Posted inଫୁରସତ

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏପରି ସମୟରେ ଦୁନିଆର ସବୁଠାରୁ ଶସ୍ତା ସହର, ଯେଉଁଠାରେ ଆପଣ ରହିବାକୁ ନିଶ୍ଚିତ ଇଚ୍ଛା ପ୍ରକାଶ କରିବେ। ‘ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌ ୨୦୨୦ ଓ୍ବାଲର୍‌ଡ ଓ୍ବାଇଡ କଷ୍ଟ ଅଫ୍‌ ଲିଭିଂ’ ସର୍ଭେ ଉପରେ ଆଧାର କରି ବିଶ୍ୱର ୧୩୦ଟି ସହରର ଏକ ମାନ୍ୟତା ପ୍ରକାଶ କରିଛି। ଏଥିରେ ଭାରତର ଦୁଇଟି ସହର ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

‘୨୦୨୦ରେ ଓ୍ବାଲର୍‌ଡ ଓ୍ବାଇଡ କଷ୍ଟ ଅଫ୍‌ ଲିଭିଂ ସର୍ଭେ’ ଉପରେ ଆଧାର କରି ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ (EIU) ଦ୍ୱାରା ବିଶ୍ୱର ୧୩୦ ସହରର ମାନ୍ୟତା ପ୍ରକାଶ ପାଇଛି। ଏଥିରେ, ଯେଉଁଠାରେ ହଂକଂ ଏବଂ ପ୍ୟାରିସ ସବୁଠୁ ଦାମୀ ସହର ତାଲିକାରେ ଅନ୍ତର୍ଭୁକ୍ତ। ତେବେ ଭାରତର ବେଙ୍ଗାଲୁରୁ ଏବଂ ଚେନ୍ନାଇ ଶସ୍ତା ସହର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ସର୍ବେକ୍ଷଣ ଅନୁଯାୟୀ, ଦାମସକସ୍‌ ଏବଂ ତାସକେଣ୍ଟ ହେଉଛି ଏସିଆର ଦୁଇଟି ସହର ଯାହାକି ବିଶ୍ୱର ସବୁଠାରୁ ଶସ୍ତା ସହର ତାଲିକାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି। ସର୍ଭେ ଅନୁଯାୟୀ ଭାରତ, ବେଙ୍ଗାଲୁରୁ ଏବଂ ଚେନ୍ନାଇର ଉଭୟ ସହର ମିଳିତ ଭାବେ ୯ମ ସ୍ଥାନରେ ଥିବାବେଳେ ଶେଷ ର଼୍ୟାଙ୍କ୍‌ରେ ଚେନ୍ନାଇ ଅଷ୍ଟମ, ବେଙ୍ଗାଲୁରୁ ୯ମ ଏବଂ ନୂଆଦିଲ୍ଲୀ ଦଶମ ସ୍ଥାନରେ ରହିଛି। ଏଠାରେ ରହିବା, ଖାଇବା ପିଇବା, ଭଡ଼ା, ଅଫିସକୁ ଯିବା ଏବଂ ବାହାରକୁ ଯିବା ଖର୍ଚ୍ଚରେ ବିଦ୍ୟୁତ୍‌ ଏବଂ ଜଳ ବିଲ୍‌ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସହରର ପରିବହନ, ବଜାର ମଧ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇଛି।

ଦୁନିଆର ସବୁଠାରୁ ଶସ୍ତା ସହର ତାଲିକାରେ ଦାମସକସ ୧ ନମ୍ବରରେ, ତାସକେଣ୍ଟ ୨ ନମ୍ବରରେ, ଲୁସାକା ଏବଂ କାରାକାସ ତୃତୀୟ ସ୍ଥାନରେ, ଆଲମାଟି ୫ମ, କରାଚି ଏବଂ ବୁଏନୋସ ଆଇରେସ ୬ଷ୍ଠ ସ୍ଥାନରେ, ଅଷ୍ଟମ ସ୍ଥାନରେ ଆଲଜେର୍‌ ଏବଂ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଅଷ୍ଟମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ...

ବର୍ଷା ପାଣିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଆଇଆଇଟିର ସଫଳତା …

ନୂଆଦିଲ୍ଲୀ,୧୮।୯: ଏଣିକି ବର୍ଷା ପାଣିରୁ ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ଦୀର୍ଘଦିନ ଗବେଷଣା କରାଯିବା...

ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…

ଅହମଦାବାଦ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ...

ଅଧେ ମଣିଷ ଅଧେ କୁକୁର

ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି –...

ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ...

ଚୁମ୍ବନରୁ ଚୟନ ହୁଏ ପ୍ରେମୀ

ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍‌ ନୁହେଁ। ହ୍ବାଇଟ୍‌ ଫ୍ରଣ୍ଟେଡ୍‌ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ...

ଏମିତି ରିପୋର୍ଟିଂ କଲେ କୁନି ଶିଶୁ, ଖୁସିରେ ଭିଡିଓ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୨ା୮: ମଣିପୁରର ଜଣେ କୁନି ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଶିଶୁ ଜଣକ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ମଣିପୁରର ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week