶ ପାଇଛି। ଏଥିରେ, ଯେଉଁଠାରେ ହଂକଂ ଏବଂ ପ୍ୟାରିସ ସବୁଠୁ ଦାମୀ ସହର ତାଲିକାରେ ଅନ୍ତର୍ଭୁକ୍ତ। ତେବେ ଭାରତର ବେଙ୍ଗାଲୁରୁ ଏବଂ ଚେନ୍ନାଇ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ସର୍ବେକ୍ଷଣ ଅନୁଯାୟୀ, ଦାମସକସ୍‌ ଏବଂ ତାସକେଣ୍ଟ ହେଉଛି ଏସିଆର ଦୁଇଟି ସହର ଯାହାକି ବିଶ୍ୱର ସବୁଠାରୁ ଶସ୍ତା ସହର ତାଲିକାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି। ସର୍ଭେ ଅନୁଯାୟୀ ଭାରତ, ବେଙ୍ଗାଲୁରୁ ଏବଂ ଚେନ୍ନାଇର ଉଭୟ ସହର ମିଳିତ ଭାବେ ୯ମ ସ୍ଥାନରେ ଥିବାବେଳେ ଶେଷ ର଼୍ୟାଙ୍କ୍‌ରେ ଚେନ୍ନାଇ ଅଷ୍ଟମ, ବେଙ୍ଗାଲୁରୁ ୯ମ ଏବଂ ନୂଆଦିଲ୍ଲୀ ଦଶମ ସ୍ଥାନରେ ରହିଛି। ଏଠାରେ ରହିବା, ଖାଇବା ପିଇବା, ଭଡ଼ା, ଅଫିସକୁ ଯିବା ଏବଂ ବାହାରକୁ ଯିବା ଖର୍ଚ୍ଚରେ ବିଦ୍ୟୁତ୍‌ ଏବଂ ଜଳ ବିଲ୍‌ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସହରର ପରିବହନ, ବଜାର ମଧ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇଛି।

ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଦାମସକସ ୧ ନମ୍ବରରେ, ତାସକେଣ୍ଟ ୨ ନମ୍ବରରେ, ଲୁସାକା ଏବଂ କାରାକାସ ତୃତୀୟ ସ୍ଥାନରେ, ଆଲମାଟି ୫ମ, କରାଚି ଏବଂ ବୁଏନୋସ ଆଇରେସ ୬ଷ୍ଠ ସ୍ଥାନରେ, ଅଷ୍ଟମ ସ୍ଥାନରେ ଆଲଜେର୍‌ ଏବଂ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଅଷ୍ଟମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?