ଶ୍ରୀମନ୍ଦିର ଚାରିଦ୍ୱାରର ରହିଛି ନିଜସ୍ୱ ବିଶେଷତା, ଜାଣନ୍ତୁ…

ପୁରୀ, ୧୩।୬: ଦୀର୍ଘ ସମୟ ପରେ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି। କରୋନା ସମୟରୁ ସରକାରଙ୍କ ଦ୍ୱାରା ଚାରିଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ତେବେ କରୋନା ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବାରୁ ବା କୌଣସି କାରଣରୁ ସରକାର ଭକ୍ତମାନଙ୍କ ପାଇଁ ଚାରିଦ୍ୱାର ଖୋଲି ନଥିଲେ।

ଗତ ନିର୍ବାଚନ ସମୟରେ ଏକ ପ୍ରସଙ୍ଗ କରି ଭାଜପା ପ୍ରତିଶ୍ରୁତି ଦେଇଥିଲା ଯଦି ତାଙ୍କ ଦଳ ସରକାରକୁ ଆସେ, ତେବେ ସେମାନେ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବେ। ତେବେ ବୁଧବାର ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଥମ ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ନିଷ୍ପତି ନେଇଛନ୍ତି।

ତେବେ ଶ୍ରୀମନ୍ଦିରର ଏହି ଚାରିଦ୍ୱାରର ନିଜସ୍ୱ ବିଶେଷତା ରହିଛି। ଏହି ଚାରିଦ୍ୱାର ଚାରି ଜୀବଙ୍କୁ ପ୍ରତିନିଧିତ୍ବ କରନ୍ତି।

ପୂର୍ବ ଦ୍ୱାରରେ ସିଂହ ପ୍ରତିନିଧିତ୍ବ କରୁଥିବାରୁ ଏହାକୁ ”ସିଂହଦ୍ୱାର” ବୋଲି କୁହାଯାଏ।

ପଶ୍ଚିମ ଦ୍ୱାରରେ ବାଘ ପ୍ରତିନିଧିତ୍ବ କରୁଥିବାରୁ ଏହାକୁ ”ବ୍ୟାଘ୍ରଦ୍ୱାର” ବୋଲି କୁହାଯାଏ।

ଉତ୍ତର ଦିଗରେ ହାତୀ ପ୍ରତିନିଧିତ୍ବ କରୁଥିବାରୁ ଏହାକୁ ”ହସ୍ତୀଦ୍ୱାର” ବୋଲି କୁହାଯାଏ।

ସେହିପରି ଦକ୍ଷିଣ ଦ୍ୱାରରେ ଘୋଡା ପ୍ରତିନିଧିତ୍ବ କରୁଥିବାରୁ ଏହାକୁ ଅଶ୍ୱଦ୍ୱାର ବୋଲି କୁହାଯାଏ।

ସିଙ୍ଗଦ୍ୱାରାର ବିଶେଷତ୍ୱ: ସିଂହଦ୍ୱାର ଉପରେ ଦୁଇଟି ସିଂହ ରହିଛନ୍ତି। ଏହି ଦୁଇଟି ସିଂହ ପ୍ରତିମା ମୋକ୍ଷ(ମୁକ୍ତି)ର ପ୍ରତୀକାତ୍ମକ ପ୍ରତିନିଧିତ୍ୱ ରୂପେ ରହିଛନ୍ତି। ବିଶ୍ୱାସ ରହିଛି ଯେ, ଏହି ଦ୍ୱାରା ଦେଇ ମନ୍ଦିର ଭିତରକୁ ଗଲେ ମୋକ୍ଷ ମିଳିଥାଏ।

ଅଶ୍ୱଦ୍ୱାରର ମହତ୍ୱ: ଘୋଡାର ଅବସ୍ଥିତି ‘କାମ’ ବା ଲୋଭକୁ ପ୍ରତିପାଦିତ କରେ। ଯେଉଁଠି ଜଗନ୍ନାଥ ଏବଂ ବଳଭଦ୍ର ନାମରେ ଦୁଇଟି ଘୋଡା ରହିଛନ୍ତି। କିମ୍ବଦନ୍ତୀ ଅନୁଯାୟୀ, ଭକ୍ତମାନେ ଏହି ଦ୍ୱାରା ଦେଇ ପ୍ରବେଶ କରିବା ସମୟରେ ଲୋଭ ଅନୁଭବକୁ ବଳିଦାନ ଦିଅନ୍ତି। ଏହା ବିଜୟର ରାସ୍ତା ଭାବରେ ମଧ୍ୟ ଜଣାଶୁଣା। ରାଜାମାନେ ଏହି ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରି ଯୁଦ୍ଧରେ ଜିତିବା ପାଇଁ ପ୍ରଭୁଙ୍କ ଆଶୀର୍ବାଦ ଲୋଡିଥାନ୍ତି।

ବ୍ୟାଘ୍ରଦ୍ୱାର ଗୁରୁତ୍ୱ: ବାଘ ହେଉଛି ଧର୍ମର ପ୍ରତୀକ। ଧର୍ମ ହିନ୍ଦୁ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଅଟେ। ପ୍ରତ୍ୟେକ ମୁହୂର୍ତ୍ତରେ, ଆଧ୍ୟାତ୍ମିକ ସନ୍ଧାନକାରୀ ତାଙ୍କର ଧର୍ମ ସହିତ ପାଳନ କରିବା ଆବଶ୍ୟକ କରନ୍ତି। ବ୍ୟାଘ୍ରଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବା ଭକ୍ତଙ୍କୁ ତାଙ୍କର ଧର୍ମ ବିଷୟରେ ମନେ ପକାଇଥାଏ ଏବଂ ଆତ୍ମାକୁ ସଜାଗ କରାଏ। ଏହି ଦ୍ୱାର ଦେଇ ସାଧୁ ଓ ସ୍ୱତନ୍ତ୍ର ଭକ୍ତମାନେ ପ୍ରବେଶ କରନ୍ତି କରନ୍ତି।

ହସ୍ତୀଦ୍ୱାର: ଏହି ଦ୍ୱାରର ଉଭୟ ପାର୍ଶ୍ୱରେ ହାତୀମାନଙ୍କର ବିରାଟ ମୂର୍ତ୍ତି ରହିଛି। ହାତୀ ଧନ-ମହା ଲକ୍ଷ୍ମୀଙ୍କ ଦେବୀ ପାଇଁ ରଥ ଭାବରେ ପରିଗଣିତ ହୁଏ। ଏହିଦ୍ୱାରା ଦେଇ ମନ୍ଦିରକୁ ପ୍ରବେଶ କଲେ ଧନ ପ୍ରାପ୍ତି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା

ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବେଙ୍ଗାଳୁରୁରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବେଙ୍ଗାଳୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?